Putin ଙ୍କ ନିର୍ଦ୍ଦେଶ: ଋଷ ସେନାରେ ଭର୍ତ୍ତି ହେବେ 1 ଲକ୍ଷ ଯୁବକ, ଯଦି ମନା କରିବେ ମିଳିବ ଏହି ଭୟଙ୍କର ଦଣ୍ଡ

ଋଷ ସେନା ତରଫରୁ ୧ ଲକ୍ଷ ଯୁବକଙ୍କ ଭର୍ତ୍ତି ହେବ । ଆଉ ମନାକଲେ ଚାରି ବର୍ଷ ଜେଲ୍ ଦଣ୍ଡ ଭୋଗିବାକୁ ପଡିବ । ଆଜିକୁ ପ୍ରାୟ ୧୮ ଦିନ ହେବ ଚାଲିଛି ଋଷ-ୟୁକ୍ରେନ ଯୁଦ୍ଧ । ୟୁକ୍ରେନ ଦଖଲ ପାଇଁ ପ୍ରାୟ ଦୁଇ ଲକ୍ଷ ସୈନ୍ୟ କ୍ରମାଗତ ଭାବେ ଲଢେଇ ଜାରି ରଖିଛନ୍ତି । ଠିକ ଭାବେ ଖାଇବା, ବିଶ୍ରାମ ଓ ପାଣି ଅଭାବରୁ ଥକି ପଡିଲେଣି ଋଷ ସୈନ୍ୟ । ତେଣୁ ଋଷର ସାମରିକ ଅଭିଯାନ ଆଗକୁ ବଢି ପାରୁନାହିଁ । ତେଣୁ ସୈନ୍ୟ ସଂଖ୍ୟା କମ୍ ପଡୁଥିବା ଦେଖିବା ପରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ତୁରନ୍ତ ଏକ ଲକ୍ଷ ସୈନ୍ୟ ନିଯୁକ୍ତି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏ ସମ୍ପର୍କରେ ସଂସଦରେ ପ୍ରସ୍ତାବ ମଧ୍ୟ ପାସ୍ ହୋଇଛି । ସଂସଦରେ ପାରିତ ହୋଇଥିବା ପ୍ରସ୍ତାବ ଅନୁଯାୟୀ ଯେଉଁ ଏକ ଲକ୍ଷ ଯୁବକ ସେନାରେ ସାମିଲ ହେବେ ସେମାନଙ୍କୁ ଯୁଦ୍ଧ ପାଇଁ ୟୁକ୍ରେନ ପଠାଯିବ । ଏଥିସହ ସେନାରେ ନିଯୁକ୍ତି ପ୍ରକ୍ରିୟା ନିୟମକୁ ଆହୁରି କଡାକଡି କରାଯାଇଛି । ସେହି ଅନୁସାରେ ଦେଶର ସମସ୍ତ ୧୮ରୁ ୨୭ ବର୍ଷୀୟ ସୁସ୍ଥ ଯୁବକମାନେ ସେନାରେ ଭର୍ତ୍ତି ହେବାକୁ ବାଧ୍ୟ । ସେମାନଙ୍କୁ ଅତିକମରେ ସେନାରେ ଦୁଇ ବର୍ଷ ପାଇଁ କାର୍ଯ୍ୟ କରିବାକୁ ପଡିବ ।

କିନ୍ତୁ ଯେଉଁମାନେ ସେନାରେ ଭର୍ତ୍ତି ହେବାକୁ ମନାକରିବେ ସେମାନଙ୍କୁ ଦୁଇରୁ ଚାରି ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ମିଳିବ ବୋଲି ନୂଆ ନିୟମରେ ବ୍ୟବସ୍ଥା କରାଯାଇଛି । ପ୍ରଥମେ ଋଷ ସେନା ପକ୍ଷରୁ ସମସ୍ତ ଯୋଗ୍ୟ ଯୁବକ ଯୁବତୀଙ୍କ ପାଖକୁ ଚିଠି ଲେଖାଯିବ । ସେମାନଙ୍କୁ ଦୁଇ ସପ୍ତାହ ମଧ୍ୟରେ ସେନାରେ ସାମିଲ ହେବାକୁ ନିର୍ଦ୍ଦେଶ ଦିଆଯିବ । ଯଦି ଏହି ସମୟ ସୀମା ମଧ୍ୟରେ ସେମାନେ ସେନାରେ ସାମିଲ ନହୁଅନ୍ତି ତେବେ ସେମାନଙ୍କୁ ଗିରଫ କରି ଜେଲ୍ ରେ ଭର୍ତ୍ତି କରି ଦିଆଯିବ ।

ଏପ୍ରିଲ ୧ ତାରିଖ ସୁଦ୍ଧା ଏକ ଲକ୍ଷ ସୈନ୍ୟ ସେନାରେ ସାମିଲ ହେବେ । ଏପରିକି ସିରିଆ ସମେତ ମଧ୍ୟପ୍ରାଚ୍ଯ ଅଞ୍ଚଳରୁ କିଛି ଯୋଦ୍ଧାଙ୍କୁ ଆଣି ୟୁକ୍ରେନରେ ଲଢେଇବାକୁ ଋଷ ଯୋଜନା କରିଛି । ଅନ୍ୟପଟେ ଋଷର ପ୍ରତିରକ୍ଷା ବିଭାଗ କହିଛି ଏପର୍ଯ୍ୟନ୍ତ ଋଷ ସେନାରେ ଭର୍ତ୍ତି ହେବା ଲାଗି ମଧ୍ୟପ୍ରାଚ୍ୟର ୧୬ ହଜାର ସେନା ଆବେଦନ କରିଛନ୍ତି । ସେସବୁ ଦେଶରେ ଏହି ଯୋଦ୍ଧାମାନେ ଆଇଏସ ଆତଙ୍କି ବିପକ୍ଷରେ ଲଢୁଥିଲେ ।

ସେମାନଙ୍କୁ ନିଯୁକ୍ତି ଦେବା ସହ ତୁରନ୍ତ ୟୁକ୍ରେନକୁ ପଠାଇବା ଲାଗି ରାଷ୍ଟ୍ରପତି ପୁଟିନ ନିର୍ଦ୍ଦେଶନାମା ଜାରି କରିଥିବା ସୂଚନା ରହିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।