ନା ଟିକେଟ ନା ପରିଚୟ ପତ୍ର ତଥାପି ଫ୍ଲାଇଟରେ ବୁଲିଲା 1677 ମାଇଲ, କୁନି ପିଲା କଲା ଏଭଳି କାରନାମା ଶୁଣିଲେ ମୁଣ୍ଡ ଟିଣ ହେଇଯିବ !

ସେ ହେଉଛି ବିଶ୍ଵ ବାଳୁଙ୍ଗା । ଏମିତି କାଣ୍ଡ କରିଦେଲା ଯେ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ । କିନ୍ତୁ ତାଙ୍କ କରନାମା କେହିବି ଜାଣି ପାରିଲେନି । ଏହା ସ୍ଵାଭାବିକ କଥା ଯେ ଛୋଟପିଲା ମାନେ ଖୁବ ଦୁଷ୍ଟ ଥାଆନ୍ତି । କିନ୍ତୁ ବେଳେ ବେଳେ ତାଙ୍କ ଦୁଷ୍ଟାମି ଏତେ ବଢିଯାଏ ଯେ ସମସ୍ତେ ଅତିଷ୍ଠ ହୋଇଯାନ୍ତି । ଆଜି ଆମେ ଆପଣଙ୍କୁ ଏମିତି ଏକ ପିଲାର ଦୁଷ୍ଟାମି ବିଷୟରେ ଯାହା ଶୁଣି କେବଳ ତା’ ବାପମା ନୁହେଁ ବରଂ ପୁରା ଦେଶ ଆଶ୍ଚର୍ଯ୍ୟ ।

କଥାଟି ହେଉଛି ପିଲାଟି ଫ୍ଲାଇଟରେ ଲୁଚି ନିଜ ଘରଠାରୁ ୧୬ ଶହ ୭୭ ମାଇଲ ଦୂରରେ ପହଞ୍ଚି ଯାଇଛି । ପିଲାଟିର କାରନାମା ଜାଣିଲେ ଆପଣ ମୁଣ୍ଡରେ ହାତ ଦେଇଦେବେ । ଏୟାରପୋର୍ଟ ଅଧିକାରୀ, ସିକ୍ଯୁରିଟି ଓ ଫ୍ଲାଇଟ ଆଟେଣ୍ଡାଣ୍ଟ ମଧ୍ୟ ତାଙ୍କୁ ଧରି ପାରିଲେନି । ଏହି ଦୁଷ୍ଟ ପିଲାଟିର ନାଁ ହେଉଛି ଇମାନୁଏଲ ମାରକୁଜ ଦି ଓଲିଭେରା । ବୟସ ହେଉଛି ମାତ୍ର ୯ ବର୍ଷ । ବ୍ରାଜିଲର ଉତ୍ତର-ପଶ୍ଚିମ ଅଞ୍ଚଳରେ ରହୁଥିବା ଏହି କୁନି ପିଲାଟି ବିନା ଟିକେଟରେ ଫ୍ଲାଇଟରେ ଯାତ୍ରା କରିଥିଲା ।

ଆଉ ପହଞ୍ଚି ଯାଇଥିଲା ନିଜ ଘରଠୁ ୧୬୭୭ ମାଇଲ ଦୂରରେ । ସେ ଲୁଚି ଲୁଚି ଏମିତି କାରନାମା କରିଥିଲେ ବି କେହି ତା’ର ସୁରାକ ପାଇପାରି ନଥିଲେ । ପିଲାଟିର ମାଆ ତାକୁ ଖୋଜିବା ପରେ ଘଟଣା ବିଷୟରେ ଜଣା ପଡିଥିଲା । ରିପୋର୍ଟ ଅନୁସାରେ ୨୬ ଫେବୃୟାରୀ ସକାଳ ପରେ ପିଲାଟି ଘରେ ଦେଖା ଦେଇ ନଥିଲା । ସାଢେ ୫ତା ପର୍ଯ୍ୟନ୍ତ ପିଲାଟିକୁ ଶୋଇଥିବାର ମାଆ ଦେଖିଥିଲେ । ଆଉ ତା’ପରେ ସେ ଗାୟବ ଥିଲେ ।

ମା’ଙ୍କ କହିବା ଅନୁସାରେ ସେ ଯେତେବେଳେ ଇମାନୁଏଲର ରୁମ୍ କୁ ଯାଇଥିଲେ ସେ ତାକୁ ସେଠାରେ ପାଇ ନଥିଲେ । ସେ ଚିନ୍ତାରେ ଘରର ସବୁଠି ଖୋଜିବାକୁ ଲାଗିଥିଲେ । ସାରାଦିନ ଖୋଜିବା ପରେ ବି ପିଲାଟିର ଖୋଜ ଖବର ମିଳି ନଥିଲା । ପରେ ସେ ଜାଣିବାକୁ ପାଇଥିଲେ ଯେ ତାଙ୍କ ପୁଅ ୧୬୭୭ ମାଇଲ ଦୂର ଗରୁହଂସରେ ପହଞ୍ଚି ଯାଇଛି । ଏକୁଟିଆ ଏତେ ଦୂର ତା’ ପୁଣି ବିନା ଟିକେଟରେ । ପିଲାଟି ଘରୁ ବାହାରିବା ଆଗରୁ ଗୁଗୁଲ୍ ରେ ସର୍ଚ୍ଚ କରିଥିବା କଥା ବି ମା କହିଛନ୍ତି ।

ସେପଟେ ଏୟାରପୋର୍ଟ ଅଧିକାରୀ ଘଟଣାର ତଦନ୍ତ କରୁଛନ୍ତି । ବିନା ପରିଚୟ ପତ୍ର ଓ ବିନା ଯାଞ୍ଚରେ ପିଲାଟି ଫ୍ଲାଇଟରେ କେମିତି ବସିଲା ତାହା ଏବେ ସମସ୍ତଙ୍କମାନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେବେ ମାନିବାକୁ ପଡିବ ପିଲାର ଦୁଷ୍ଟାମି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।