ପ୍ରତିଦିନ ଚାଲିବା ଦ୍ଵାରା ଶରୀରକୁ ହୋଇଥାଏ ଏହିସବୁ ଚମତ୍କାରୀ ଫାଇଦା, 90% ଲୋକ ଏ ସମ୍ବନ୍ଧରେ ଜାଣି ନାହାନ୍ତି, Dr saleem Zaidi

ପ୍ରତିଦିନ ଚାଲିବା ଦ୍ଵାରା ଓଜନ କମିଥାଏ, ବ୍ଲଡ଼ପ୍ରେସର ଠିକ ରହିଥାଏ ଓ ହାର୍ଟ ସୁସ୍ଥ ରହିଥାଏ ଏଭଳି ଅନେକ ସାଧାରଣ ଫାଇଦା କଥା ଆପଣ ଜାଣିଥିବେ । କିନ୍ତୁ ଆଜି ଆମେ ଆପଣଙ୍କୁ ପ୍ରତିଦିନ ଚାଲିବାର ଏଭଳି କିଛି ଚମତ୍କାରୀ ଫାଇଦା ବିଷୟରେ କହିବୁ ଯାହା ଆପଣ ଜାଣି ନଥିବେ । ଆମ ଶରୀରରେ ଏମିତି କିଛି ଜିନ୍ସ ଅଛନ୍ତି ଯାହା ଆମର ଫ୍ୟାଟ ବା ଓଜନ ବୃଦ୍ଧି କରେ । ଚାଲିବା ଦ୍ଵାରା ଏହି ଜିନ୍ସର ପାୱାର କମିଯାଏ ଓ ଆପଣଙ୍କ ଉପରେ ଏହାର ପ୍ରଭାବ ମଧ୍ୟ କମିଯାଏ ।

ଅନେକ ଲୋକ ସନ୍ତୁଳିତ ଖାଦ୍ଯ ଖାଇ, ନିୟମିତ ବ୍ୟାୟାମ କରିବା ପରେ ବି ସେମାନଙ୍କ ମୋଟାପଣ କମ୍ ହୋଇ ନଥାଏ । ସେହି ଜିନ୍ସ ହିଁ ଏହାର କାରଣ ହୋଇଥାଏ । ହାୱାର୍ଡ ୟୁନିଭର୍ସିଟିରେ 12 ହଜାର ଲୋକଙ୍କର ଏହି ଜିନ୍ସ ଉପରେ ପରୀକ୍ଷଣ କରା ଯାଇଥିଲା । ସେଥିରୁ ଜଣା ପଡିଥିଲା କି, ପ୍ରତିଦିନ କିଛି ସମୟ କେବଳ ଜୋରରେ ଚାଲିବା (Brisk Walking) ଦ୍ଵାରା 50% ଲୋକଙ୍କ ମୋଟାପଣ କମ୍ ହୋଇ ଯାଇଥିଲା । ଏଥିରୁ ଆପଣ ଅନୁମାନ କରି ପାରୁଥିବେ କେବଳ ଚାଲିବା ଆପଣଙ୍କ ଶରୀର ପାଇଁ କେତେ ଭଲ ଅଟେ ।

ଚାଲିବାର ଦ୍ଵିତୀୟ ବଡ କାରଣ ହେଉଛି, ଚାଲିବା ଦ୍ଵାରା ଆମ ଭିତରେ ଏମିତି ହରମୋନ ସୃଷ୍ଟି ହୁଏ ଯାହା ମିଠା, ଚକୋଲେଟ, ଜଙ୍କଫୁଡ୍ ଆଦି ଖାଇବାର ଇଚ୍ଛା (Craving) ଥାଏ, ତାହା କମିଯାଏ । ରିସର୍ଚ୍ଚ ଅନୁଯାୟୀ, କେବଳ 15 ମିନିଟ ଚାଲିବା ଦ୍ଵାରା ଏଭଳି ଇଚ୍ଛା 70% କମିଯାଏ । କାରଣ ଏଭଳି ଖାଦ୍ଯ ଦ୍ଵାରା ମୋଟାପଣ ବଢିବା ସହ ଅନେକ ପ୍ରକାରର ରୋଗ ଶରୀରରେ ଜନ୍ମ ନେଇଥାଏ ।

ଡାଇବେଟିସ, ବ୍ଲଡ଼ପ୍ରେସର, ମୋଟାପଣ, ହାଇ କୋଲେଷ୍ଟ୍ରୋଲ, ଷ୍ଟ୍ରେସ, ଗ୍ୟାଷ୍ଟିକ ଆଦି ରୋଗ ଏହିସବୁ ଖାଦ୍ୟ ଯୋଗୁଁ ହୋଇଥାଏ । ପ୍ରତିଦିନ ଚାଲିବାର ତୃତୀୟ ଚମତ୍କାରୀ ଫାଇଦା ହେଉଛି ଏହା ମହିଳାଙ୍କ ଠାରେ ସ୍ତନ କର୍କଟ ଭଳି ମାରାତ୍ମକ ରୋଗର ଆଶଙ୍କା ଅନେକ ମାତ୍ରାରେ କମିଯାଏ । ଏନେଇ ଆମେରିକାନ କ୍ୟାନ୍ସର ସୋସାଇଟିର ରିସର୍ଚ ଅନୁଯାୟୀ ଯଦି କୌଣସି ମହିଳା ସପ୍ତାହରେ ଅତିକମରେ 7-8ଘଣ୍ଟା ଚାଲନ୍ତି ତେବେ ତାଙ୍କ ଠାରେ ବ୍ରେଷ୍ଟ କ୍ୟାନ୍ସର ସମସ୍ଯା 14-15% ଯାଏଁ କମିଯାଏ ।

ଚତୁର୍ଥ ଫାଇଦା ହେଉଛି ଚାଲିବା ଦ୍ଵାରା ଜଏଣ୍ଟ ପେନ୍ ସମସ୍ଯା ଭଲ ହୋଇଥାଏ । ଜଏଣ୍ଟ ପେନ୍ ହେଲେ ଅନେକ ଲୋକ ଚାଲିବା ବନ୍ଦ କରି ବିଶ୍ରାମ ନେବା ଆରମ୍ଭ କରିଦିଅନ୍ତି । କିନ୍ତୁ ପ୍ରତିଦିନ ଚାଲିବା ଦ୍ଵାରା ଜଏଣ୍ଟ ମଧ୍ୟରେ ଚିକ୍କଣତା ବଢିଥାଏ, ମାଂସପେଶୀ ଓ ଲିଗାମେଣ୍ଟ ସଶକ୍ତ ହୋଇଥାଏ । ଏହା ଯୋଗୁଁ ଜଏଣ୍ଟ ଉପରେ କମ୍ ଚାପ ପଡିଥାଏ ଓ ଜଏଣ୍ଟ ପେନ୍ ଦୂର ହୋଇଥାଏ ।

ତେଣୁ ଆଥ୍ରାଇଟିସ ସମସ୍ଯା ଓ ଜଏଣ୍ଟ ପେନ୍ ଥିଲେ ପ୍ରତିଦିନ ନିହାତି ଚାଲନ୍ତୁ । ପଞ୍ଚମରେ ରିସର୍ଚ୍ଚରୁ ଏହା ମଧ୍ୟ ଜଣାପଡିଛି ଯେ, ଯେଉଁମାନେ ପ୍ରତିଦିନ 20 ମିନିଟ ଲେଖାଏଁ ସପ୍ତାହକୁ 5ଦିନ ଚାଲନ୍ତି ସେମାନଙ୍କର ରୋଗ ପ୍ରତିରୋଧକ କ୍ଷମତା ବଢିଯାଏ । ଋତୁ ପରିବର୍ତ୍ତନ କାରଣରୁ ଥଣ୍ଡା, ଜ୍ଵର, କଫ ଓ କାଶ ଭଳି ସମସ୍ଯା ହେବାର ଆଶଙ୍କା 45% ପର୍ଯ୍ୟନ୍ତ କମିଯାଏ ।

ଯଦି ବି ଏମାନେ ରୋଗରେ ପଡନ୍ତି ତେବେ ବହୁତ ଶୀଘ୍ର ଭଲ ମଧ୍ୟ ହୋଇଯାନ୍ତି । ତେବେ ଆପଣ ଆଜିଠାରୁ ପ୍ରତିଦିନ ଅତିକମରେ 20 ମିନିଟ ଚାଲିବା ଅଭ୍ଯାସ କରନ୍ତୁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।