ଆପଣଙ୍କୁ ବି ଯଦି ଏମିତି ମେସେଜ ଆସୁଥାଏ ତେବେ ହୋଇଯାନ୍ତୁ ସାବଧାନ ! ସାଇବର ଠକଙ୍କ ଏଭଳି କାରନାମା କଥା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ, ଦେଖନ୍ତୁ ଏହି Report

KYC ନାଁ’ରେ ବୁଲାଇ ଦେଲେ କଳା କନା । ୧୦ ଟଙ୍କାର ରିଚାର୍ଜ କରି ୫୦ ହଜାର ଟଙ୍କା ଠକିନେଲେ । ଦିନକୁ ଦିନ ଆମେ ଯେତେ ଡିଜିଟାଲ ହେଉଛୁ, ସାଇବର ଠକମାନେ ମଧ୍ୟ ଡିଜିଟାଲ ଯୁଗର ତାଳେ ତାଳେ ଡିଜିଟାଲ ହେଉଛନ୍ତି । ଆଜି ଆମ ଆପଣଙ୍କୁ ଏମିତି ଏକ ଠକାମି ବିଷୟରେ କହିବୁ ଯାହାକୁ ଦେଖି ଆପଣ ବି କହିବେ, ବାପ୍ ରେ ଏମିତି ବି ହୁଏ ଠକେଇ ! ମାତ୍ର ୧୦ ଟଙ୍କା ରିଚାର୍ଜ କରାଇ ସାଇବର ଠକାମିର ଶିକାର ହୋଇଛନ୍ତି ଜଣେ ମେଡ଼ିସିନ ଦୋକାନୀ ।

ଦୋକାନୀ ଜଣକ ରିଚାର୍ଜ କରିବା ପରେ ଆଖି ପିଛୁଳାକେ ବ୍ଯାଙ୍କ ଆକାଉଣ୍ଟରୁ କଟିଗଲା ୫୦ ହଜାର ଟଙ୍କା । ଇଏ ହେଉଛନ୍ତି ପାଟକୁରା ଗରତପୁର ବ୍ଲକ ଶ୍ରୀଚନ୍ଦନପୁର ଗାଁର ନାନକ କୁମାର ସାହୁ । ସେ ଗରଦପୁର ବଜାରରେ ଏକ ମେଡ଼ିସିନ ଦୋକାନ କରିଛନ୍ତି । ଗତ କିଛିଦିନ ତଳେ ଜିଓ ସିମର KYC କରେଇବା ପାଇଁ ତାଙ୍କ ପାଖକୁ ଏକ ମେସେଜ ଆସିଥିଲା । KYC ନକଲେ ୨୪ ଘଣ୍ଟା ମଧ୍ୟରେ ସିମକୁ ଅଚଳ କରି ଦିଆଯିବ ବୋଲି ଲେଖଥିଲା ।

ତେଣୁ ଦିଆ ଯାଇଥିବା ଗ୍ରାହକ ସେବା ନମ୍ବରରେ ନାନକ କଲ୍ କରିବାରୁ ସାଇବର ଠକ ତାଙ୍କୁ ୧୦ ତାଙ୍କ ରିଚାର୍ଜ କରିବାକୁ କହିଥିଲେ, ତାହା ପୁଣି ଡେବିଟ କାର୍ଡ ଦ୍ଵାରା । ୧୦ ଟଙ୍କା ରିଚାର୍ଜ କରିବା ପରେ ପ୍ଲେ-ଷ୍ଟୋରରୁ ଟିମ ୟୁଜର କ୍ଵିକ ସପୋର୍ଟ ଆପ୍ ଡାଉନଲୋଡ କରିବାକୁ କହିଥିଲା । ଏହାର ସାଙ୍ଗେ ସାଙ୍ଗେ ନାନକଙ୍କ ଆକାଉଣ୍ଟରୁ ୪୯,୯୦୨/- ଟଙ୍କା କଟି ଯାଇଥିଲା । ହଠାତ କଣ ହେଉଛି ବୋଲି ନାନକଙ୍କ ମୁଣ୍ଡ କାମ କରି ନଥିଲା ।

ସେ କିଛି ବୁଝିବା ବେଳକୁ ତାଙ୍କ ଆକାଉଣ୍ଟରୁ ପ୍ରାୟ ୫୦ ହଜାର ଟଙ୍କା ସାଇବର ଠକ ଠକି ନେଇ ସାରିଥିଲା । ଏହାପରେ ଏନେଇ ନାନକ ପାଟକୁରା ଥାନାରେ ଅଭିଯୋଗ କରିଛନ୍ତି । ସେ ନିଜ ଏଟିଏମ କାର୍ଡ ବ୍ଲକ କରିବା ସହ ପାଟକୁରା ଥାନା ଅଧିକାରୀଙ୍କୁ ଏନେଇ ଅବଗତ କରାଇଛନ୍ତି । ଏହିପରି ଏକ ସାଇବର ଠକେଇ ଅଭିଯୋଗ ପାଇବା ପରେ ପୋଲିସ ଏକ କେସ୍ ଦାୟର କରି ତଦନ୍ତ ଆରମ୍ଭ କରିଛି । ଆପଣଙ୍କ ମୋବାଇଲକୁ ମଧ୍ୟ ଏମିତି ବହୁ ମେସେଜ ପ୍ରତିଦିନ ଆସୁଥିବ ।

କିନ୍ତୁ ଏଭଳି KYC କିମ୍ବା ଅନ୍ୟ କୌଣସି ବିଷୟ ପାଇଁ ଧମକ ମିଳିବା ମାତ୍ରେ ତୁରନ୍ତ ଗ୍ରାହକ ସେବା ଅନ୍ୟ କେଉଁ ସେବାକୁ ଫୋନ କରି ଭଲ ଭାବେ ପଚାରି ବୁଝନ୍ତୁ । ହଠାତ ତରବର ହୋଇ କାହାକୁ ମଧ୍ୟ ନିଜ ବ୍ଯାଙ୍କ ତଥ୍ୟ ଦିଅନ୍ତୁ ନାହିଁ । ନଚେତ ଏଭଳି ୧୦ ଟଙ୍କା ବଦଳରେ ଲକ୍ଷ ଲକ୍ଷ ଟଙ୍କା ବି ଚଳୁ କରିନେଇ ପାରନ୍ତି ସାଇବର ଠକ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।