ଝିଅମାନେ ପୁରା ପାଗଳ Ashwinଙ୍କ ପାଇଁ, ଅଶ୍ଵିନୀ ଷ୍ଟେଜ ଚଢିଲା ବେଳକୁ ତାଙ୍କ ଦେହରେ…. ଦେଖନ୍ତୁ ନିଜ ସ୍ଵାମୀଙ୍କ ବିଷୟରେ କଣ କହୁଛନ୍ତି Prerna

ନମସ୍କାର ବନ୍ଧୁଗଣ, ଅଭିନୟ ଜଗତର ଗୋଟିଏ ନୂଆ ଯୋଡି ଏବେ ବନ୍ଧନରେ ବାନ୍ଧି ହୋଇସାରିଛନ୍ତି । ନବ ଦମ୍ପତ୍ତି ଅଶ୍ଵିନୀ ଏବଂ ପ୍ରେରଣାଙ୍କର ବିବାହ ଏବେ ସମ୍ପନ୍ନ ହୋଇସାରିଛି । ଦୁହେଁ ମିଶି ବେସ ଭଲରେ ସାତଜନ୍ମର ସାଥି ହୋଇ ରହିବାର ପ୍ରତିଜ୍ଞା ନେଇସାରିଛନ୍ତି । ତେବେ ପ୍ରେରଣା ତାଙ୍କ ସ୍ଵାମୀ ଅଶ୍ଵିନୀଙ୍କ ସମ୍ପର୍କରେ କିଛି ରୋମାଞ୍ଚକ କଥା ବାଣ୍ଟିଛନ୍ତି ସମସ୍ତଙ୍କ ସହ । ତେବେ ଆସନ୍ତୁ ଜାଣିବା ପ୍ରେରଣା କେଉଁ ନଟଖଟ କଥା ସବୁ କହିଛନ୍ତି ଅଶ୍ଵିନୀଙ୍କ ସମ୍ପର୍କରେ ।

ବନ୍ଧୁତାରୁ ଆରମ୍ଭ ହୋଇଥିବା ସମ୍ପର୍କ ଏବେ ସାତଜନ୍ମ ସାଥିର ରୂପ ନେଇ ସାରିଛି । ପ୍ରେରଣାଙ୍କ କହିବା ଅନୁଯାୟୀ ଅଶ୍ଵିନୀ ଥରେ ଷ୍ଟେଜ ଉପରେ ବିନା ଡ୍ରେସରେ ଯାଇ ପହଞ୍ଚିଯାଇଥିଲେ । ତାହା ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କାରଣ ଅଶ୍ଵିନୀ ଘରୁ ତ ଡ୍ରେସ ପିନ୍ଧି ଆସିଥିଲେ । ତେବେ ବାଟରେ ତାଙ୍କ ଡ୍ରେସ କୁଆଡେ ଗଲା । ପରେ ସେ ଜାଣିବା ପାଇଁ ପାଇଲେ କି ଷ୍ଟେଜ ଉପରକୁ ଯିବା ସମୟରେ ଅଶ୍ଵିନୀଙ୍କ ଝିଅ ଫ୍ୟାନ ମାନେ ତାଙ୍କ ଡ୍ରେସକୁ ଟାଣି ଚିରି ଦେଇଥିଲେ ।

ଏଭଳି ଘଟଣା ଘଟିଥିଲା ଉଭୟ ଯେତବେଳେ ବାଲେଶ୍ଵରର ଏକ କଲେଜ ଫଙ୍କସନରେ ଯାଇଥିଲେ । ପ୍ରଥମେ ଷ୍ଟେଜ ଉପରେ ଅଶ୍ଵିନୀଙ୍କ ଏନ୍ଟ୍ରି ଥିଲା ପରେ ପ୍ରେରଣା ଙ୍କର । ପ୍ରେରଣା ସେତେବେଳେ କାର ଭିତରେ ରହି ଦେଖିଲେ କି ଅଶ୍ଵିନୀ ବୀନା ଡ୍ରେସରେ ଷ୍ଟେଜକୁ ଚଢୁଛନ୍ତି । କାରଣ ଅଶ୍ଵିନୀଙ୍କ ଏଭଳି ଅବସ୍ଥା ତାଙ୍କୁ ବହୁତ ପସନ୍ଦ କରୁଥିବା ଝିଅ ଫ୍ୟାନ ମାନେ କରିଥିଲେ । ପ୍ରେରଣା ଏହି ସମସ୍ତ କଥାକୁ କେବେ ମଧ୍ୟ ବେଶି ଗୁରୁତ୍ଵ ଦିଅନ୍ତି ନାହିଁ । ଯଦି ବି କେଉଥିରେ ଗୁରୁତ୍ଵ ଦିଅନ୍ତି ତାହା ହେଉଛି କାମ ।

ପ୍ରେରଣା କହିଛନ୍ତି କି ଭଗବାନ ତାଙ୍କ ଯୋଡିଟିକୁ ତିଆରି କରିଛନ୍ତି । ତେଣୁ ସେମାନେ ଆଜି ପ୍ରେମ ସମ୍ପର୍କରୁ ଆସି ବିବାହ ସମ୍ପର୍କରେ ପହଞ୍ଚି ପାରିଛନ୍ତି । ଏହା ମଧ୍ୟ କହିଛନ୍ତି କି ସେମାନେ ବନ୍ଧୁ ଥିଲା ବେଳେ ତାଙ୍କ ପାଇଁ ସବୁବେଳେ ଅଶ୍ଵିନୀ କିଟକାଟ ଚକୋଲେଟ ଆଣୁଥିଲେ । ପ୍ରେରଣା କହିଛନ୍ତି ଅଶ୍ଵିନୀଙ୍କ ଠାରେ ବହୁତ ଭଲ ଗୁଣ ରହିଛି ।

ତେଣୁ ତାଙ୍କୁ ସମସ୍ତ ଝିଅ ପସନ୍ଦ କରିବେ କେବଳ ସେ ନୁହେଁ । ଅଶ୍ଵିନୀଙ୍କର ଝିଅ ଫ୍ୟାନ ବହୁତ ବେଶି ବୋଲି ପ୍ରେରଣା କହିଛନ୍ତି । ଝିଅ ମାନେ ଅଶ୍ଵିନୀଙ୍କ ପାଇଁ ପାଗଳ ବୋଲି ମଧ୍ୟ କହିଛନ୍ତି ପ୍ରେରଣା । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।