ଏଥିରୁ ମାତ୍ର 1 ଚାମୁଚ ପିଇଲେ ଛାତି, ଗଳା ଓ ଫୁସଫୁସରେ ଜମିଥିବା କଫ ମହମ ଭଳି ତରଳିଯିବ (Home Remedy for Cough & Cold)

ଆଜି ଆମେ ଆପଣଙ୍କୁ ଘରୋଇ ଉପାୟରେ ଫୁସଫୁସ, ଛାତି ଓ ଗଳାରୁ କଫ ବାହାର କରିବାର ଉପଚାର ବିଷୟରେ କହିବୁ । ପ୍ରଥମ ଥର ସେବନ କରିବା ଠାରୁ ହିଁ ଆପଣଙ୍କୁ ଏଥିରୁ ଫାଇଦା ଦେଖିବାକୁ ମିଳିବ । ମାତ୍ର ତିନିଦିନ ଯାଏଁ ଏହାକୁ ସେବନ କଲେ ଆଲର୍ଜି, କାଶ ଓ କଫ ଏକଦମ ଭଲ ହୋଇଯିବ । ଏହି ଉପଚାର ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ ଆବଶ୍ୟକ ହେବ 6ଟି ତେଜପତ୍ର । ତେଜପତ୍ରକୁ ଭଲଭାବେ ଧୋଇ ଏହାକୁ ଛୋଟ ଛୋଟ ଖଣ୍ଡ କରିଦିଅନ୍ତୁ ।

ଏବେ କାଣୀ ଆଙ୍ଗୁଳି ଲମ୍ବର ଏକ ଅଦା ନିଅନ୍ତୁ ଓ ଏହାକୁ ଛୋପା ଛଡେଇ ଭଲଭାବେ ଢୋଇବା ପରେ ଛୋଟ ଛୋଟ ଖଣ୍ଡରେ କାଟି ଦିଅନ୍ତୁ । ଏହାପରେ ଏକ ପାତ୍ରରେ 500ml ଅର୍ଥାତ ଦୁଇ ଗ୍ଳାସ ପାଣି ଗରମ କରନ୍ତୁ । ପାଣି ଗରମ ହେବା ପରେ ଏଥିରେ ପ୍ରଥମେ ଅଦା ଖଣ୍ଡକୁ ପକାଇ ଦିଅନ୍ତୁ ଓ ଏକ ମିନିଟ ଯାଏଁ ଭଲଭାବେ ଫୁଟାନ୍ତୁ । ଏହାପରେ ସେଥିରେ ତେଜପତ୍ର ଖଣ୍ଡ ମଧ୍ୟ ପକାଇ ଦିଅନ୍ତୁ । ଅଦା ଓ ତେଜପତ୍ରରେ ଆଣ୍ଟି ଅକ୍ସିଡାଣ୍ଟ, ଆଣ୍ଟି ବାୟୋଟିକ ଓ ଆଣ୍ଟି ଇନଫ୍ଲେମେଟାରୀ ଗୁଣ ରହିଥାଏ ।

ଏହାର ପ୍ରୟୋଗ ଦ୍ଵାରା ଶ୍ଵାସନଳୀ ଫୁଲିଥିଲେ ତାହା କମିଯାଏ ଓ ନିଃଶ୍ଵାସ ପ୍ରଶ୍ଵାସ ସମ୍ବନ୍ଧିତ ସମସ୍ତ ସମସ୍ଯାରୁ ମୁକ୍ତି ମିଳେ । ତେଜପତ୍ରରେ ଭିଟାମିନ-ସି ଓ କ୍ୟାଲସିୟମ ଥାଏ, ଯାହା ମାଢିକୁ ସୁସ୍ଥ ରଖେ ଓ ପାତିରୁ ଦୁର୍ଗନ୍ଧ ବାହାରିବା ବନ୍ଦ ହୁଏ । ଏହା କୋଲେଷ୍ଟ୍ରୋଲ କମ କରେ, ଫଙ୍ଗାଲ ଇନଫେକ୍ସନ ଭଲ କରେ, ଓଜନ କମ କରିଥାଏ ଏବଂ ପେଟଜନିତ ସମସ୍ଯା ମଧ୍ୟ ଦୂର କରେ ।

ଅଦା ଓ ତେଜପତ୍ର କିଛି ସମୟ ଫୁଟିବା ପରେ ଏଥିରେ ଏକ ଛୋଟ ଖଣ୍ଡ ଡାଲଚିନିକୁ ଖଣ୍ଡ କରି ଏଥିରେ ପକାଇ ଦିଅନ୍ତୁ । ଡାଲଚିନିର ପ୍ରୟୋଗ ଦ୍ଵାରା ଏହି ରିମେଡିର ପ୍ରଭାବ ଆହୁରି ବଢିଯାଏ । ଏବେ ଏଥିରେ ପକାନ୍ତୁ ତିନୋଟି ଲବଙ୍ଗ । ଏହି ରିମେଡିକୁ ଆପଣ ତିନିଦିନ ପର୍ଯ୍ୟନ୍ତ ବ୍ୟବହାର କରିପାରିବେ ।

ଦୁଇ ଗ୍ଳାସ ପାଣି ଫୁଟି ଫୁଟି ଏକ ଗ୍ଳାସ ହେବା ଯାଏଁ ଆପଣ ଏହାକୁ ଫୁଟାନ୍ତୁ ଓ ଗ୍ଯାସ ବନ୍ଦ କରି ଏହାକୁ ଏକ କପକୁ ଛାଣି ନିଅନ୍ତୁ । ଏହି ପାଣିକୁ ଆପଣ ସକାଳୁ ଖାଲି ପେଟରେ 5 ଚାମୁଚ ଲେଖାଏଁ ପିଇବେ । ଏହାକୁ ଯଦି ଦୁଇ ବର୍ଷର ପିଲାଙ୍କୁ ଦେଉଛନ୍ତି ତେବେ ଏକ ଚାମୁଚ ହିଁ ଦେବେ ।

ଏହି କାଢା ଏକ କପରେ ନେଇ ସେଥିରେ ଏକରୁ ଦୁଇ ଚାମୁଚ ଉଷୁମ ପାଣି ମିଶାନ୍ତୁ ଏବଂ ଅଳ୍ପ ମହୁ ମିଶାନ୍ତୁ । ତା’ପରେ ଏହାକୁ ପିଲାଙ୍କୁ ପିଇବାକୁ ଦିଅନ୍ତୁ । ଦୁଇ ବର୍ଷରୁ ଅଧିକ ଛୋଟ ପିଲାଙ୍କୁ ଏହି କାଢା ଦିଅନ୍ତୁ ନାହିଁ । 10 ବର୍ଷର ପିଲାଙ୍କୁ ଦେଉଥିଲେ ଏଥିରୁ ଦୁଇ ଚାମୁଚ ଦେବେ । ଆଉ ବଡ ଲୋକଙ୍କ ପାଇଁ କେବଳ 4-5 ଚାମୁଚ ନେଇପାରିବେ ।

ଏହାକୁ ସେବନ କରିବା ବେଳେ ଏଥିରେ 5-10 ବୁନ୍ଦା ଲେମ୍ବୁରସ ମଧ୍ୟ ମିଶାଇ ପାରିବେ । ଯଦି ଡାଇବେଟିସ ଅଛି ତେବେ ସେଥିରେ ମହୁ ବଦଳରେ ଚିମୁଟାଏ ସନ୍ଧବ ଲୁଣ ପ୍ରୟୋଗ କରନ୍ତୁ । ଏହାର ସେବନ ଦ୍ଵାରା ଥଣ୍ଡା, କାଶ, କଫ, ଗଳା ଦରଜ ଭଳି ସମସ୍ଯା ଦୂର ହୋଇଯିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।