ଶାସ୍ତି ଦେଲେ ସସ୍ମିତା କାନ୍ଦୁଛି ରାହୁଲଙ୍କ ହୃଦୟ !

ନମସ୍କାର ବନ୍ଧୁଗଣ । ସାରା ଓଡିଶାର ସୁନା ଝିଅ ପାଲଟି ଥିବା ଭାଇରାଲ ସିଙ୍ଗର ବା କଣ୍ଠ ଶିଳ୍ପୀ ହେଉଛନ୍ତି ସସ୍ମିତା ଜେନା ଯାହାଙ୍କୁ ନେଇ ଏବେ ଚାରି ଆଡେ ଚର୍ଚ୍ଚା ହିଁ ଚର୍ଚ୍ଚା । ତାଙ୍କ ଗୀତ ଭାଇରାଲ ହେଲା ସିନା କିନ୍ତୁ ଏବେ ତାଙ୍କ ମନରେ ରହିଛି ଅନେକ ଅଭିମାନ । ଆଉ ସେ ଅଭିମାନ ଅନ୍ୟ କାହା ପ୍ରତି ନୁହେଁ ନିଜ ଭାଇ ରାହୁଲ ଙ୍କ ପ୍ରତି ରହିଛି । ଯାହାକୁ ସେ ଦିନେ ଲିଙ୍ଗରାଜ ମନ୍ଦିର ସାମନାରେ ଭାଇ ର ଆଖ୍ୟା ଦେଇଥିଲେ ।

ଭାଇ ନୁହେଁ ତ ଭଗବାଙ୍କ ସ୍ଥାନ ଦେଇଥିଲେ ରାହୁଲ ଙ୍କୁ ସସ୍ମିତା । ଆଉ ସେବେ ଠାରୁ ବଦଳି ଯାଇଥିଲା ରାହୁଲ ଙ୍କ ମନ । ଗୋଟେ ପଟେ ରିପୋର୍ଟ ର ଦାୟିତ୍ଵ ଓ ଅନ୍ୟ ପରେ ଭାଇ ର ଦାୟିତ୍ଵ ତାଙ୍କ ଉପରେ ପଡିଥିଲା । ସେଥିପାଇଁ ତ ଭଉଣୀ ସସ୍ମିତା ର ପ୍ରତେକ ଟି ଗୀତ କୁ ଖବର ମାଧ୍ୟମରେ ଲୋକଲୋଚନ କୁ ଆଣିଥିଲେ ରାହୁଲ । ଆଉ ନିଜର ଦାୟିତ୍ଵ ସରିବା ପରେ ସସ୍ମିତାଙ୍କର ଦୁଃଖ ସୁଖ ବୁଝୁଥିଲେ ।

କିନ୍ତୁ ଏହି ସମ୍ପର୍କ କୁ ବୁଝି ପାରିଲେନି ସସ୍ମିତା । ସେଥିପାଇଁ ସସ୍ମିତା ଅଭିଯୋଗ ଆଣିଛନ୍ତି ରାହୁଲ ଭାଇ ରାତି ଅଧ ରେ ମୋତେ ଗୀତ ଗାଇବାକୁ ବାଧ୍ୟ କରିଥିଲେ । ଯାହା ତାଙ୍କ ପ୍ରତି ସମ୍ଭବ ନ ଥିଲା । କିନ୍ତୁ ଏ ସବୁ ପଛରେ ରାହୁଲ ଙ୍କର ଖାଲି ଗୋଟେ ଉଦ୍ଦେଶ୍ୟ ଥିଲା କି ସଫଳତା ର ସିଡି ରେ ଯେମିତି ସସ୍ମିତା ଚଢି ଯାଆନ୍ତୁ । ଭଉଣୀ ସସ୍ମିତା ଙ୍କ ଭବିଷ୍ୟତକୁ ନେଇ ଭାଇ ରାହୁଲ ଖୁବ ବିବ୍ରତ ଥିଲେ ।

ରିପୋର୍ଟର ରାହୁଲ ଙ୍କ ମନରେ ଗୋଟେ ପ୍ରଶ୍ନ ଉଙ୍କି ମାରୁଥିଲା ଯେ ଆଜି ଯେଉଁ ଓଡିଶା ବାସୀ ସସ୍ମିତା ଙ୍କୁ ମୁଣ୍ଡରେ ବସାଇଛନ୍ତି ହୁଏ ତ କାଲି ତାଙ୍କୁ ନ ପଚାରି ପାରନ୍ତି । ହୁଏ ତ ରାନୁ ମଣ୍ଡଳଙ୍କ ପରି ଯେମିତି ସସ୍ମିତାଙ୍କର ଅବସ୍ଥା ନ ହୁଏ ଏହି ଚିନ୍ତା ସବୁବେଳେ ରାହୁଲ ଙ୍କ ଘାରି ଥିଲା । ଏଥିପାଇଁ ତ ସସ୍ମିତାଙ୍କ ଅଭିଯୋଗକୁ ଭିତ୍ତି ହୀନ କହିବା ସହ ସବୁ ଅଭିମାନକୁ ମୁଣ୍ଡ ପୋତି ସହି ଯାଇଛନ୍ତି ରାହୁଲ ।

ତେବେ ସସ୍ମିତା ଙ୍କ ମନରେ ଏଭଳି ଚିନ୍ତାଧାରା କଣ ପାଇଁ ଆସିଲା କେଉଁ ଏକ ଅଜଣା ସ୍ଥିତି ରେ ସସ୍ମିତା ଜେନା ବାନ୍ଧି ହୋଇ ଯାଇଛନ୍ତି ତାହାକୁ ନେଇ ଏବେ ଅନେକ ପ୍ରଶ୍ନ ଘାରିଲାଣି । କିନ୍ତୁ ବାସ୍ତବରେ ଦେଖିବାକୁ ଗଲେ ସସ୍ମିତା ଙ୍କର ସବୁ ଅଭିମାନ କୁ ଭୁଲି ଯାଇଛନ୍ତି ରାହୁଲ । ଆଉ ଏବେ ବି ସସ୍ମିତାଙ୍କର ଉନ୍ନତି କାମନା କରୁଛନ୍ତି ରାହୁଲ । ସସ୍ମିତାଙ୍କ ଝିଅର ଭବିଷ୍ୟତ ଓ ପରିବାର ବିଷୟରେ କହୁଛନ୍ତି ରାହୁଲ । ଏହିପରି ସ୍ଥିତି ରେ ସସ୍ମିତା ସତ କଣ ମିଛ କଣ ନିଜେ ବିଚାର କରିବା ଉଚିତ ।