ଭୋଜନ କରିବା ପୂର୍ବରୁ କରନ୍ତୁ ଏହି କାମ, କେବେ ବି ଘରେ ଆସିବ ନାହିଁ ଦାରିଦ୍ରତା

ଖାଦ୍ୟ ଅର୍ଥାତ ଭୋଜନ ପ୍ରତ୍ୟେକ ମଣିଷ ଓ ଜୀବିତ ବସ୍ତୁ ପାଇଁ ପ୍ରଥମ ଓ ମୁଖ୍ୟ ଆବଶ୍ୟକତା ହୋଇଥାଏ । ଏହି ଦୁନିଆରେ ପ୍ରତ୍ୟେକ ମଣିଷ ଦୁଇ ବକ୍ତ ଖାଇବା ପାଇଁ ଦିନ ସାରା ପରିଶ୍ରମ କରିଥାଏ ଯାହା ଦ୍ଵାରା ତାର ପରିବାର କେବେ ବି ଭୋକରେ ଶୋଇବେ ନାହିଁ । ଖାଦ୍ୟ ବିନା ପୃଥିବୀରେ ଜୀବନ ଅସମ୍ଭବ ଅଟେ । ସାଇନ୍ସ ର ଏକ ରିସର୍ଚ ଅନୁସାରେ ଯେଉଁ ଲୋକ ପେଟ ଭରି ଖାଦ୍ୟ ଖାଆନ୍ତି, ତାଙ୍କୁ ଭଲ ଓ ଗଭୀର ନିଦ ଆସିଥାଏ । ଏହାର ବିପରୀତ ଯେଉଁ ଲୋକ ଭୋକ ପେଟରେ ଶୁଅନ୍ତି, ତାଙ୍କୁ ରାତି ସାରା ଶାନ୍ତି ମିଳେ ନାହିଁ ଓ ସେ ଭଲ ଭାବେ ଶୋଇ ପାରନ୍ତି ନାହିଁ ।

ଭୋଜନ ର ପ୍ରକୃତ ମୂଲ୍ୟ କେବଳ ସେହି ବ୍ୟକ୍ତି ଜାଣିଥାଏ, ଯିଏ କିଛି ଦିନ ଧରି ଭୋକରେ ରହିଥାଏ । ଆପଣ ଦେଖିଥିବେ କି ଧନୀ ଘରର ପିଲାଙ୍କୁ ମାଗିବା ଆଗରୁ ସବୁ ଜିନିଷ ମିଳି ଯାଇଥାଏ, ଏଥିପାଇଁ ସେ ପରିଶ୍ରମ କରନ୍ତି ନାହିଁ । ଗରିବ ଘରର ପିଲା ନିଜ ପିଲା ଦିନରୁ ହିଁ ଦୁଇ ବକ୍ତ ଖାଦ୍ୟ ପାଇଁ ବଞ୍ଚିଥାନ୍ତି ଓ ଗୋଟିଏ ଦିନ ସଫଳ ହୋଇଥାନ୍ତି ।

ଭୋଜନ ଖାଇବା ପୂର୍ବରୁ କରନ୍ତୁ ଏହି କାମ

ପ୍ରତ୍ୟେକ ମଣିଷର ଜୀବନରେ ଭୋଜନ ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ଥାଏ । ଏମିତିରେ ଯଦି ଆପଣ ଉନ୍ନତି ଚାହାଁନ୍ତି ଓ ଈଶ୍ଵରଙ୍କୁ ପ୍ରସନ୍ନ କରିବାକୁ ଚାହାଁନ୍ତି ତେବେ ଆପଣଙ୍କୁ ଆମର ଏକ ଛୋଟ କାମ ମନେ ରଖିବାକୁ ପଡିବ । ଏହି କାମକୁ ଆପଣ ପ୍ରତିଦିନ ଭୋଜନ କରିବା ପୂର୍ବରୁ କରନ୍ତୁ । ଏମିତି କରିବା ଦ୍ଵାରା ଆପଣଙ୍କୁ କେବେ ବି ଧନର ଅଭାବ ରହିବ ନାହିଁ ଓ ମା’ ଲକ୍ଷ୍ମୀଙ୍କ କୃପା ସବୁବେଳେ ଆପଣଙ୍କ ଉପରେ ରହିବ । ପ୍ରକୃତରେ ଆପଣ ଯେବେ ବି ଭୋଜନ ଖାଉଛନ୍ତି ହାତ ଯୋଡି ଇଶ୍ଵରଙ୍କର ନାମ ଅବଶ୍ୟ ନିଅନ୍ତୁ । ଏଥିରେ କେବଳ ଆପଣଙ୍କ ଘରେ ସାକାରାତ୍ମକ ଶକ୍ତିର ପ୍ରବେଶ ହେବ ନାହିଁ ପରନ୍ତୁ ଆପଣ ଭଲରେ ଭୋଜନ ମଧ୍ୟ ଗ୍ରହଣ କରି ପାରିବେ ।

କେବେ ବି ଆସିବ ନାହିଁ ଦରିଦ୍ରତା

ଇଶ୍ଵର ଏହି ସୃଷ୍ଟିର କୋଣ ଅନୁକୋଣରେ ରହିଛନ୍ତି । ଏମିତିରେ ଭୋଜନ ଖାଇବା ପୂର୍ବରୁ ଯଦି ଆମେ ଈଶ୍ଵରଙ୍କ ନାମ ନେଇଥାଉ ଓ ତାଙ୍କର ଧ୍ୟାନ କରିଥାଉ ତେବେ ଆମ ମନ ଶାନ୍ତ ରହିଥାଏ ଓ ଇଚ୍ଛା ଶକ୍ତି ଦୁଇ ଗୁଣ ହୋଇ ଯାଇଥାଏ । ଏଥିରେ ଶରୀରକୁ ଗୋଟିଏ ନୂଆ ଊର୍ଜା ମିଳିଥାଏ ଯିଏ ଘରକୁ ଖୁସି ଓ ସମୃଦ୍ଧିରେ ଭରିଦିଏ । ଏହି କାମକୁ କଲେ କେବେ ବି ବ୍ୟକ୍ତିର ଘରେ ଦରିଦ୍ରତା ଆସେ ନାହିଁ ।

ଥାଳିରେ ହାତ ଧୁଅନ୍ତୁ ନାହିଁ

ଶାସ୍ତ୍ର ରେ ଲେଖା ଅଛି କି ଯେଉଁ ଘରେ ଖାଦ୍ୟର ଅନାଦର ହୋଇଥାଏ, ସେହି ଘରେ କେବେ ବି ଖୁସି ଆସେ ନାହିଁ, ସବୁବେଳେ ଧନର ଅଭାବ ରହିଥାଏ । ଏମିତିରେ ଖାଦ୍ୟ ଖାଇବା ପରେ ଭୁଲରେ ବି ଖାଦ୍ୟ ଥାଳିରେ ହାତ ଧୁଅନ୍ତୁ ନାହିଁ । ଏମିତି କରିବା ଦ୍ଵାରା ମା’ ଲକ୍ଷ୍ମୀ ରାଗିଯାନ୍ତି ଓ ସେ ଘରେ ପ୍ରବେଶ କରନ୍ତି ନାହିଁ । ଏଥି ପାଇଁ ଖାଇବା ପୂର୍ବରୁ ହାତକୁ ଭଲ ଭାବେ ଧୁଅନ୍ତୁ ଓ ଈଶ୍ଵରଙ୍କୁ ସ୍ମରଣ କଲା ପରେ ଖାଆନ୍ତୁ, ଯାହା ଦ୍ଵାରା ଆପଣଙ୍କୁ ଭବିଷ୍ୟତରେ କୌଣସି ସମସ୍ୟାର ସାମ୍ନା କରିବାକୁ ନ ପଡେ ।

ଆପଣମାନଙ୍କୁ ଆମର ଏହି ଆଧ୍ୟାତ୍ମିକ ଲେଖାଟି ଭଲ ଲାଗିଥିଲେ ସେୟାର କରି ସମସ୍ତଙ୍କୁ ଜଣାନ୍ତୁ ଓ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି ।