ଫିଲ୍ମ କରିବାକୁ ମୋର ଇଚ୍ଛା ନାହିଁ…ମୁଁ ବ୍ରାହ୍ମଣ ଘର ଝିଅ.. ଭଲ ପାଇ ଅନ୍ୟ ଜାତିରେ ବାହା ହୋଇଛି ଏମିତି କିଛି କହିଲେ ଅଭିନେତ୍ରୀ ନିଲୁ ।

ନମସ୍କାର ବନ୍ଧୁଗଣ । ଆପଣ ମାନେ ସାର୍ଥକ ଚ୍ଯାନେଲ ରେ ଅଭିନୟ କରୁଥିବା ଅଭିନେତ୍ରୀ ନିଲୁ ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ପ୍ରଥମେ ସାର୍ଥକ ଚ୍ଯାନେଲ ରୁ ନିଜର ଅଭିନୟ କ୍ଯାରିୟର ଆରମ୍ଭ କରିଥିଲେ ଆଉ ଲୋକଲୋଚନ କୁ ଆସିଥିଲେ । ଲୋକେ ବି ଆଜି ବି ତାଙ୍କୁ ମନେ ରଖିଛନ୍ତି । ତେବେ ନିଜ ବାହାଘର କୁ ନେଇ ଅଭିନେତ୍ରୀ ନିଲୁ ସାକ୍ଷାତରକାର ରେ ନିଜର ମତ ରଖିଛନ୍ତି । ଯାହା ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ।

ଅଭିନେତ୍ରୀ ନିଲୁ କହିଛନ୍ତି କି “ମୋ ବାପା ମୋତେ କେବେ ବି ପଚାରି ନାହାନ୍ତି ମୁଁ କାହିଁକି ଅନ୍ୟ ଜାତିରେ ବାହା ହେଲି । କାହିଁକି ମୁଁ ବ୍ରାହ୍ମଣ ଆଉ ମୋ ସ୍ଵାମୀ କାରଣ । ମୋ ଠାରୁ ଅଧିକ ଖୁସି ମୋ ବାପା ମୋ ବାହାଘରକୁ ନେଇ । ସେ ମୋ ଠାରୁ ଅଧିକା ମୋ ସ୍ବାମୀଙ୍କୁ ବହୁତ ଭଲ ପାଆନ୍ତି । ମୁଁ ତ ଟିକେ ଚଣ୍ଡୀ କିନ୍ତୁ ମୋ ସ୍ଵାମୀ ଏତେ ଭଲ ଯାହା କେବବେ କଳ୍ପନା କରି ହେବ ନାହିଁ ।

ମୁଁ ବହୁତ ରାଘିଯାଏ । କିନ୍ତୁ ମୋ ସ୍ଵାମୀ ବହୁତ ଭଲ ପାଆନ୍ତି ସବୁ କିଛି ହ୍ୟାଣ୍ଡେଲ କରନ୍ତି । ଯଦି କେବେ ଚାନ୍ସ ମିଳେ ତେବେ ରାଜନୀତି କରିବି । କାରଣ ମୋ ବାପା ଓ ସ୍ଵାମୀ ରାଜନୀତି କରନ୍ତି । ମୋ ବାହାଘରକୁ 4 ବର୍ଷ ହେଲାଣି । ମୋ ପାଇଁ ଗିଫ୍ଟ ମୋ ସ୍ଵାମୀ । ତାଙ୍କ ସ୍ନେହା ଭଲ ପାଇବା ମୋ ପାଇଁ ଗିଫ୍ଟ । ସୁନା ଗହଣାରେ କେବେ ଭଲ ପାଇବା ତୁଲେଇ ହୁଏ ନାହିଁ ।

ମୁଁ ଅଧିକ ରାଗିଗଲେ ପରେ ଅନୁତାପ କରେ । ଆଉ sorry କୁହେ । ମୋର ଇଣ୍ଡଷ୍ଟ୍ରି ରେ ରହିବାର ଅଛି । କାରଣ ଲୋକେ ମୋତେ ନିଲୁ ନାଁ ରେ ଜାଣିଛନ୍ତି । ତାକୁ କେମିତି ଛାଡି ପାରିବି । ଫିଲ୍ମ କରିବାକୁ ମୋର ଇଚ୍ଛା ନ୍ବାହିଁ । କାରଣ ସିରିଏଲ କୁ ମୁଁ ବହୁତ ଭଲ ପାଏ । ମୋ ସ୍ବାମୀଙ୍କର ବି ଇଚ୍ଛା ନୁହେଁ କି ମୁଁ ଫିଲ୍ମ କରେ । କାରଣ ଫିଲ୍ମ କରିଲେ ମୋତେ ବାହାରକୁ ଯିବାକୁ ପଡିବ ।

ସିରିଏଲ କଣ ଗୋଟେ ଲୋକେସନ ଥାଏ । ବାହାଘର ପୂର୍ବରୁ ମୁଁ ହଷ୍ଟେଲ ରେ ରହୁଥିଲି । ଶୁଟିଙ୍ଗ ର ଖାଇବା ବି ମୋତେ ପସନ୍ଦ ଆସୁ ନ ଥିଲା । ବାହାର ଖାଇବା ବି ମୋତେ ଭଲ ଲାଗୁ ନ ଥିଲା । ବାହାଘର ପରେ ମୋତେ ଖାଇବାକୁ ଦେଇ ମୋଟା କରି ଦେଇଛନ୍ତି ମୋ ସ୍ଵାମୀ । ବୁଝାମଣା ଯେଉଁ ଜାଗାରେ ଥିବ ସେଠାରେ କେବେ ସମସ୍ଯା ଆସିବ ନାହିଁ । ମୋ ସ୍ଵାମୀ ଜଣେ ବିଜନେସମ୍ୟାନ । ମୁଁ ସିରିଏଲ କରିବି କିନ୍ତୁ ଏବେ କିଛି ଦିନ ପାଇଁ ବ୍ରେକ କରିବି । ତାପରେ ଇଣ୍ଡଷ୍ଟ୍ରି କୁ ଫେରିବି” । ତା ହେଲେ ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।