ନମସ୍କାର ବନ୍ଧୁଗଣ । ବିଶ୍ଵାସର ଶୈବ ପୀଠ ରହିଛି ଯାଜପୁର ର ତ୍ରିଲୋଚନେଶ୍ବର ମନ୍ଦିର । ହଂସରେଖା କୂଳରେ ଅବସ୍ଥିତ ଏହି ମନ୍ଦିରରେ ପୂଜା ପାଉଛନ୍ତି ପଶ୍ଚିମାମୁଖା ଶିବ । ଆଉ ଏହି ଲିଙ୍ଗରେ ଯେତେ ପାଣି ଢାଳିଲେ କୁଆଡେ ଯାଉଛି ତାହା କେହି ଜାଣନ୍ତି ନାହିଁ । ଆଉ ଏଠାରେ ପୂଜା ପାଉଛନ୍ତି ନଅ ହାତ ଦେଉଳରେ 18 ହାତ କାଳୀ । ଏହାରି ପାଖରେ ଲାଗିକି ଅଛି ରାବଣ ତପସ୍ୟା ସହ ପାତାଳ କୁ ଯିବା ରାସ୍ତା ।
କିମ୍ବଦନ୍ତୀ ଅନୁଯାୟୀ ଏହି ବାଟ ଦେଇ ପାତାଳରୁ ମହୀରାବଣ ମା କାଳୀ ଓ ମହାଦେବ ଙ୍କୁ ଦର୍ଶନ ଲାଗି ଆସୁଥିଲା । ଏହାର ସତ୍ୟତା ଉନ୍ମୋଚନ ଲାଗି ଅନେକ ବର୍ଷ ପୂର୍ବେ ପ୍ରଶାସନ ପକ୍ଷରୁ ତପସ୍ୟା କୁଣ୍ଡକୁ ଖଣ୍ଡନ କରା ଯାଇଥିଲା । କିନ୍ତୁ ଭୟଙ୍କର ଶବ୍ଦ ଓ ଅଘଟଣ କାରଣରୁ ତାହାକୁ ବନ୍ଦ କରା ଯାଇଥିଲା । ଯାହା ପାଇଁ ଆଜି ବି ଗୁପ୍ତ କବାଟକୁ ପଥରରେ ଘେରି ରଖା ଯାଇଛି ।
ASI ଏହି ମନ୍ଦିରର ରକ୍ଷଣାବେକ୍ଷଣର ଦାୟିତ୍ଵ ନେବା ପରେ ଏହାର ଖନନ କାର୍ଯ୍ୟ ପ୍ରବେଶକ ଓ ଶ୍ରଦ୍ଧାଳୁ ଆଶା ରଖିଥିବା ବେଳେ ଏ ଯାଏଁ ନ ହେବାରୁ ତୁରନ୍ତ କିଛି ପଦକ୍ଷେପ ନେବାକୁ ଦାବି ହେଲାଣି । ସବୁଠାରୁ ଜରୁରୀ କଥା ହେଲା ଏହି ମନ୍ଦିରରେ ଶିବଲିଙ୍ଗର ଆକାର ବୃଦ୍ଧି ହେଉଥିବା କଥା ସେଠିକାର ସେବାୟତ ମାନେ ଅନୁଭବ କରୁଛନ୍ତି ।
ମନ୍ଦିରର ମହିମା ଅନେକ ଥିବାରୁ ନୀତିଦିନ ସହ ସହ ଶ୍ରଦ୍ଧାଳୁ ଏଠାକୁ ଦର୍ଶନ ପାଇଁ ଆସିଥାନ୍ତି । କିଛି ବର୍ଷ ପୂର୍ବରୁର ଏଠାରେ ପ୍ରଶାସନ ପକ୍ଷରୁ ସୁନ୍ଦର ପାର୍କ ବି ନିର୍ମାଣ କରାଯାଇଛି ଯାହା ଆଜି ଘାସ ବନରେ ପରିଣତ ହୋଇଛି । ଏଥିପାଇଁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । 1996 ମସିହା ରୁ ଏହି କ୍ଷେତ୍ରରେ ପୁନଃ ଉଦ୍ଧାର ଓ ମରାମତି ଦାୟିୟତ୍ଵ ନେଇଛି ଆର୍କୋଲୋଜି ସର୍ଭେ ଅଫ ଇଣ୍ଡିଆ ।
ଆଜି ଯାଏଁ ଗୁପ୍ତ ରାସ୍ତାର ଖନନ କରାଯାଇ ନ ଥିବା ବେଳେ ସୌନ୍ଦର୍ଜ୍ୟକରଣ ବେଳେ କାଗଜ କଲମ ରେ ସୀମିତ ଥିବା ଅଭିଯୋଗ ହେଉଛି । ସେ ନେଇ ASI କର୍ତ୍ତୁପକ୍ଷ ଙ୍କ ସହ ଆଲୋଚନା ହେବା ସହ ଖୁବ ଜଲ୍ଦି ବିକାଶ କାର୍ଯ୍ୟ ତ୍ବରାନିତ ହେବ ବୋଲି କହିଛନ୍ତି ଉପଜିଲ୍ଲାପାଳ ।
ଐତିହର ସହର ହେଉଛି ଯାଜପୁର ହେଲେ ବିକାଶ ଏଠାରେ ଆଜି ବି ପଛରେ ରହି ଯାଇଛି । ଯଦି ଏହି କ୍ଷେତ୍ରରେ ତୁରନ୍ତ ବିକାଶ ନ ହୁଏ ତେବେ ବହୁତ ଜଲ୍ଦି ଆନ୍ଦୋଳନ ହେବ ବୋଲି କହିଛନ୍ତି ସ୍ଥାନୀୟ ଲୋକେ । ବନ୍ଧୁଗଣ ଆପଣ ମାନଙ୍କର ଏହି ଖବରକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।