ଫିଲ୍ମ ଷ୍ଟାଇଲରେ ଆଟାକ କଲେ । ଛପି ଛପି ଆସି ସିଧା ମାଡି ବସିଲେ । ଫାୟାରିଙ୍ଗ କରି ହଠାତ ଆଟାକ କଲା ପୋଲିସ । ପୁରା ଘଟଣା ଜାଣିଲେ ଆପଣ ବି କହିବେ ଇଏ ପୁରା ଫିଲ୍ମ ଷ୍ଟାଇଲ ବୋଲି । ଶନିବାର ସନ୍ଧ୍ୟା ସମୟରେ ଆରମ୍ଭ ହୋଇ ଯାଇଥିଲା ଏହି ଚୋର ପୋଲିସ ଖେଳ । ହଠାତ ବଲାଙ୍ଗୀର ଲୋଇଶିଙ୍ଗା ଥାନା ଭାଲିଆମୁଣ୍ଡା ଅଞ୍ଚଳରେ ଏକ ବୋଲେରୋକୁ ପୋଲିସ ଗାଡି ପିଛା କରିବା ଆରମ୍ଭ କରି ଦେଇଥିଲା ।

ଏହା ଦେଖି ବୋଲେରୋ ଚଲାଉଥିବା ଡ୍ରାଇଭର ବି ଜୋରରେ ଗାଡି ଚଲେଇବାକୁ ଲାଗିଲେ । ଗାଡିରେ ବସିଥିବା ଲୋକମାନେ ଫେରାର ହେବାକୁ ଚେଷ୍ଟା କରୁଥିଲେ । କିନ୍ତୁ ପୋଲିସ ସେପଟେ ଫାୟାରିଙ୍ଗ ଜାରି ରଖିଥିଲା । ଯାହାଫଳରେ ଛକରେ ଥିବା ଷ୍ଟଲରେ ଯାଇ ବୋଲେରୋଟି ଯାଇ ପିଟି ହୋଇଗଲା । ଯାହାପରେ ବୋଲେରୋରେ ଥିବା ଚାରିଜଣଙ୍କୁ ପୋଲିସ ଯାଇ କାବୁ କରି ନେଇଥିଲା ।
ଏକ ବୋଲେରୋରେ କଫ୍ ଶିରପ୍ ବୋଝେଇ କରି ଜଣେ ନିଶା ବେପାରୀ ବେଆଇନ ଭାବେ ଚାଲାଣ କରୁଥିବା ଖବର ପୋଲିସକୁ ମିଳିଥିଲା । ଯାହା ପରେ ସେହି ବୋଲେରୋକୁ ଧରିବା ପାଇଁ ବାହାରି ପଡିଥିଲା ବରଗଡ ପୋଲିସର ଏକ ସ୍ପେଶାଲ ଟିମ୍ । ଯାହାପରେ ବୋଲେରୋର ପିଛା କରି ପୁରା ଫିଲ୍ମ ଷ୍ଟାଇଲରେ ଛପି ଛପି ଆସି ମାଡି ବସିଥିଲେ । ସେପଟେ କିନ୍ତୁ ପୁରା ଜନବସତି ମଧ୍ୟରେ ପୋଲିସ ଫିଲ୍ମ ଷ୍ଟାଇଲରେ ବୋଲେରୋ ଉପରକୁ ଫାୟାରିଙ୍ଗ କରିବାକୁ ନେଇ ସ୍ଥାନୀୟ ଲୋକେ ଆପତ୍ତି ଉଠାଇଥିଲେ ।
ପୋଲିସର ଏଭଳି କାର୍ଯ୍ୟ ଦ୍ଵାରା ସାଧାରଣ ଲୋକଙ୍କ ଜୀବନ ମଧ୍ୟ ବିପଦରେ ପଡିଥାନ୍ତା ବୋଲି ଗାଁ ଲୋକେ ଅଭିଯୋଗ କରିଛନ୍ତି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେବାରୁ ଲୋଇଶିଙ୍ଗା ପୋଲିସ ଯାଇ ସେଠାରେ ବୁଝାସୁଝା କରିଥିଲେ । ଯାହାପରେ ବରଗଡ ପୋଲିସ ଉକ୍ତ ନିଶା ବେପାରୀ ୪ଜଣଙ୍କୁ ଗିରଫ କରିବା ସହ କଫ୍ ଶିରପ୍ ମଧ୍ୟ ସିଜ୍ କରିଛି ।

ଅଭିଯୁକ୍ତ ଚାରିଜଣଙ୍କୁ ବରଗଡକୁ ନେଇ ତଦନ୍ତ ଜାରି ରଖିଛି ପୋଲିସ । ତେବେ ଫାୟାରିଙ୍ଗ ହୋଇଛି କି ନାହିଁ ସେନେଇ ସ୍ପଷ୍ଟ ସୂଚନା କିନ୍ତୁ ମିଳିନାହିଁ । ଏପଟେ ଘଟଣା ସମ୍ପର୍କରେ ବରଗଡ କିମ୍ବା ବଲାଙ୍ଗିର ପୋଲିସ ମଧ୍ୟ ମୁହଁ ଖୋଲିନାହିଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।