ଏଥର ରନ୍ଧନ ଗ୍ଯାସ ସିଲିଣ୍ଡର ପାଇଁ ଆଉ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡିବନି । ଏଣିକି ମାତ୍ର 500 ଟଙ୍କାରେ ଉପଲବ୍ଧ ହେବ ଗ୍ଯାସ ସିଲିଣ୍ଡର । 2023 ଏପ୍ରିଲ ପହିଲା ଠାରୁ ଏଭଳି ସୁବିଧା ମିଳିବା ନେଇ ଘୋଷଣା କରିଛନ୍ତି ରାଜ୍ୟ ମୁଖ୍ୟମନ୍ତ୍ରୀ । ଆଜ୍ଞା ହଁ, ଦେଶରେ ସବୁକିଛିର ଦରଦାମ ବୃଦ୍ଧି ହେଉଥିବା ବେଳେ ଏଭଳି ଏକ ଆଶ୍ଵାସନା ମୂଳକ ଖବର ସାମ୍ନାକୁ ଆସିଛି । ଆସନ୍ତା ଏପ୍ରିଲ 1 ତାରିଖ ଠାରୁ ମାତ୍ର 500 ଟଙ୍କାରେ ମିଳିବ ଗ୍ଯାସ ସିଲିଣ୍ଡର ।
ତେବେ ଏ ସୁବିଧା ରାଜସ୍ଥାନ ବାସୀଙ୍କୁ ଉପଲବ୍ଧ ହେବ ବୋଲି ଘୋଷଣା କରାଯାଇଛି । ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଶ୍ରୀ ଅଶୋକ ଗେହଲୋଟ ଘୋଷଣା କରି କହିଛନ୍ତି ଯେ, ଏଥର ଉଜ୍ଵଳା ଯୋଜନା ଅନ୍ତର୍ଭୁକ୍ତ ଗରିବୀ ସୀମାରେଖା ତଳେ ଥିବା ଲୋକମାନଙ୍କୁ 500 ଟଙ୍କାରେ ରନ୍ଧନ ଗ୍ଯାସ ଯୋଗାଇ ଦିଆଯିବ । ରାଜ୍ୟରେ ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ରାଜସ୍ଥାନ ସରକାର ଏଭଳି ଏକ ଲୋଭନୀୟ ନିଷ୍ପତ୍ତି ନେଇଥିବା ବର୍ତ୍ତମାନ ଚର୍ଚ୍ଚାର ବିଷୟବସ୍ତୁ ପାଲଟିଛି ।
ମୁଖ୍ୟମନ୍ତ୍ରୀ ଗେହଲୋଟ କହିଛନ୍ତି କି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଜ୍ଵଳା ଯୋଜନା ଅଧୀନରେ ଏଲପିଜି ଗ୍ଯାସ କନେକ୍ସନ ଏବଂ ଗ୍ଯାସ ଚୁଲା ପ୍ରଦାନ କରୁଛନ୍ତି । ହେଲେ ସିଲିଣ୍ଡର ଖାଲି ରହୁଛି ତଥା ଏହା ଲୋକଙ୍କୁ ନିଜେ କିଣିବାକୁ ପଡୁଛି । ପୂର୍ବେ ରନ୍ଧନ ଗ୍ଯାସର ମୂଲ୍ୟ 400 ଥିବା ବେଳେ ଏହା କ୍ରମଶଃ ବୃଦ୍ଧି ପାଇଁ 1400 ଟଙ୍କାରେ ପହଞ୍ଚି ଯାଇଛି ।
ଯେଉଁଥି ପାଇଁ ଅନେକ ଲୋକ ଏହା କିଣିବା ପାଇଁ ସକ୍ଷମ ହୋଇ ପାରୁନାହାନ୍ତି । ତେଣୁ ଲୋକଙ୍କ ଏହି ଅସୁବିଧା ଦୂର କରିବା ପାଇଁ ଗରିବ ଲୋକଙ୍କୁ ଏଥର ସିଲିଣ୍ଡର ଭର୍ତ୍ତି ଗ୍ଯାସ ମାତ୍ର 500 ଟଙ୍କାରେ ଯୋଗାଇବେ ବୋଲି ପ୍ରତୁଶ୍ରୁତି ଦେଇଛନ୍ତି ଶ୍ରୀ ଅଶୋକ ଗେହଲୋଟ । ଯାହାକି ବର୍ତ୍ତମାନ ଦେଶରେ ଚର୍ଚ୍ଚାର ବିଷୟବସ୍ତୁ ପାଲଟିଛି । ନିର୍ବାଚନ ପାଖେଇ ଆସିଲେ ସମସ୍ତ ଦଳ ଅନେକ ପ୍ରକାରର ଲୋଭନୀୟ ସହାୟତା ଓ ଆଖିଦୃଷ୍ଟିଆ କାମ ସବୁ କରିବାରେ ଲାଗି ପଡନ୍ତି ।
ଯେମିତିକି ନିର୍ବାଚନ ବେଳେ ଲୋକଙ୍କ ମନ ଜିଣିବାରେ ସକ୍ଷମ ହେବେ । ସେହି କ୍ରମରେ ରାଜସ୍ଥାନ ସରକାରଙ୍କ ବଡ ଘୋଷଣା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।