ଆମ ପୁରାଣ ଶାସ୍ତ୍ର ମହାଭାରତରେ ଭୋଜନ କରିବା ସମୟରେ କିଛି ଜରୁରୀ ନିୟମ ବିଷୟରେ କୁହାଯାଇଛି । ଯଦି କୌଣସି ମନୁଷ୍ୟ ଭୋଜନ କରିବା ସମୟରେ ସେହି ନିୟମ ଗୁଡିକୁ ପାଳନ କରେ ତେବେ ସେ ଆରୋଗ୍ଯ ରହିବା ସହ ସୁଖ ସମୃଦ୍ଧି ମଧ୍ୟ ପ୍ରାପ୍ତ ହେବ । ଶାସ୍ତ୍ରରେ କୁହାଯାଇଥିବା ଏହି ନିୟମମାନ ବୈଜ୍ଞାନିକ ଦୃଷ୍ଟିକୋଣଋ ମଧ୍ୟ ଯଥାର୍ଥ ଅଟେ । ଏପରି ଭୋଜନ କରିବା ଦ୍ଵାରା ମନୁଷ୍ୟ ସବୁ ଦେବୀଦେବତାଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ । ତେବେ ଆସନ୍ତୁ ଜାଣିବା ସେହି ନିୟମ ସବୁ କଣ ।

ପ୍ରଥମ କଥା ହେଉଛି ଭୋଜନରେ ବସିବା ପୂର୍ବରୁ ହାତ, ମୁହଁ ଧୋଇ ହୋଇ ଭୋଜନରେ ବସିବା ଉଚିତ । ଭୋଜନ କରିବା ପୂର୍ବରୁ ସବୁ ଭୋକିଲା ପ୍ରାଣୀଙ୍କୁ ଭୋଜନ ମିଳୁ ବୋଲି ଅନ୍ନପୂର୍ଣ୍ଣା ଦେବୀଙ୍କ ଠାରେ ପ୍ରାର୍ଥନା କରି ଭୋଜନ ଆରମ୍ଭ କରିବା ଉଚିତ । ଭୋଜନ ପ୍ରସ୍ତୁତ କରୁଥିବା ମହିଳା ସ୍ନାନ କରି ଶୁଦ୍ଧ ମନରେ ମନ୍ତ୍ର ଜପ କରି ଭୋଜନ ପ୍ରସ୍ତୁତ ଆରମ୍ଭ କରିବା ଉଚିତ । ରୋଷେଇ କରିବା ବେଳେ ପ୍ରଥମେ ଗାଈ, କୁକୁର ଓ କାଉ ପାଇଁ ପ୍ରଥମ ରୋଟି ପ୍ରସ୍ତୁତ କରିସାରି ଅଗ୍ନିଦେବଙ୍କୁ ଭୋଗ ଲଗାଇବା ପରେ ଘରଲୋକଙ୍କୁ ଖାଇବାକୁ ଦେବା ଉଚିତ ।
ସବୁବେଳେ ଚେଷ୍ଟା କରନ୍ତୁ କି ପରିବାରର ସବୁ ସଦସ୍ୟ ଏକାଠି ବସି ଭୋଜନ କରିବାକୁ । ନିୟମ ଅନୁସାରେ ଅଲଗା ଅଲଗା ଭୋଜନ କରିବା ଦ୍ଵାରା ପରିବାରର ସଦସ୍ୟଙ୍କ ମନରେ ପ୍ରେମ ଓ ଏକତା ରହି ନଥାଏ । ଭୋଜନ କରିବା ସମୟରେ ସର୍ବଦା ପୂର୍ବ ଏବଂ ଉତ୍ତର ଦିଗକୁ ମୁଖ କରି ଭୋଜନ କରିବା ଉଚିତ ।

ଦକ୍ଷିଣ ଦିଗକୁ ମୁଖ କରି ଭୋଜନ କରିବା ଦ୍ଵାରା ଏହା ପ୍ରେତକୁ ପ୍ରାପ୍ତ ହୋଇଥାଏ ଓ ପଶ୍ଚିମ ଦିଗକୁ ମୁଖ କରି ଭୋଜନ କଲେ ରୋଗ ସୃଷ୍ଟି ହୋଇଥାଏ । କେବେ ମଧ୍ୟ ଶଯ୍ୟା ଉପରେ ବସି, ହାତରେ ଧରି କିମ୍ବା ଭାଙ୍ଗି ଯାଇଥିବା ବାସନରେ ଭୋଜନ ନ କରିବା ଉଚିତ । କଳହ କିମ୍ବା ଦୁଃଖଦ ଜାଗାରେ ମଧ୍ୟ ଭୋଜନ କରିବା ଅନୁଚିତ ମାନାଯାଏ । ପରଷା ଯାଇଥିବା ଭୋଜନକୁ କେବେ ହେଲେ ନିନ୍ଦା କରନ୍ତୁ ନାହିଁ । ଠିଆ ହୋଇ କିମ୍ବା ଜୋତା ପିନ୍ଧି ଭୋଜନ କରିବା ମଧ୍ୟ ଅନୁଚିତ ହୋଇଥାଏ ।

ଏହା ବ୍ଯତୀତ ବହୁତ ରାଗ କିମ୍ବା ବହୁତ ମିଠା ଭୋଜନ କରିବା ଉଚିତ ନୁହେଁ । କେହି ଛାଡିଥିବା ଖାଦ୍ୟ ମଧ୍ୟ ଭୋଜନ କରିବା ଉଚିତ ନୁହେଁ । ଶ୍ରାଦ୍ଧ ଘରେ ବଳକା ରହିଥିବା ବାସି ଖାଦ୍ଯ ମଧ୍ୟ ଭୋଜନ କରିବା ଅନୁଚିତ । ଭୋଜନ କରିବା ସମୟରେ ମୌନ ରୁହନ୍ତୁ ଓ ରାତିବେଳା ପେଟପୁରା ଖାଦ୍ଯ ଖାଆନ୍ତୁ ନାହିଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।