ମରିଗଲେବି କରନ୍ତୁ ନାହିଁ ଏପରି କାମ, ଏମିତି ଲୁଗାସଫା କରିବା ସର୍ବନାଶର ମୁଖ୍ୟ କାରଣ

କଣ ବନ୍ଧୁଗଣ ଆପଣବି ଆପଣଙ୍କର ଲୁଗା ବା ବ୍ୟବହୃତ ପୋଷାକକୁ ଏପରି ସଫା କରୁଛନ୍ତି କି! ତେବେ ସତର୍କ ହୋଇଯାଆନ୍ତୁ । ଜୀବନରେ ଏଭଳି କିଛି କାର୍ଯ୍ୟ ରହିଅଛି ଯାହାର ଶୁଭ ବା ଅଶୁଭ ଫଳ ମନୁଷ୍ୟ ଉପରେ ପ୍ରଭାବ ପକାଏ । ଆପଣ ଜାଣିଥିବେ ବାସ୍ତୁ ଶାସ୍ତ୍ର ଏକ ଶାସ୍ତ୍ର ଯାହାଦ୍ଵାରା ଆପଣଙ୍କ ସହ ଜଡ଼ିତ ଥିବା ସମସ୍ତ ବସ୍ତୁ ବା ଘଟୁଥିବା ଘଟଣାର କାରଣ ଦର୍ଶାଇ ଥାଏ ।

ଏହା ସହିତ ଘରେ ରହୁଥିବା ପ୍ରତ୍ୟକ ବସ୍ତୁ, ଘରର ସ୍ଥିତି ଓ ଘର ମଧ୍ୟରେ କରୁଥିବା ପ୍ରତେତ୍କ କାମର ପ୍ରଭାବ କିପରି ମନୁଷ୍ୟ ଉପରେ ପଡ଼ିଥାଏ ତାହା ମଧ୍ୟ ଭଲ ଭାବରେ ବର୍ଣ୍ଣିତ ହୋଇଅଛି । ଏହିପରି ଭାବେ ଆପଣ ବ୍ୟବହୃତ କରୁଥିବା ଲୁଗା ସଫା କରିବାଠାରୁ ଆରମ୍ଭ କରି ଶୁଖିବା ପର୍ଯ୍ୟନ୍ତ ତାହାର ଅନେକ ପ୍ରଭାବ ଆପଣଙ୍କ ଜୀବନକୁ ନଷ୍ଟ କରିପାରେ ।

ସୁଖଶାନ୍ତି ପୂର୍ଣ୍ଣ ଜୀବନକୁ କ୍ଷଣିକରେ ନଷ୍ଟ କରିଦେଇଥାଏ । ତେଣୁ କପଡ଼ା ସହିତ ସ୍ତ୍ରୀ ଲୋକମାନେ କଦାପି ଏଭଳି ଭୂଲ୍ କରିବେ ନାହିଁ । ଯାହାର ଭୟଙ୍କର ପ୍ରଭାବ ଆପଣ ସ୍ୱପ୍ନର ସୁଦ୍ଧା କେବେବି ଭାବି ନଥିବେ । ତେବେ ଆସନ୍ତୁ ଜାଣିବା ବସ୍ତୁ ସହିତ ଯୋଡ଼ା ହୋଇଥିବା କପଡ଼ା ସମ୍ବନ୍ଧରେ କିଛି ତଥ୍ୟ ।

ପ୍ରତ୍ୟେକ ଘରେ ସ୍ଵଚ୍ଚତାର ବାତାବରଣ ଆଣିବା ପାଇଁ ବ୍ୟବହୃତ ବସ୍ତ୍ର କୁ ସଫା କରାଯାଇଥାଏ । କଣ ଆପଣ ଜାଣିଛନ୍ତି ଏହି ସମୟରେ ବ୍ୟବହୃତ ବସ୍ତ୍ରକୁ ସଫାକରିବା ଅନୁଚିତ୍ ହୋଇଥାଏ । ଦିନରେ ବ୍ୟସ୍ତତା ଭିତରେ ଘରର ସ୍ତ୍ରୀ କିମ୍ବା ପୁରୁଷ ମାନେ ସନ୍ଧ୍ୟା ସମୟରେ ନିଜର କିମ୍ବା ପରିବାରର ଅନ୍ୟ ସଦସ୍ୟ ମାନଙ୍କ ବ୍ୟବହୃତ ବସ୍ତ୍ର ସଫା କରିଥାନ୍ତି ।

କିନ୍ତୁ ଏପରି ସମୟରେ ସଫା କରିବା ଅନୁଚିତ । ରାତ୍ରି ବା ସନ୍ଦ୍ୟା ସମୟ ନକାରାତ୍ମକ ବା ଅସ୍ଵଛ ସମୟ ଅଟେ । ଏହି ସମୟରେ ପିନ୍ଧିଥିବା ଲୁଗା ବା ବସ୍ତ୍ରକୁ ଧୋଇବା ଅନୁଚିତ୍ ଅଟେ । ଯାହାକି ଶାସ୍ତ୍ରରେ କୁହାଯାଇଛି । ଏପରି କରିବା ଦ୍ବାରା ଘରେ ସ୍ବାସ୍ଥ୍ୟ ଜନିତ ସମସ୍ୟା ଲାଗି ରହିବା ସହିତ ଘରର ଉନ୍ନତିରେ ବାଧାବିଘ୍ନ ସୃଷ୍ଟି ହୁଏ ।

ସଫା ହୋଇଥିବା ଲୁଗାକୁ କଦାପି ଘରର ଛାତ ଉପରେ ସୁଖାଇବେ ନାହିଁ । ଏହା ବାସ୍ତୁ ଶାସ୍ତ୍ରରେ ଉଲ୍ଲେଖ ଅଛି । ଯଦି ଆପଣ ଘରର ଛାତରେ ଲୁଗା ସୁଖନ୍ତି ତେବେ ଏହାର ପ୍ରଭାବ ଘରର ଅର୍ଥ ଉପରେ ପଡେ ବା ଇନକମ୍ ର ମାର୍ଗରେ ବାଧା ଦେଇଥାଏ । ତେଣୁ ସଫା କପଡ଼ା କୁ କେବେବି ଘରର ଛାତ ଉପରେ ସୁଖାନ୍ତୁ ନାହିଁ । ତେଣୁ ସର୍ବଦା ଘରର ଅଗଣା କିମ୍ବା ବାଡି ପଟେ ଲୁଗା ଶୁଖାନ୍ତୁ । ଏହା ବ୍ୟତୀତ ଘର ମଧ୍ୟରେ ମଧ୍ୟ ଲୁଗା ଶୁଖାଇ ପାରିବେ ।

ଏହା ବ୍ୟତୀତ ଶାସ୍ତ୍ରରେ ଗୁରୁବାର ଦିନ ଲୁଗା ସଫା କରିବା ନିମନ୍ତେ ବର୍ଜିତ କରାଯାଇଛି । ଏହି ବାରଟି ହେଉଛି ମାଆ ଲକ୍ଷ୍ମୀ ଙ୍କ ବାର ଏହି ବାରରେ ସଫା କରିବା ର ଅର୍ଥ ହେଉଛି ମାଆ ଲକ୍ଷ୍ମୀଙ୍କୁ ଘରୁ ତଡିବା ସହ ସମାନ । ତେଣୁ ଏହି ଦିନ ଭୁଲରେ ବି ବସ୍ତ୍ର ସଫା କରନ୍ତୁ ନାହିଁ । ଆଧୁନିକ ଯୁଗରେ ଚିରା ଫଟା ବସ୍ତ୍ର ଷ୍ଟାଇଲ ହୋଇଥିବା ବେଳେ ଶାସ୍ତ୍ର ଅନୁସାରେ ଏପରି ବସ୍ତ୍ର ପିନ୍ଧିବା ଅନୁଚିତ୍ ଅଟେ ।

ଘରର ସ୍ତ୍ରୀ ଓ ଝିଅ ମାନେ ଏପରି ବସ୍ତ୍ର ଆଦୌ ଧାରଣ କରିବା କଥା ନୁହେଁ । ଯଦି ଏପରି ଚିରା ଫଟା ବସ୍ତ୍ର ଏମାନେ ବ୍ୟବହାର କରନ୍ତି ତେବେ ଆପଣଙ୍କୁ ଧନର ଅଭାବ ହେବ । ଯଦି ଆପଣ ବ୍ୟବହୃତ ବସ୍ତ୍ରକୁ ସଜାଡି ରଖି ଆଯଦା ଭାବେ ପକାଇଥାନ୍ତି ତେବେ ନକାରାତ୍ମକ ଶକ୍ତି ଗୁଡ଼ିକ ଘର ମଧ୍ୟକୁ ଆପେ ଆପେ ଆକର୍ଷିତ ହୋଇଥାନ୍ତି ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।