ମହାଲକ୍ଷ୍ମୀଙ୍କର ଏକ ଏମିତି ମନ୍ଦିର, ଯେଉଁଠି ପ୍ରସାଦ ରୂପରେ ମିଳିଥାଏ ସୁନା ଚାନ୍ଦି – ଜାଣନ୍ତୁ କେଉଁଠି

ଆମ ଭାରତ ବର୍ଷ ବହୁତ ଧାର୍ମିକ ଦେଶ ଅଟେ । ଏଠି ଭିନ୍ନ ଭିନ୍ନ ପ୍ରକାରର ଜାତିର ଲୋକମାନେ ବାସ କରନ୍ତି । ଏବଂ ସମସ୍ତେ ନିଜ ନିଜ ଧର୍ମ ଅନୁସାରେ ନିଜ ନିଜର ଦେବତାଙ୍କୁ ପୂଜା କରନ୍ତି । ଦେଖିବାକୁ ଗଲେ ଆମେ ଯେତେବେଳେ ମନ୍ଦିରକୁ ଭଗବାନଙ୍କର ପୂଜା କରିବା ପାଇଁ ଯାଉ ସେତେବେଳେ ଆମେ ଭଗବାନଙ୍କୁ ଭେଟ ସ୍ୱରୂପ କିଛି ସୁନା, ଚାନ୍ଦି, ଟଙ୍କା ଇତ୍ୟାଦି ଭଗବାନଙ୍କ ଚରଣରେ ଅର୍ପଣ କରିଥାଉ ।

ଏବଂ ମନ୍ଦିର ବାହାରକୁ ଆସୁଥିବା ସମୟରେ ପ୍ରସାଦ ରୂପରେ ମିଶ୍ରି, ଲଡୁ, ନଡିଆ କିମ୍ବା ଅନ୍ୟ କୌଣସି ଖାଇବା ଜିନିଷ ମିଳିଥାଏ । କିନ୍ତୁ ଭାରତ ଦେଶରେ ଏମିତି ଏକ ମନ୍ଦିର ଅଛି ଯେଉଁଠି ଭକ୍ତମାନଙ୍କୁ ପ୍ରସାଦ ରୂପରେ ସୁନା ଚାନ୍ଦିର ଆଭୁଷଣ ଦିଆଯାଏ । ଆପଣ ବି ଏହି ମନ୍ଦିରର ବିଷୟରେ ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ ନା କିନ୍ତୁ ଏହିଭଳି ମନ୍ଦିର ଅଛି । ଚାଲନ୍ତୁ ଆପଣଙ୍କୁ ଏହି ମନ୍ଦିର ବିଷୟରେ ଅବଗତ କରାଇବୁ ।

ମଧ୍ୟ ପ୍ରଦେଶରେ ରତଲାମରେ ଗୋଟିଏ ଏମିତି ଲକ୍ଷ୍ମୀ ମନ୍ଦିର ଅଛି ଯେଉଁଠି ପ୍ରସାଦ ରୂପରେ ଭକ୍ତ ମାନଙ୍କୁ ସୁନା, ଚାନ୍ଦିର ଆଭୁଷଣ ଏବଂ ଗହଣା ଦିଅଯାଏ । ଏହି ମନ୍ଦିରକୁ ଦର୍ଶନ କରିବା ପାଇଁ ଲୋକମାନେ ବହୁତ ଦୂର ଦୂରରୁ ଆସିଥାନ୍ତି । ଏବଂ ଲୋକମାନେ ନିଜର ଭକ୍ତି ଭାବରେ ମାତାଙ୍କୁ ଭେଟ ଅର୍ପଣ କରନ୍ତି । କିନ୍ତୁ ବର୍ଷର କିଛି ଦିନରେ ଏହି ମନ୍ଦିରରେ କୁବେରରେ ଦରବାର ଲାଗିଥାଏ ।

ଏହି ମନ୍ଦିରକୁ ଆସି ଭକ୍ତମାନେ କୋଟି କୋଟି ଟଙ୍କାର ଗହଣା ଏବଂ ନଗଦ ରାସୀ ଅର୍ପଣ କରନ୍ତି । କହିବାକୁ ଗଲେ ଦୀପାବଳି ସମୟରେ ଧନତରସ ଦିନ ମାତାଙ୍କ ଦରବାରରେ ସୁନା, ଚାନ୍ଦି ଏବଂ ଟଙ୍କାର ମାଲା ସଜା ହୋଇଥିବାର ନଜର ଆସେ । ଏବଂ ସେହି ସମୟରେ ଯେଉଁ ଭକ୍ତ ଏଠି ମାତାଙ୍କର ଦର୍ଶନ କରିବା ପାଇଁ ଆସିଥାଏ କେବେ ବି ଖାଲି ହାତରେ ଫେରେ ନାହିଁ ।

ମାତା ଲକ୍ଷ୍ମୀଙ୍କର ଏହି ପରମ୍ପରା ବହୁତ ପୁରୁଣା ଅଟେ । ଆଶ୍ଚର୍ଯ୍ୟର କଥା ଏହା ଅଟେ କି ମାତାଙ୍କର ଦର୍ଶନ କରିବା ପରେ ଯେତେବେଳେ ସେମାନେ ଫେରନ୍ତି ତେବେ ସେମାନଙ୍କୁ ପ୍ରସାଦ ରୂପରେ ସୁନା ଚାନ୍ଦିର ପ୍ରସାଦ ଦିଆଯାଏ । ଏବଂ ଦୀପାବଳି ସମୟରେ କୌଣସି ବି ଭକ୍ତ ଖାଲି ହାତରେ ଫେରନ୍ତି ନାହିଁ । ଦୀପାବଳି ସମୟରେ ମାତାଙ୍କ ପାଖରେ ଚଢା ହେଉଥିବା ସବୁ ସୁନା ଚାନ୍ଦିକୁ ଭକ୍ତଙ୍କ ମଧ୍ୟରେ ବାଣ୍ଟି ଦିଆଯାଏ । ଏବଂ ଏହାକୁ ଲୋକମାନେ ବହୁତ ଶୁଭ ବୋଲି ମାନନ୍ତି ।

ମା ଲକ୍ଷ୍ମୀଙ୍କ ଏହି ମନ୍ଦିର ବିଷୟରେ ଲେଖାଟି ଯଦି ଭଲ ଲାଗିଥାଏ ତେବେ ଶେୟାର ନିଶ୍ଚୟ କରିବେ । ଏମିତି ଅନେକ ତୀର୍ଥ ସ୍ଥାନ ବିଷୟରେ ଜାଣିବା ପାଇଁ ଓଡିଆ ଫାଷ୍ଟ ପେଜକୁ ଲାଇକ କରନ୍ତୁ ।