ଅଗାଧୁଆ ଫୁଲ ତୋଳୁଛନ୍ତି କି ? ଏମିତି ଫୁଲ ତୋଳୁଥିଲେ ସର୍ବନାଶ ହେବ, ଜାଣନ୍ତୁ ଫୁଲ ତୋଳିବାର ସଠିକ ନିୟମ !

ଭଗବାନଙ୍କୁ ପ୍ରସନ୍ନ କରିବା ପାଇଁ ଆମେ ପ୍ରତିଦିନ ଫୁଲ, ତୁଳସୀ ଓ ବେଲପତ୍ର ଇତ୍ୟାଦି ତୋଳି ଅର୍ପଣ କରିଥାଉ । କିନ୍ତୁ ଏହିସବୁ ଯଦି ନୀତିନିୟମ ଅନୁସାରେ ନ କରନ୍ତି ତେବେ ଭଗବାନ ତାହା ଗ୍ରହଣ କରନ୍ତି ନାହିଁ । ଭଗବାନ ପ୍ରସନ୍ନ ହେବା ବଦଳରେ କୋପ କରିଥାନ୍ତି । ଯାହାଫଳରେ ଆମ ଜୀବନରେ ଅନର୍ଥ ଘଟିଥାଏ ଓ ଆମର ସମସ୍ତ ପୂଜାର୍ଚ୍ଚନା ବ୍ୟର୍ଥ ଯାଇଥାଏ । ତେବେ ଆଜି ଆମେ ଆପଣଙ୍କୁ ଫୁଲ, ତୁଳସୀ ଓ ବେଲପତ୍ର ଆଦି ତୋଳିବାର କିଛି ନିୟମ ବିଷୟରେ ଆପଣଙ୍କୁ କହିବାକୁ ଯାଉଛୁ ।

କିଛି ମୁନିଋଷି କହି ଯାଇଛନ୍ତି କି ଅଗାଧୁଆ ଫୁଲ ତୋଳିବା ଶୁଭ ହୋଇଥାଏ । ଆଉ କେତେକ ମୁନିଋଷିଙ୍କ ମତରେ ସର୍ବଦା ଗାଧୋଇ ସାରି ଫୁଲ ତୋଳିବା ଉଚିତ । ତେବେ ଗାଧୁଆ ଫୁଲ ତୋଳନ୍ତୁ କି ଅଗାଧୁଆ ଯଦି ଆପଣ କିଛି ନିୟମ ପାଳନ କରି ଫୁଲ ତୋଳିବେ ତେବେ ତାହା ଶୁଭ ହୋଇଥାଏ  ଓ ଭଗବାନ ତାହାକୁ ଶ୍ରଦ୍ଧାର ସହକାରେ ଗ୍ରହଣ କରିଥାନ୍ତି । ସମସ୍ତଙ୍କ ବାଡିରେ ଫୁଲ ଗଛ ନଥାଏ । ସେଥିପାଇଁ ଅନେକ ଲୋକ ରାତିରୁ ଅଗାଧୁଆ ଏହାକୁ ଅନ୍ୟ ବାଡିରୁ ତୋଳି ଆଣି ରଖନ୍ତି ।

କିନ୍ତୁ ଶାସ୍ତ୍ର ଅନୁସାରେ ପୂଜା ଫୁଲକୁ କେବେ ମଧ୍ୟ ତୋଳି କରି ଆଣିବା ଉଚିତ ନୁହେଁ । ଫୁଲ ତୋଳିବା ପୂର୍ବରୁ ଗଛ ମାଲିକଙ୍କ ଅନୁମତି ନିଅନ୍ତୁ । ନଚେତ ଗଛକୁ ପ୍ରଣାମ କରି ଗଛକୁ ଅନୁରୋଧ କରନ୍ତୁ ଓ ତା’ପରେ ଯାଇ ଫୁଲ ତୋଳନ୍ତୁ । ଫୁଲ ତୋଳିବା ସମୟରେ ଚପଲ ପିନ୍ଧିବା କିମ୍ବା ଶରୀରରେ ତେଲ ଲଗାଇ ଫୁଲ ତୋଳିବାକୁ ମଧ୍ୟ ଶାସ୍ତ୍ରରେ ବାରଣ କରାଯାଇଛି । ଆପଣ ଅଗାଧୁଆ ଫୁଲ ତୋଳିପାରିବେ । କିନ୍ତୁ ହାତ, ପାଦ ଓ ମୁହଁ ଭଲଭାବେ ଧୋଇ ହୋଇ ମୁଣ୍ଡରେ ପାଣି ଟିକେ ଛିଞ୍ଚି ଦେବେ ।

ଏହାସହ ରାତିରେ ପିନ୍ଧିକରି ଶୋଇଥିବା ବସ୍ତ୍ର ବଦଳି ଧୁଆ ହୋଇଥିବା ପରିଷ୍କାର ବସ୍ତ୍ର ପିନ୍ଧି ଫୁଲ ତୋଳିବେ । ଏହାଛଡା ସୂର୍ଯ୍ୟପରାଗ, ଚନ୍ଦ୍ରଗ୍ରହଣ ଓ ଶୁଦ୍ଧି ଥିବା ଦିନ ଅଗାଧୁଆରେ ଫୁଲ ତୋଳିବା ମଧ୍ୟ ବାରଣ ରହିଛି । ଅନେକ ଲୋକ ଗୋଟିଏ ଦିନ ଆଗରୁ ଫୁଲ ବା କଢ ତୋଳି ରଖି ଠାକୁରଙ୍କୁ ଅର୍ପଣ କରନ୍ତି । ଏହା ମଧ୍ୟ ଶାସ୍ତ୍ର ବିରୋଧୀ ଅଟେ । କାରଣ ଦିନକ ପରେ ଫୁଲ ବାସି ହୋଇଯାଏ ଓ ଏହା ଭଗବାନଙ୍କୁ ଅର୍ପଣ କରାଯାଏ ନାହିଁ ।

କେବଳ ପଦ୍ମ ଫୁଲ ଓ ସ୍ଵର୍ଣ୍ଣ ଚମ୍ପା ଫୁଲକୁ ଆପଣ ଗୋଟିଏ ଦିନ ଆଗରୁ ତୋଳି ରଖି ମଧ୍ୟ ଠାକୁରଙ୍କୁ ଅର୍ପଣ କରିପାରିବେ । ଫୁଲ ତୋଳିବା ବେଳେ ‘ଓଁ ବରୁଣାୟ ନମଃ, ଓଁ ବୋମାୟ ନମଃ, ଓଁ ପୃଥିବୈ ନମଃ’ ମନ୍ତ୍ର କରି ଆପଣ ଗାଧୋଇ ସାରିଥିଲେ ମଧ୍ୟ ଫୁଲ ତୋଳିପାରିବେ । ଏହି ଫୁଲକୁ ଭଗବାନ ଅତ୍ୟନ୍ତ ଶ୍ରଦ୍ଧାର ସହ ଗ୍ରହଣ କରନ୍ତି ଓ ଆପଣଙ୍କ ଉପରେ କୃପାବର୍ଷା କରିଥାନ୍ତି । ସେହିପରି ତୁଳସୀ ପତ୍ର ମଧ୍ୟ ସନ୍ଧ୍ୟା ସମୟରେ, ଅଗାଧୁଆ, ରବିବାର ଦିନ ଏବଂ ସଂକ୍ରାନ୍ତିରେ ତୋଳିବାକୁ ବାରଣ କରାଯାଇଛି ।

ତେଣୁ ଆପଣ ଏହାକୁ ପୂର୍ବରୁ ତୋଳିକରି ରଖିପାରିବେ । ଏହା କେବେ ମଧ୍ୟ ବାସି ହୋଇ ନଥାଏ । ତୁଳସୀ ତୋଳିବା ପୂର୍ବରୁ ତିନି ଥର ତାଳି ମାରି ଓଁ ବିଷ୍ଣୁ ବିଷ୍ଣୁ ବିଷ୍ଣୁ ଉଚରଣ କରିବେ । ବେଲପତ୍ରକୁ ମଧ୍ୟ ଗାଧୁଆ ତୋଳିବା ପାଇଁ ବାରଣ କରାଯାଇଛି । ସ୍ନାନ କରି ସଫା ବସ୍ତ୍ର ପିନ୍ଧି ବେଲପତ୍ର ତୋଳିବା ଉଚିତ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।