ଆଉ ଏକ ସୁଶାନ୍ତ- ଆଉ ଏକ bollywood ହିରୋଙ୍କ ସନ୍ଦେହ ଜନକ ମୃତ୍ୟୁ, ପରିଜନ ଲଗାଇଲେ ହତ୍ୟାର ଆରୋପ

ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି କି ସୁଶାନ୍ତ ସିଂହ ରାଜପୁତଙ୍କ କେସକୁ ବର୍ତ୍ତମାନ CBI ଯାଞ୍ଚ କରୁଛି ଓ CBI ଅସଲ ଆରୋପିକୁ ଖୋଜିବାରେ ଲାଗିଛି । କିନ୍ତୁ ଏହା ମଧ୍ୟରେ ବିହାର ଅନ୍ୟ ଏକ ଅଭିନେତା ଅକ୍ଷତ ଉତ୍କର୍ଷଙ୍କର ସନ୍ଦେହଜନକ ପରିସ୍ଥିତିରେ ମୃତ୍ୟୁ ହୋଇ ଯାଇଛି ଓ ଅନ୍ୟ ପଟେ ଅକ୍ଷତ ଉତ୍କର୍ଷଙ୍କ ପରିବାର ଲୋକମାନଙ୍କ ଆରୋପ ଅଟେ କି ଅକ୍ଷତଙ୍କର ହତ୍ୟା କରା ଯାଇଛି ।

ଏହା ସହିତ ସେ ଏହା ବି ଆରୋପ ଲଗାଇଛନ୍ତି କି ମୁମ୍ବାଇ ପୋଲିସ ତାଙ୍କର ସହଯୋଗ କରୁ ନାହାନ୍ତି । ମୁମ୍ବାଇ ପୋଲିସ ଅକ୍ଷତଙ୍କର ପରିବାରଙ୍କୁ ମୃତ୍ୟୁ ମାମଲାରେ ଦର୍ଜ ହୋଇଥିବା ପ୍ରାଥମିକ କପି ବି ଦେଇ ନାହାନ୍ତି ।

କହିବାକୁ ଗଲେ ଅକ୍ଷତ ଉତ୍କର୍ଷ ମୂଳ ରୂପରେ ମୁଜଫ୍ଫରପୁରର ସିକିନ୍ଦରପୁରର ବାସିନ୍ଦା ଅଟନ୍ତି । ମଙ୍ଗଳାବାର ଦିନ ସକାଳେ ପରିବାର ଲୋକମାନେ ଅକ୍ଷତର ଶବକୁ ବିମାନ ଦ୍ଵାରା ପଟନା ପହଞ୍ଚି ଥିଲେ ଓ ସେଠୁ ପରିବାର ଲୋକମାନେ ଶବକୁ ମୁଜଫ୍ଫରପୁର ନେଇଗଲେ । ଅକ୍ଷତ ଉତ୍କର୍ଷଙ୍କ ମାମୁଁ ରଞ୍ଜୁ ସିଂହ କହିଲେ କି ଏହି ପୁରା ମାମଲା ସନ୍ଦେହଜନକ ଅଟେ । ଅକ୍ଷତ ରବିବାର ରାତି ପାଖାପାଖି ୯.୪୫ରେ ପିତା ବିଜୟନ୍ତ କିଶୋର ସହ କଥାବାର୍ତ୍ତା ବି କରିଥିଲେ ।

କିନ୍ତୁ ସେହି ରାତିରେ ଠିକ ୧୦ – ୧୧ ମଧ୍ୟରେ ତାଙ୍କର ମୃତ୍ୟୁର ସୂଚନା ମିଳିଲା । ଏହା ପରେ ଅକ୍ଷତଙ୍କ ସହ ରହୁଥିବା ତାଙ୍କର ମହିଳା ମିତ୍ର ସ୍ନେହା ଚୌହାନ ପରିବାର ଲୋକଙ୍କୁ ଫୋନ କରି କହିଲେ କି ଅକ୍ଷତ ଫାସୀ ଲାଗାଇ ଆତ୍ମହତ୍ୟା କରିଛନ୍ତି । ସୂଚନା ମିଳିବା ମାତ୍ରେ ହିଁ ଅକ୍ଷତର ପରିବାର ଲୋକମାନେ ସୋମବାରକୁ ମୁମ୍ବାଇ ପହଞ୍ଚିଲେ । ପରିଜନଙ୍କ ଅନୁସାରେ ଫାସୀ ଲଗାଇବା ପରେ ଅକ୍ଷତକୁ ଗମ୍ଭୀର ଅବସ୍ଥାରେ ମୁମ୍ବାଇ କୋକିଲାବେନ ହସ୍ପିଟାଲରେ ନିଆ ଯାଇ ଥିଲା ।

ଏହା ପରେ ତାଙ୍କୁ କୁପର ହସ୍ପିଟାଲକୁ ପଠାଇ ଦିଆଗଲା ଓ କୁପର ହସ୍ପିଟାଲରେ ହିଁ ଅକ୍ଷତଙ୍କ ମୃତ୍ୟୁ ହୋଇ ଗଲା । ଏମିତିରେ ପରିଜନଙ୍କ ଆରୋପ ଏହା ଅଟେ କି ୬ ଫୁଟ ହାଇଟ ବାଲା ଅକ୍ଷତ ମୋଟା ଟାୱଲରେ କେମିତି ଫାସୀ ଲଗାଇ ଆତ୍ମହତ୍ୟା କରି ପାରିବ ? ଅକ୍ଷତ ଆତ୍ମହତ୍ୟା କରି ନାହାନ୍ତି । ତାଙ୍କର ହତ୍ୟା କରାଯାଇଛି । କହିବାକୁ ଗଲେ ଅକ୍ଷତ ଦୁଇ ବର୍ଷ ହେବ ମୁମ୍ବାଇର ଅନ୍ଧେରି ୱେସ୍ଟରେ ରହୁଥିଲେ ।

ସେ ଏମବିଏ କରିଥିଲେ ଓ ମୁମ୍ବାଇରେ ଏକ ପ୍ରାଇବେଟ କମ୍ପାନୀରେ କାମ ବି କରୁଥିଲେ ଓ ଏହା ସହିତ ଅଭିନୟ ବି କରୁଥିଲେ । ଆସନ୍ତା ଫିଲ୍ମ ‘ଲିଟ୍ଟୀ ଚୋଖା’ରେ ତାଙ୍କୁ ରୋଲ ବି ମିଳିଥିଲା । ମୁମ୍ବାଇ ପୋଲିସ ଅନୁସାରେ ଅକ୍ଷତ ସୁସାଇଡ କରିଛନ୍ତି । କାମର ଅଭାବ କାରଣରୁ ଅକ୍ଷତ ଦୁଖିତ ଥିଲେ । ଆପଣଙ୍କୁ କହିଦେଉଛୁ କି ଅକ୍ଷତ ଆରଟିଓ ଅଫିସ ପାଖରେ ଅନ୍ଧେରି ୱେସ୍ଟରେ ପାର୍ଟନର ସହିତ ଲିବ ଇନ ରିଲେଶନଶିପରେ ରହୁଥିଲା ।

ତାଙ୍କର ପ୍ରେମିକା କହିଲେ କି ଅକ୍ଷତ ରବିବାର ସନ୍ଧ୍ୟା ସମୟରେ ଅଜବ ବ୍ୟବହାର କରୁଥିଲେ । ଏହା ପରେ ଆମେ ବହୁତ ସମୟ କଥାବାର୍ତ୍ତା ହେବା ପରେ ଡିନର କରିଲୁ ଓ ଏହା ପରେ ଯେତେବେଳେ ମୁଁ ରାତି ୧୧.୩୦ରେ ଉଠିଲି ତେବେ ଦେଖିଲି କି ଅକ୍ଷତ ହଳରେ ଫାସୀ ଲଗାଇଛନ୍ତି । ଏହା ପରେ ମୁଁ ସଙ୍ଗେ ସଙ୍ଗେ ପୋଲିସକୁ ସୂଚନା ଦେଲି । ଆପଣଙ୍କୁ କହିଦେଉଛୁ କି ସେହ୍ନା ବି ଜଣେ ଅଭିନେତ୍ରୀ ଅଟନ୍ତି ।

ଅକ୍ଷତଙ୍କ ପିତା ଆରୋପ ଲଗାଇଛନ୍ତି କି ତାଙ୍କ ପୁଅ ଆତ୍ମହତ୍ୟା କରି ପାରିବେ ନାହିଁ । ତାଙ୍କୁ ସନ୍ଦେହ ହେଉଛି କି ପ୍ଳାନ କରି ତାଙ୍କ ପୁଅକୁ ହତ୍ୟା କରା ଯାଇଛି । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।