ପୁଷ୍ପା ଷ୍ଟାଇଲରେ କରୁଥିଲା ମଦ କାରବାର, ଧରାହେବା ପରେ କହିଲା ଝୁକେଗା ନେହିଁ… ତା ପରେ ପୋଲିସ ଯାହା କଲେ ଦେଖନ୍ତୁ ଏହି Report

ପୁଣି ପୁଷ୍ପା ଷ୍ଟାଇଲରେ ହେଉଥିବା ଚୋରା କାରବାରର ପର୍ଦ୍ଦାଫାଶ କରିଛି ପୋଲିସ । ଯେମିତି ଓମଫେଡ ଗାଡିରେ ସିକ୍ରେଟ ଚାମ୍ବର କରି ଚନ୍ଦନ କାଠ ଚାଲାଣ ହେଉଥିଲା ଠିକ ସେହିପରି ଓମଫେଡ ଗାଡିରେ ସିକ୍ରେଟ ଚାମ୍ବର କରି ମଦ ଚାଲାଣ କାରବାର କରୁଥିଲା ଅଭିଯୁକ୍ତ । ଏଭଳି ଜଣେ ମାଷ୍ଟର ମାଇଣ୍ଡଙ୍କୁ ଗିରଫ କରିଛି ଅବକାରୀ ବିଭାଗର ଫ୍ଲାଇଙ୍ଗ ସ୍କ୍ବାଡ । ଗିରଫ ଅଭିଯୁକ୍ତଙ୍କ ନାଁ ହେଉଛି ଜଗମୋହନ ସାହୁ । ନାଁ ବଦଳାଇ ସେ ରାଜକୁମାର ରଖିଥିଲା । ତାଙ୍କ ବାପା ଜଣେ ଗଞ୍ଜେଇ ବେପାରୀ ବୋଲି ଜଣାପଡିଛି ।

ଭୁବନେଶ୍ବର ସାମନ୍ତରାପୁର ନୂଆଗାଁ ସ୍ଥିତ ଘରେ ଚଢାଉ କରି ଅଭିଯୁକ୍ତ ଗିରଫ କରିଛି ଅବକାରୀ ବିଭାଗ । ଅଭିଯୁକ୍ତ ରାଜକୁମାର ଠାରୁ ଦାମୀ ଗାଡି ୯ ଲକ୍ଷ ଟଙ୍କା ଓ ଦୁଇ କେଜି ଗଞ୍ଜେଇ ମଧ୍ୟ ଜବତ କରିଛି ପୋଲିସ । ଚୋରା ମଦ ଟ୍ରକକୁ ଅଭିଯୁକ୍ତ ପାଣି ଟ୍ୟାଙ୍କର ଭାବେ ବଦଳାଇ ମଦ କାରବାର କରୁଥିଲା । ମାର୍ଚ୍ଚ ୧ ତାରିଖରେ ଟ୍ରକ ସହ ଲକ୍ଷାଧିକ ଟଙ୍କାର ଚୋରା ମଦ ଜବତ କରିଥିଲା ସ୍ଥାନୀୟ ପୋଲିସ । ଏହାର ଲିଙ୍କ ଖୋଲତାଡ କରି ଏବେ ମାଷ୍ଟର ମାଇଣ୍ଡ ପାଖରେ ପୋଲିସ ପହଞ୍ଚି ପାରିଛି ।

ଅଭିଯୁକ୍ତର ଘର ଏବଂ ସମ୍ପତ୍ତି ଦେଖି ଅବକାରୀ ଅଧିକାରୀ ତାଜୁବ ହୋଇ ଯାଇଛନ୍ତି । ତେବେ ଏନେଇ ଅଧିକ ଖୋଲତାଡ ଚାଲିଥିବା ଅବକାରୀ ବିଭାଗର ଅଧିକାରୀ କହିଛନ୍ତି । ଷ୍ଟେଟ ଫ୍ଲାଇଙ୍ଗ ସ୍କ୍ବାଡ, ଗୁଇନ୍ଦା ବିଭାଗ କଟକ ଏବଂ ଭୁବନେଶର ଏକ୍ସାଇଜ ଟିମ୍ ମିଳିତ ଭାବେ ଏହି ଚଢାଉରେ ସାମିଲ ହୋଇଥିଲେ । ଅରୁଣାଞ୍ଚଳ ପ୍ରଦେଶରୁ ମଦ ଆଣି ଚୋରାରେ କାରବାର କରୁଥିଲା ଅଭିଯୁକ୍ତ ।

ତେବେ କେବଳ ଓଡିଶା ନୁହେଁ ବରଂ ବିହାର ଏବଂ ଛତିଶଗଡରେ ମଧ୍ୟ ସେ ବେଆଇନ ଭାବେ ମଦ କାରବାର ଚଳାଇଥିଲା ବୋଲି ଅବକାରୀ ଅଧିକାରୀ କହିଛନ୍ତି । ଅଭିଯୁକ୍ତର ମୋବାଇଲ ଯାଞ୍ଚ କରିବା ପରେ ସେଥିରୁ ପୁଷ୍ପା ଫିଲ୍ମର ଛୋଟ ଛୋଟ ଭିଡିଓ କ୍ଲିପ ସବୁ ମିଳିଥିଲା ଓ ମେସେଜରେ ମଧ୍ୟ ଦେଖିବାକୁ ମିଳିଥିଲା କି ସେ ତା’ର ସହଯୋଗୀ ମାନଙ୍କୁ ପୁଷ୍ପା ଷ୍ଟାଇଲରେ କାରବାର କରିବା ମଧ୍ୟ ଉତ୍ସାହିତ କରୁଛି । ଏକଥା ସେ ନିଜେ ମଧ୍ୟ ମାନିଛି ।

ଏକ ଚୋରା ପାଣି କରି ସେଥିରେ ସେ ମଦ ନେଉଥିଲା । ଏହାକୁ ମେସିନ ଲଗାଇ କାଟି ଦେଖିବା ପରେ ସେଥିରୁ ହଜାର ହଜାର ପେଟି ମଦ ବାହାରିଥିଲା । ଫିଲ୍ମ ପୁଷ୍ପା ଷ୍ଟାଇଲରେ ଅପରାଧ କରିବା ଆଜିକାଲି ଏକ ଟ୍ରେଣ୍ଡ ହୋଇଗଲାଣି । ଏନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।