ଏତେ ସାଧାରଣ ମଣିଷ ସେ ଯେଉଁଥି ପାଇଁ ଦିନେ ତାଙ୍କୁ ମହିଳା ଭିକାରି ଭାବି 10 ଟଙ୍କା ଦେଇଥିଲେ-Super Star Rajanikant

ନମସ୍କାର ବନ୍ଧୁଗଣ । ଅଭିନେତା ରଜନୀକାନ୍ତ ସାଉଥ ଇଣ୍ଡଷ୍ଟ୍ରି ର କେବଳ ସୁପର ଷ୍ଟାର ନୁହନ୍ତି ବରଂ ଦେଶ ବିଦେଶରେ ମଧ୍ୟ ତାଙ୍କର କୋଟି କୋଟି ପ୍ରଶଂସକ ରହିଛନ୍ତି । ସିନେ ପରଦାରେ ଭିନ୍ନ ଅନ୍ଦାଜ ଓ ନିଆରା ଅଭିନୟ ଶୈଳୀ କାରଣରୁ ସେ ଦର୍ଶକ ମାନଙ୍କ ହୃଦୟରେ ରାଜୁତି କରୁଛନ୍ତି । ସେ ଚଳଚିତ୍ର ଜୀବନରେ ଯେତିକି ଷ୍ଟାଇଲିସ ବାସ୍ତବ ଜୀବନରେ କିନତି ଠିକ ତାର ଓଲଟା । ବ୍ୟକ୍ତିଗତ ଜୀବନରେ ସେ ଜଣେ ଭଦ୍ର, ନମ୍ର ଓ ସରଳ ବ୍ୟକ୍ତି ଅଟନ୍ତି ।

ସେ ଯେମିତି ସାଧା ସିଧା ତାଙ୍କ ଜୀବନ ଶୈଳୀ ମଧ୍ୟ ଖୁବ ସାଧାରଣ । ସେ ଏତେ ସାଧାରଣ ଯେ ଥରେ ମନ୍ଦିର ରେ ତାଙ୍କୁ ଜଣେ ମହିଳା ଭିକାରି ଭାବି 10 ଟଙ୍କା ଦେଇ ଦେଇଥିଲେ । ଆଉ ତା ପରେ ଯାହା ଘଟିଥିଲା ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ସୂଚନା ଅନୁଯାୟୀ ମହିଳା ଜଣକ ରଜନୀକାନ୍ତ ଙ୍କୁ ବିଲକୁଲ ଚିହ୍ନିପାରି ନ ଥିଲେ । ରଜନୀକାନ୍ତ ଙ୍କୁ ମହିଳା ଜଣକ ଭିକାରି ବୋଲି ଭାବି ନେଇଥିଲେ ।

ଏହି ଘଟଣାଟି ଯଦିଓ ଅନେକ ଦିନ ହେବ ଘଟିଥିଲା କିନ୍ତୁ ପରେ ସାମନାକୁ ଆସିଥିଲା । ଥରେ ରଜନୀକାନ୍ତ ମନ୍ଦିରକୁ ଦର୍ଶନ କରିବାକୁ ଯାଇଥିଲେ । ମନ୍ଦିରରେ ପୂଜା ସାରିବା ପରେ ସେ କ୍ଳାନ୍ତ ଅନୁଭବ କରି ମନ୍ଦିର ବାହାରେ ଥିବା ପାହାଚ ଉପରେ ଟିକଲେ ବସି ପଡିଥିଲେ । ଏହି ସମୟରେ ମନ୍ଦିରକୁ ଦର୍ଶନ ପାଇଁ ଯାଇଥିବା ଜଣେ ମହିଳା ସେଠାରେ ପହଞ୍ଚି ରଜନୀକାନ୍ତ କୁ ଦେଖି ଭିକାରି ବୋଲି ଭାବି ନେଇଥିଲେ ।

ଆଉ ତାଙ୍କ ହାତକୁ 10 ଟଙ୍କା ବଢାଇ ଦେଇଥିଲେ ମହିଳା ଜଣକ । ହଠାତ ଏ କଥା ଦେଖି ରଜନୀକାନ୍ତ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଆଉ ମହିଳାଙ୍କ ମୁହଁ କୁ ଦେଖି ଅବାକ ହୋଇ ଯାଇଥିଲେ । ସେ ବୁଝି ଯାଇଥିଲେ ଯେ ମହିଳା ଜଣକ ତାଙ୍କୁ ଭିକାରି ବୋଲି ଭାବି ନେଇଛନ୍ତି । କାରଣ ଆଖପାଖରେ ଅନ୍ୟ ଭିକାରି ମାନେ ବସିଥିଲେ । ଆଉ ସେଦିନ ରଜନୀକାନ୍ତ ବିନା ମେକପ ଓ ସାଧାରଣରେ ରହିଥିଲେ ।

ତେଣୁ ମହିଳା ତାଙ୍କୁ ଚିହ୍ନି ନ ପାରି ହାତରେ 10 ଟଙ୍କା ଦେଇଛନ୍ତି ବୋଲି ବୁଝି ଯାଇଥିଲେ ରଜନୀକାନ୍ତ । ଆଉ ସେହି ସମୟରେ ରଜନୀକାନ୍ତ 10 ଟଙ୍କା କୁ ଫେରାଇ ନ ଥିଲେ । ବରଂ ତାଙ୍କ ଭାବନାକୁ ସମ୍ମାନ ଦେଇ ଚୁପଚାପ 10 ଟଙ୍କା କୁ ରଖିଥିଲେ । ଯେବେ ମହିଳା ଜଣକ ଅନ୍ୟ ଭିକାରୀଙ୍କୁ ପ୍ରସାଦ ଓ ଟଙ୍କା ଦେବାରେ ଲାଗିଲେ ଯେତେବେଳେ ରଜନୀକାନ୍ତ ସେଠାରୁ ଉଠି ଚାଲିଗଲେ ।

ମନ୍ଦିର ବାହାରେ ତାଙ୍କର ସୁପର ଲକଜରି କାର ଆସି ପହଞ୍ଚିଥିଲା । ମହିଳା ଅଜନକ ଏହା ଦେଖି ନିଜର ଭୁଲ ବୁଝି ପାରିଥିଲେ ଆଉ ଜାଣି ପାରିଥିଲେ ସେ ହେଉଛନ୍ତି ସାଉଥ ସୁପର ଷ୍ଟାର ରଜନୀକାନ୍ତ । ଏହାପରେ ମହିଳା ଜଣକ ଡେରି ନ କରି ରଜନିକାନ୍ତଙ୍କୁ କ୍ଷମା ମାଗିଥିଲେ । ଆଉ ସେହି ସମୟରେ ରଜନୀକାନ୍ତ କହିଥିଲେ ଆପଣ ମୋତେ ଭିକ ଦେଇ ଭୁଲ କରି ନାହାନ୍ତି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।