ମାତ୍ର 300 ଟଙ୍କାରେ ବିକ୍ରି ହେଉଛି ଜମି । କମ ମୂଲ୍ୟ ଦେଇ ଯିଏ ଯେତେ ପାରିବ ଜମି କିଣି ପାରିବ । ଶାଗ ମାଛ ମୂଲ୍ଯରେ ବିକ୍ରି ହେଉଛି ଲୋକଙ୍କର ଜମି । ହଁ ଦର୍ଶକ ବନ୍ଧୁ ଦେବଗଡ ଜିଲ୍ଲା ରିୟାମାଳ ବାଏ ପାସ ରାସ୍ତା ପାଇଁ ଜମି କିଣା ଚାଲିଛି । ହେଲେ ପ୍ରଶାସନର ଅନ୍ତର ପାନ୍ତର ମନୋଭାବ କାରଣରୁ ଚାଷୀଙ୍କ ପେଟକୁ ନାତ ମାରୁଛନ୍ତି ।

କାହିଁଙ୍କି ନା ଗୋଟେ ଡିଶମିଲ ପାଇଁ 300 ଟଙ୍କା ଦେଉଥିବା ଲୋକେ ଅଭିଯୋଗ କରିଛନ୍ତି । ବାପା ଅଜା ଅମଳରୁ ଗୋଟେ ଦୁଇ ଟି ଜମିରେ ଚାଷ କରି ପରିବାର ପୋଷଣ କରୁଛନ୍ତି ଏଠିକାର ସ୍ଥାନୀୟ ବାସିନ୍ଦା । ହେଲେ ଜମି ଦେବାର କାହାର ଇଚ୍ଛା ନ ଥିବା ସୁଧା ଉନ୍ନତିମୂଳକ କାର୍ଯ୍ୟ ପାଇଁ ସହମତି ହୋଇ ଭାତ ହାଣ୍ଡି କୁ ଦେବାକୁ ବାଧ୍ୟ ହୋଇଛନ୍ତି ଗ୍ରାମ ବାସୀ ।
କିନ୍ତୁ ଏଠାରେ ସ୍ଥାନୀୟ ପ୍ରଶାସନର ଅନ୍ତର ପାନ୍ତର ମନୋଭାବ କାରଣରୁ ଲୋକ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । କେଉଁଠି ଗୋଟେ ଡିଶ୍ମିଲ ଜମି ର ମୂଲ୍ୟ 300 ଟଙ୍କା ତ ଆଉ କେଉଁଠି 18 ହଜାର ଟଙ୍କା । ଏମିତି ଅନ୍ତରା ପାନ୍ତର ନୀତି କାରଣରୁ ଲୋକ ମାନେ ହନ୍ତସନ୍ତ ହୋଇ ହାଇ କୋର୍ଟ ର ଆଶ୍ରୟ ନେଇଥିଲେ ।

ହେଲେ ମାମଲାର କୌଣସି ନିସ୍ପତି ହୋଇ ନ ଥିବା ବେଳେ ଗତ କାଲି ଏନଏଚ କର୍ତ୍ତୁପକ୍ଷ କାମ ଆରମ୍ଭ କରିଛନ୍ତି । ଯାହାକୁ ଏଇ ଧର୍ମପୁର ଗ୍ରାମ ବାସୀ କାମକୁ ବିରୋଧ କରିବା ସହ ଅନଶନ ରେ ବସିଛନ୍ତି । ଘଟଣା ସ୍ଥାକୁ ଆରଆଇ ନିର୍ମଳା ବିଶ୍ଵାଳ ଆସୁଥିବା ବେଳେ ତହସିଲାଦାର ଓ ଅତିରିକ୍ତ ତହସିଲଦାର ଅନୁପସ୍ଥିତ ରହିଥିବା କାରଣରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।
ଏ ନେଇ ସ୍ଥାନୀୟ ଲୋକ ମାନେ ଦାବି କରିଛନ୍ତି କି କେଉଁଠୀ ଜମି ଗୁଡିକ 22 ହଜାର ତ ଆଉ କେଉଁଠି 17 ହଜାର ଆଉ 15 ହଜାର ରେ ବିକ୍ରି କରା ଯାଉଛି । ଆଉ ଆମ ଜମି ସବୁ ଗୁଡାକ ମାତ୍ର 300 ଟଙ୍କାରେ ବିକ୍ରି କରା ଯାଉଛି । ଯଦି ପ୍ରଶାସନ ସମାନ ଭାବେ ଜମି ର ବଣ୍ଟନ କରିବେ ତେବେ ଆମେ ଜମି ସବୁ ଛାଡି ଦେବୁ ।
କିଛି ଲୋକ ଙ୍କୁ ଜମି ପାଇଁ 1 ଲକ୍ଷ 53 ହଜାର ମଧ୍ୟ ଦିଆ ଯାଇଛି । ତେଣୁ କରି ନ୍ୟାୟ ପାଇବାକୁ ହାଇ କୋର୍ଟ ରେ ଗ୍ରାମ ବାସୀ କେସ କରିଛନ୍ତି । ଯାହାର ଫଇସଲା ଏ ଯାଏଁ ହୋଇ ନାହିଁ । ଏହା ବାଦ ରାସ୍ତା କାମ ଆରମ୍ଭ କରିଛି ପ୍ରଶାସନ । ଯାହାର ପ୍ରତିବାଦ କରୁଛନ୍ତି ଗ୍ରାମ ବାସୀ । ଗ୍ରାମ ବାସୀ କହିଛନ୍ତି ଯେବେ ଯାଏଁ ହାଇ କୋର୍ଟ ର ଫଇସଲା ଆସି ନାହିଁନ ସେବେ ଯାଏଁ ରାସ୍ତା କାମ ହୋଇ ପାରିବ ନାହିଁ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।