ଏମିତି ତୋଳୁଛନ୍ତି କି ଠାକୁରଙ୍କୁ ଅର୍ପଣ କରୁଥିବା ଫୁଲ ? ସର୍ବନାଶ ହୋଇଯିବ ! ଫୁଲ ତୋଳିବାର ସଠିକ କଣ ?

ଭଗବାନଙ୍କୁ ପ୍ରସନ୍ନ କରିବା ପାଇଁ ଆମେ ନୀତିଦିନ ବିଭିନ୍ନ ପ୍ରକାରର ଫୁଲ, ତୁଳସୀ ପତ୍ର ଓ ବେଲପତ୍ର ଆଦି ଅର୍ପଣ କରିଥାଉ । କିନ୍ତୁ ଭଗବାନଙ୍କ ପାଖେ ଅର୍ପଣ କରା ଯାଉଥିବା ଫୁଲ ଓ ପତ୍ର ନୀତିନିୟମ ଅନୁଯାୟୀ ନ ତୋଳିଲେ ଭଗବାନ ତାହା ସ୍ଵୀକାର କରନ୍ତି ନାହିଁ । ଫଳରେ ଆମକୁ ତାହାର ଓଲଟା ଫଳ ଭୋଗିବାକୁ ପଡେ ଓ ସମସ୍ତ ପୂଜାର୍ଚ୍ଚନା ବ୍ୟର୍ଥ ହୁଏ । ଆଜି ଆମେ ଆପଣଙ୍କୁ ଭଗବାନଙ୍କ ନିକଟରେ ଅର୍ପଣ କରା ଯାଉଥିବା ଫୁଲ ଓ ପତ୍ର ତୋଳିବାର କିଛି ଖାସ ବିଷୟରେ କହିବୁ ।

ଅଗାଧୁଆ ଏବଂ ଗାଧୋଇ ସାରି ଫୁଲ ତୋଳିବାକୁ ନେଇ ମୁନିଋଷି ମାନେ ଭିନ୍ନ ଭିନ୍ନ ମତ ଦିଅନ୍ତି । କେହି କୁହନ୍ତି ଅଗାଧୁଆ ଫୁଲ ତୋଳିବା ଶୁଭ ହୋଇଥାଏ ତ ଆଉ କେହି କୁହନ୍ତି ଗାଧୋଇ ସାରି ଫୁଲ ତୋଳିବା ଉଚିତ । ତେବେ ଯେପରି ମଧ୍ୟ ଫୁଲ ତୋଳନ୍ତୁ ପଛେ, ଯଦି କିଛି ବିଶେଷ ନିୟମ ପ୍ରତି ଧ୍ୟାନ ଦେବେ ତେବେ ଭଗବାନ ନିଶ୍ଚୟ ତାହାକୁ ଶ୍ରଦ୍ଧାର ସହକାରେ ଗ୍ରହଣ କରିବେ । ଶାସ୍ତ୍ର ଅନୁସାରେ ପୂଜାରେ ବ୍ୟବହୃତ ଫୁଲ କେବେବି କାହା ବାଡିରୁ ଚୋରି କରି ଆଣିବା ଉଚିତ ନୁହେଁ ।

ଫୁଲ ତୋଳିବା ପୂର୍ବରୁ ପ୍ରଥମେ ଗଛ ମାଲିକଙ୍କ ଅନୁମତି ନେବା ଉଚିତ ହୋଇଥାଏ । ଏହାସହ ଫୁଲ ତୋଳିବା ଗାରୁ ପ୍ରଥମେ ଗଛକୁ ପ୍ରଣାମ କରି ଅନୁରୋଧ କରନ୍ତୁ ଓ ତା’ପରେ ଯାଇ ଫୁଲ ତୋଳନ୍ତୁ । ଏହାସହ ପୂଜା ପାଇଁ ଫୁଲ ତୋଳିବା ସମୟରେ ଚପଲ ପିନ୍ଧିବା ଉଚିତ ନୁହେଁ କି ଶରୀରରେ ତେଲ ଲଗାଇବା ମଧ୍ୟ ଅନୁଚିତ ।

ଆପଣ ଯଦି ଅଗଧୁଆ ଫୁଲ ତୋଳୁଛନ୍ତି ତେବେ ପ୍ରଥମେ ହାତ, ପାଦ ଓ ମୁହଁ ଭଲଭାବେ ଧୋଇ ମୁଣ୍ଡରେ ପାଣି ଛିଞ୍ଚି ହୁଅନ୍ତୁ ଓ ତା’ପରେ ଫୁଲ ତୋଳନ୍ତୁ । ସକାଳୁ ଫୁଲ ତୋଳିବା ସମୟରେ ରାତିରେ ପିନ୍ଧି କରି ଶୋଇଥିବା ବସ୍ତ୍ର ବଦଳ କରି ପରିଷ୍କାର ବସ୍ତ୍ର ମଧ୍ୟ ପିନ୍ଧନ୍ତୁ । ହେଲେ ସୂର୍ଯ୍ୟପରାଗ, ଚନ୍ଦ୍ରଗ୍ରହଣ ଓ ଶୁଦ୍ଧି ଦିନ ଅଗାଧୁଆ ଫୁଲ ତୋଳନ୍ତୁ ନାହିଁ । ବହୁତ ଲୋକ ପୂର୍ବ ଦିନ ତୋଳି ଆଣିଥିବା ଫୁଲ ଓ କଢ ପୂଜାରେ ଅର୍ପଣ କରନ୍ତି ।

ଏପରି ଫୁଲ କିନ୍ତୁ ଠାକୁରକୁ ଅର୍ପଣ କରିବା ଉଚିତ ନୁହେଁ, କାରଣ ଦିନକ ପରେ ଫୁଲ ବାସି ହୋଇଯାଏ । କେବଳ ପଦ୍ମ ଓ ସ୍ଵର୍ଣ୍ଣଚମ୍ପା ଫୁଲ ବାସି ହୁଏନାହିଁ । ଏହି ଦୁଇଟି ଫୁଲକୁ ଗୋଟିଏ ଦିନ ଆଗରୁ ତୋଳି ରଖି ଠାକୁରଙ୍କୁ ଅର୍ପଣ କରିପାରିବେ । ଫୁଲ ତୋଳିବା ସମୟରେ “ଓଁ ବରୁଣାୟ ନମଃ, ଓଁ ବୋମାୟ ନମଃ, ଓଁ ପୃଥିବୈ ନମଃ” ମନ୍ତ୍ର ର ଜପ କରିବା ଉଚିତ ।

ତୁଳସୀ ପତ୍ର କିନ୍ତୁ ଅଗଧୁଆ ତୋଳିବା ଉଚିତ ନୁହେଁ କି ସନ୍ଧ୍ଯା ସମୟରେ, ରବିବାର ଦିନ ଏବଂ ସଂକ୍ରାନ୍ତିରେ ମଧ୍ୟ ତୋଳିବା ଉଚିତ ନୁହେଁ । ତୁଳସୀ ପତ୍ର 11 ଦିନ ଯାଏଁ ବାସି ହୁଅନାହିଁ, ତେଣୁ ଆପଣ ଏହି ପତ୍ରକୁ ପୂର୍ବରୁ ତୋଳି ରଖିପାରିବେ । କିନ୍ତୁ ତୁଳସୀ ପତ୍ର ତୋଳିବା ପୂର୍ବରୁ ତିନିଥର ତାଳି ମାରି “ଓଁ ବିଷ୍ଣୁ ବିଷ୍ଣୁ ବିଷ୍ଣୁ” ଉଚ୍ଚାରଣ କରନ୍ତୁ ।

ସେହିପରି ବେଲପତ୍ର ତୋଳିବା ବେଳେ ପୂର୍ବରୁ ସ୍ନାନ କରି ସଫା ବସ୍ତ୍ର ପିନ୍ଧି ତୋଳିବା ଦ୍ଵାରା ଭଗବାନ ଶ୍ରଦ୍ଧାରେ ତାହା ଗ୍ରହଣ କରନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।