ଡାଇବେଟିସରେ ଆମ ଦେଶ ଭାରତ ବିଶ୍ଵର ଦ୍ଵିତୀୟ ସ୍ଥାନରେ ରହିଛି । ଆମ ଦେଶରେ ପ୍ରାୟ ୧୦ ଜଣରେ ଜଣେ ଲୋକଙ୍କୁ ଡାଇବେଟିସ ହୋଇଥିବାର ଦେଖିବାକୁ ମିଳୁଛି । ଏହି ରୋଗ କେବଳ ବୟସ୍କ ବ୍ୟକ୍ତି ନୁହେଁ ବରଂ ଆଜିକାଲି ଯୁବାପିଲାଙ୍କ ଥରେ ମଧ୍ୟ ଦେଖିବାକୁ ମିଳୁଛି । ଏହି ରୋଗକୁ ନିୟନ୍ତ୍ରଣରେ ନରଖିଲେ ଏହା ଅନ୍ୟ ଭୟଙ୍କର ରୋଗକୁ ଆମନ୍ତ୍ରଣ କରିଥାଏ । ତେବେ ଡାଇବେଟିସ କଣ୍ଟ୍ରୋଲ କରିବା ଆଜି ଆମେ ଆପଣଙ୍କ ପାଇଁ ଏକ ସହଜ ଏବଂ ଚମତ୍କାରୀ ଘରୋଇ ଉପାୟ ନେଇ ଆସିଛୁ ।
ଡାଇବେଟିସ ରୋଗ ଥିଲେ ଆମ ରକ୍ତରେ ଶର୍କରାର ପରିମାଣ ବଢିଯାଏ, ଯାହାଫଳରେ ଏହା ଶରୀର ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ । ଏହାକୁ ନିୟନ୍ତ୍ରଣ କରିବା ପାଇଁ ଏହି ସହଜ ଘରୋଇ ଉପଚାର କେମିତି ପ୍ରସ୍ତୁତ କରିବେ ଚାଲନ୍ତୁ ଜାଣିବା । ଏହି ଉପଚାର ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ ଯେଉଁ ପ୍ରଥମ ସାମଗ୍ରୀ ଆବଶ୍ୟକ ହେବ ତାହା ହେଉଛି ବେଲପତ୍ର । ବେଲପତ୍ରରେ ଅତ୍ୟନ୍ତ ଚମତ୍କାରୀ ଆୟୁର୍ବେଦୀୟ ଗୁଣ ରହିଛି ।
ଏହା ଆଣ୍ଟି ବାୟୋଟିକ ଅଟେ ଏବଂ ଆପଣଙ୍କ ଡାଇବେଟିସକୁ କଣ୍ଟ୍ରୋଲ କରିବା ପାଇଁ ଅତ୍ୟନ୍ତ ଉପଯୋଗୀ ହୋଇଥାଏ । ଏଥିପାଇଁ ଆପଣ ୧୦ରୁ ୧୨ଟି ବେଲପତ୍ର ନେଇ ଭଲ ଭାବେ ଧୋଇ ଦିଅନ୍ତୁ ଓ ତା’ପରେ ଏହାକୁ ବାଟି ଦିଅନ୍ତୁ ବା ଗ୍ରାଇଡିଙ୍ଗ କରି ଦିଅନ୍ତୁ । ଏହାପରେ ଏକ କପଡା ସାହାଯ୍ୟରେ ଏହି ବେଲପତ୍ର ପେଷ୍ଟକୁ ଛାଣି ଏଥିରୁ ଭଲଭାବେ ରସ ବାହାର କରି ଦିଅନ୍ତୁ ଓ ଖଡା ଅଂଶକୁ ଫୋପାଡି ଦିଅନ୍ତୁ ।
ପ୍ରସ୍ତୁତ ହୋଇଗଲା ଆପଣଙ୍କ ବେଲପତ୍ର ରସ । ଏହାପରେ ଆପଣଙ୍କୁ ଯେଉଁ ଦ୍ଵିତୀୟ ସାମଗ୍ରୀ ଆବଶ୍ୟକ ହେବ ତାହା ହେଉଛି ଗୋଲମରୀଚ । ଏହା ସମସ୍ତଙ୍କ ରୋଷେଇ ଘରେ ଉପଲବ୍ଧ ଥାଏ ଓ ମସଲା ରୂପେ ବ୍ୟବହାର କରାଯାଏ । ତେବେ ଗୋଲମରୀଚ ଭିଟାମିନ-ସି, ଭିଟାମିନ-ଏ ଏବଂ ଆଣ୍ଟି ଅକ୍ସିଡାଣ୍ଟ ଗୁଣରେ ଭରପୁର ଅଟେ । ଏହା ମଧ୍ୟ ଆପଣଙ୍କ ଡାଇବେଟିସ ଭଲ କରିବାରେ ବେଶ ସହାୟକ ହେବ ।
ଆପଣ ୧୦ରୁ ୧୨ଟି ଗୋଲମରୀଚ ନେଇ ଏହାକୁ କୁଟି ଗୁଣ୍ଡ ପ୍ରସ୍ତୁତ କରି ନିଅନ୍ତୁ ଓ ଏହି ଗୋଲମରିଚ ଗୁଣ୍ଡକୁ ପ୍ରସ୍ତୁତ କରି ରଖିଥିବା ବେଲପତ୍ର ରସରେ ଭଲ ଭାବେ ମିଶାଇ ଦିଅନ୍ତୁ । ଏବେ ପ୍ରସ୍ତୁତ ହୋଇଗଲା ଡାଇବେଟିସ କଣ୍ଟ୍ରୋଲ କରିବା ପାଇଁ ଆପଣଙ୍କ ଘରୋଇ ଉପଚାର ।
ଏହି ଉପଚାରକୁ ଆପଣ ଦିନେ ଛାଡି ଦିନେ ସପ୍ତାହରେ ତିନି ଥର ସେବନ କରନ୍ତୁ । ଏହିପରି ଉପାୟରେ କିଛି ସପ୍ତାହ ପର୍ଯ୍ୟନ୍ତ ଏହି ଉପଚାରକୁ ସେବନ କରି ଦେଖନ୍ତୁ ଆପଣଙ୍କ ଡାଇବେଟିସ ଏକଦମ କଣ୍ଟ୍ରୋଲରେ ଆସିଯିବ । କିନ୍ତୁ ଗର୍ଭବତୀ ମହିଳା ମାନେ ଏହି ଉପଚାରକୁ ସେବନ କରିବା ଅନୁଚିତ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।