October 1 ରୁ ବଦଳି ଯିବ ଏହି ସବୁ ନିୟମ, ଜାଣି ନିଅନ୍ତୁ ନ ହେଲେ ଅସୁବିଧାରେ ପଡିପାରନ୍ତି

ଅକ୍ଟୋବର ରେ କେନ୍ଦ୍ର ସରକାର ଅନଲକ୍ ୫.୦ ଘୋଷଣା କରିବାର ପ୍ରସ୍ତୁତି କରୁଛନ୍ତି । ତା ସହ ପୂଜା ସିଜିନ୍ ମଧ୍ୟ ଆରମ୍ଭ ହେବାକୁ ଯାଉଥିବାରୁ ଆଗାମୀ ଅକ୍ଟୋବର 1 ରୁ ଆପଣଙ୍କ ଜୀବନରେ ଅନେକ ପରିବର୍ତ୍ତନ ହେବାକୁ ଯାଉଛି । ଅକ୍ଟୋବର ମାସରୁ ଆପଣଙ୍କ ଜୀବନରେ 8 ଟି ପ୍ରମୁଖ ପରିବର୍ତ୍ତନ ହେବାକୁ ଯାଉଛି, ବିମାନ ଯାତ୍ରା, ଏଲପିଜି ସିଲିଣ୍ଡର, ଫେଷ୍ଟିଭ ସିଜନର ମିଠା, ସ୍ୱାସ୍ଥ୍ୟ ବୀମା ପଲିସି ସହିତ ଅନେକ ଜିନିଷରେ ପରିବର୍ତ୍ତନ ଆସିବ, ଯାହା ଆପଣଙ୍କ ଜୀବନରେ ପ୍ରଭାବ ପକାଇବ । ତେବେ ଆସନ୍ତୁ ଜାଣିବା କେଉଁ ପରିବର୍ତ୍ତନ ହେବାକୁ ଯାଉଛି ।

୧- ରୋଷେଇ ଗ୍ୟାସ୍ ସିଲିଣ୍ଡର୍ ର ଦରରେ ପରିବର୍ତ୍ତନ

ତେଲ କମ୍ପାନୀ ଗୁଡ଼ିକ ପ୍ରତି ମାସ ରେ ଏଲ୍.ପି.ଜି ଓ ଗ୍ୟାସ୍ ଇନ୍ଧନ ର ନୂଆ ଦର ଘୋଷଣା କରିଥାନ୍ତି । ଗତ କିଛି ମାସରୁ ଏହି ଦର ଅନେକ ଉପର ତଳ ହେବାର ଦେଖିବାକୁ ମିଳିଛି । ଆସନ୍ତା ଅକ୍ଟୋବର୍ ୧ ରୁ ନୂଆ ଦର ର ଘୋଷଣା ହେବା । ଏଥିପାଇଁ ଆପଣଙ୍କୁ ମାନସିକ ଓ ଆର୍ଥିକ ଭାବେ ପ୍ରସ୍ତୁତ ରହିବା ଆବଶ୍ୟକ ।

୨- ଡ୍ରାଇଭିଂ ଲାଇସେନ୍ସ ଓ ଇ-ଚାଲାଣ ନିୟମରେ ବଡ଼ ପରିବର୍ତ୍ତନ

କେନ୍ଦ୍ର ସରକାର ମୋଟର ବାହନ ନିୟମ ୧୯୮୯ ରେ କିଛି ସଂଶୋଧନ କରିଛନ୍ତି । ଏହି ସମ୍ବନ୍ଧରେ କେନ୍ଦ୍ର ସରକାର କହିଛନ୍ତି କି ସୂଚନା ପ୍ରାଦୌଗିକ ପୋର୍ଟାଲ୍ ଜରିଆରେ ଅକ୍ଟୋବର ୧ ରୁ ଡ୍ରାଇଭିଂ ଲାଇସେନ୍ସ ଓ ଇ-ଚାଲାଣ ସମ୍ବନ୍ଧିତ ସମସ୍ତ କାଗଜପତ୍ର କୁ ସୁରକ୍ଷିତ ଭାବେ ରଖାଯିବ ।

୩- ଗାଡ଼ି ଚଳାଇବା ବେଳେ ମୋବାଇଲ୍ ବ୍ୟବହାର କଲେ ଲାଗିବ ଭାରି ଜୋରିମାନା

ଯଦି ଗାଡ଼ି ଚଳାଉ ଥିବା ସମୟରେ ମୋବାଇଲରେ କଥା ହେଉଥିବାର ଧରା ପଡିବେ, ତେବେ ଆପଣଙ୍କୁ ୧୦୦୦ ଟଙ୍କା ରୁ ୫୦୦୦ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଭରିବାକୁ ପଡ଼ିବ । ସଡ଼କ ପରିବହନ ଓ ରାଜ୍ୟ ମାର୍ଗ ମନ୍ତ୍ରଣାଳୟ ଏହି ନିୟମ ଗୁଡ଼ିକୁ ସୂଚିତ କରି ଦେଇଛନ୍ତି ।

୪- ଦିଲ୍ଲୀରେ ଉଚ୍ଚ ସୁରକ୍ଷା ନମ୍ୱର୍ ପ୍ଲେଟ୍ ଜରୁରୀ

ଯଦି ଆପଣ ଦିଲ୍ଲୀରେ ରହୁଛନ୍ତି ତେବେ ଅକ୍ଟୋବର ୧ ରୁ ଆପଣଙ୍କ ଗାଡ଼ିରେ ଉଚ୍ଚ ସୁରକ୍ଷା ନମ୍ୱର୍ ପ୍ଲେଟ୍ ଲଗାଇବାକୁ ପଡ଼ିବ । ଏହା ଏପ୍ରିଲ୍ ୨୦୧୯ ମସିହାର ପୂର୍ବରୁ ନିଆ ଯାଇଥିବା ଗାଡ଼ି ଗୁଡିକରେ ଲାଗୁ ହେବ । ଏହାର ଉଲଂଘନ ହେଲେ ୧୦୦୦ ଟଙ୍କା ରୁ ୫୦୦୦ ଟଙ୍କା ପର୍ଯ୍ୟନ୍ତ ଚାଲାଣ କଟା ଯିବ ।

୫- ସ୍ୱାସ୍ଥ୍ୟ ବୀମା ଗୁଡ଼ିକ ହେବ ଗ୍ରାହକ କେନ୍ଦ୍ରିତ

ବୀମା ନିୟାମକ ସଂସ୍ଥା ଆଇ.ଆର୍.ଡି.ଏ.ଆଇ ର ନିୟମ ଅନୁସାରେ ସ୍ୱାସ୍ଥ୍ୟ ବୀମା ପଲିସି ଗୁଡିକରେ ଅକ୍ଟୋବର ୧ ରୁ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । ଏହି ନିୟମାନୁସାରେ ମହଜୁଦ ଥିବା ପ୍ରତ୍ୟେକ ପୁରୁଣା ଓ ନୂଆ ସ୍ୱାସ୍ଥ୍ୟ ବୀମା ଗୁଡ଼ିକ ର ସୁଲଭ ମୂଲ୍ୟରେ ଅଧିକ ରୋଗ କଭର୍ କରିବା ପାଇଁ ଉପଲବ୍ଧ ହେବା । ଏହି ପରିବର୍ତ୍ତନ ଗ୍ରାହକଙ୍କ ସୁବିଧା ନିମନ୍ତେ କରା ଯାଇଛି ।

୬- ଦିଲ୍ଲୀ ରେ ଗୋ-ଏୟାର୍ ବିମାନ ଗୁଡ଼ିକର ଟର୍ମିନାଲ୍ ରେ ପରିବର୍ତ୍ତନ

ବିମାନ କମ୍ପାନୀ ଗୋ-ଏୟାର୍ ର ଦିଲ୍ଲୀକୁ ଆସୁଥିବା ଓ ଦିଲ୍ଲୀରୁ ଯାଉଥିବା ସମସ୍ତ ବିମାନ ଗୁଡ଼ିକର ଗମନାଗମନ କେବଳ ଟର୍ମିନାଲ୍-୨ ରୁ ହିଁ ହେବ । ଏହି ପରିବର୍ତ୍ତନ ଯୋଗୁ ଯାତ୍ରୀ ମାନଙ୍କ ଅସୁବିଧାକୁ ଧ୍ୟାନ ଦେଇ ଗୋ-ଏୟାର୍ ଏକ ବିଶେଷ ଫୋନ ନମ୍ୱର୍ ଓ ନିର୍ଦ୍ଦେଶାବଳୀ ଜାରି କରିଛି । ଗୋ-ଏୟାର୍ ସୂଚନା ଦେଇଛି କି ଘରୁ ବାହାରିବା ସମୟରେ ନିଜ ଫ୍ଲାଇଟ ଓ ଟର୍ମିନାଲ୍ ବିଷୟରେ ସୂଚନା ନେଇ ରଖନ୍ତୁ । ଏଥିପାଇଁ ଗୋ-ଏୟାର୍ ଗ୍ରାହକ ନମ୍ବର ୧୮୦୦ ୨୧୦୦ ୯୯୯ ଓ +୯୧ ୨୨ ୬୨୭୩ ୨୧୧୧ ରେ ସଂପର୍କ କରି ପାରିବେ ।

୭- ମିଠା ଦୋକାନୀ ମାନଙ୍କୁ ସୂଚାଇବାକୁ ପଡ଼ିବ ମିଠାଗୁଡିକର ଏକ୍ସପ୍ୟାରି ଡେଟ୍

ପୂଜା ସିଜିନ୍ କୁ ଆଖିରେ ରଖି କେନ୍ଦ୍ର ସରକାର ଏହି ନୂଆ ନିୟମ ଲାଗୁ କରୁଛନ୍ତି । ଏହାଦ୍ବାରା ଏବେ ମିଠା ଦୋକାନୀ ମାନେ କେବଳ ସତେଜ ମିଠା ହିଁ ବିକ୍ରି କରି ପାରିବେ । ଏଥିପାଇଁ ମିଠା ବିକ୍ରି କରୁଥିବା ସବୁ ଦୋକାନ ଗୁଡ଼ିକ ନିଜ ମିଠା ର ଏକ୍ସପ୍ୟାରି ଡେଟ୍ ସୁଚାଇବକୁ ପଡ଼ିବ । ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ ତଥା ଏଫ୍.ଏସ୍.ଏସ୍.ଏ.ଆଇ ଏବେ ମିଠା ଦୋକାନୀ ମାନଙ୍କୁ ନିଜ ଥାଳି ଗୁଡ଼ିକ ଉପରେ “ବେଷ୍ଟ୍ ବିଫୋର୍” ଉଲ୍ଲେଖ କରିବା ଅନିର୍ବାଯ୍ୟ ହେବା । କିନ୍ତୁ ମିଠା ତିଆରି କରାଯିବାର ତାରିଖ ଲେଖିବେ କି ନାହିଁ ଏହା ସେମାନଙ୍କ ଇଚ୍ଛା ରେ ଛଡାଯିବ ।

୮- ବିଦେଶ କୁ ଟଙ୍କା ପଠାଇବା ହୋଇଯିବ ମହଙ୍ଗା

ଅକ୍ଟୋବର ୧ ରୁ ବିଦେଶକୁ ଟଙ୍କା ପଠାଇବା ମହଙ୍ଗା ହୋଇଯିବ । କାହିଁକି ନା ଏହାକୁ ନେଇ ହେଉଥିବା ଟିକସ ଗୁଡିକରେ କେନ୍ଦ୍ର ସରକାର ପରିବର୍ତ୍ତନ କରିଛନ୍ତି । ଯଦି ଆପଣ ବିଦେଶରେ ରହୁଥିବା ନିଜ ପିଲା କିମ୍ବା ସମ୍ପର୍କୀୟ ଙ୍କୁ ଟଙ୍କା ପଠାଉଛନ୍ତି ତେବେ ୫ ପ୍ରତିଶତ ଅତିରିକ୍ତ ଟି.ସି.ଏସ୍ ଦେୟ ଦେବାକୁ ହେବ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।