ବଡ ଖବର, ଏହି ଦିନ ଖୋଲିବ ସ୍କୁଲ, କଣ ରହିବ ଗଇଡଲାଇନ ଦେଖନ୍ତୁ

ବର୍ତ୍ତମାନ ସମୟରେ ସବୁଠୁ ବଡ ଖବର ଯାହା ସାମ୍ନାକୁ ଆସୁଛି ତାହା ହେଲା କି ଏହି ନଭେମ୍ବର ମାସରେ ହିଁ ସମସ୍ତ ସ୍କୁଲ ଖୋଲିଯିବ । ଗଣ ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାସ ମିଡିଆକୁ ଏହା ବିଷୟରେ କହି ସମସ୍ତ ସୂଚନା ଦେଇଛନ୍ତି । ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାସ କହିଲେ କି ନବମରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ସବୁ ଛାତ୍ରଛାତ୍ରୀମାନେ ସ୍କୁଲରେ ସମ୍ପୂର୍ଣ କ୍ଳାସ କରି ପାରିବେ । ଏହା ସହିତ ଯଦି କୌଣସି ଅଭିଭାବକ ନିଜର ପିଲାମାନଙ୍କୁ ସ୍କୁଲରେ ଛାଡିବା ପାଇଁ ଅନୁମତି ଦେଉ ନାହାନ୍ତି ତେବେ ସେହି ଛାତ୍ରଛାତ୍ରୀମାନେ ଅନ୍ଲାଇନରେ କ୍ଳାସ କରି ପାରିବେ ।

ସ୍କୁଲ ଖୋଲିବାର ପ୍ରସ୍ତୁତି ବିଷୟରେ ସେ ଆଗକୁ କହିଲେ କି ଜିଲ୍ଲାପଲ ଓ DO ମାନଙ୍କ ସହ ସ୍କୁଲ ଖୋଲିବା ବିଷୟ ଉପରେ ଆଲୋଚନା କରାଯିବ । କରୋନା ପାଇଁ ୩୦ ପ୍ରତିଶତ ସିଲାଭସ ହ୍ରାସ ହୋଇଛି ।

ଯାହାକି ଆଉ କୌଣସି ବି ମତରେ କମିବ ନାହିଁ । ବାକି ଥିବା ୭୦ ପ୍ରତିଶତ ସିଲାଭସ ପାଇଁ ନୂଆ କ୍ୟାଲେଣ୍ଡର ପ୍ରସ୍ତୁତ ହେବ । ସ୍କୁଲ ଖୋଲିବାରେ ବି ଆଉ କୌଣସି ପ୍ରକାରର ଅସୁବିଧା ନାହିଁ ଏହା ସହିତ ଆଉ ବିଳମ୍ବ ବି ହେବ ନାହିଁ । ଜଲ୍ଦି ହିଁ ସବୁ ସହରର ସ୍କୁଲକୁ ଖୋଲିବା ପାଇଁ ଅନୁମତି ଦିଆଯିବ ଓ ଏହି ମାସରେ ହିଁ ସବୁ ସ୍କୁଲ ଖୋଲିଯିବ । ସରକାରଙ୍କ ଠାରୁ ଜାରି କରାଯାଇଥିବା ନିର୍ଦେଶ ଅନୁସାରେ ନଭେମ୍ବର ମାସରେ ସବୁ ରାଜ୍ୟର ସ୍କୁଲ ଖୋଲିଯିବ ।

ଏମିତିରେ ଓଡିଶାର ନବମ ଠାରୁ ନେଇ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ସବୁ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ଖୋଲିଯିବ । ଏହା ପଛର କାରଣ ହେଉଛି ନବମ ଶ୍ରେଣୀ ଠାରୁ ଆରମ୍ଭ କରି ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ସବୁ ଛାତ୍ରଛାତ୍ରୀମାନେ ମାସ୍କ ପିନ୍ଧିବା, ହାତ ଧୋଇବା ଓ ସାମାଜିକ ଦୂରତା ଭଳି ନିୟମ ଗୁଡିକୁ ଅନ୍ୟ ତଳ ଶ୍ରେଣୀର ପିଲାମାନଙ୍କ ଠାରୁ ଭଲ ଭାବରେ ପାଳନ କରିବେ । ସ୍କୁଲର ଶିକ୍ଷକମାନେ ଛାତ୍ରଛାତ୍ରୀମାନଙ୍କୁ ମାଗଣା ମାସ୍କ ଦେବେ ସହ ସାମାଜିକ ଦୂରତା ଉପରେ ବି ନଜର ରଖିବେ ।

ଏହା ସହିତ ସ୍କୁଲକୁ ଏହା ନିର୍ଦେଶ ଦିଆଯାଇଛି କି ସ୍କୁଲ ଖୋଲିବା ପୂର୍ବରୁ ସ୍କୁଲର ପରିବେଶ ପରିଷ୍କାର ରହିବା ଦରକାର । କହିବାକୁ ଗଲେ ବିଦ୍ୟାର୍ଥୀମାନେ ଅନ୍ଲାଇନ ଅପେକ୍ଷା ଶିକ୍ଷକମାନଙ୍କ ସାମ୍ନାରେ ପଢିଲେ ସେମାନେ ନିଜର ସମସ୍ତ ପ୍ରକାରର ଦ୍ଵନ୍ଦକୁ ଦୂର କରି ପାରିବେ । ଏମିତିରେ ଯଦି ସଂକ୍ରମଣ ବଢେ ତେବେ ସଙ୍ଗେ ସଙ୍ଗେ ସ୍କୁଲ ବନ୍ଦ କରି ଦିଆଯିବ । ଯଦି ସଂକ୍ରମଣ ନ ବଢେ ତେବେ ତଳ ଶ୍ରେଣୀର ପିଲାମାନଙ୍କ ପାଇଁ ବି ସ୍କୁଲ ଖୋଲିବାର ବ୍ୟବସ୍ଥା କରାଯାଇ ପାରେ ।

କିନ୍ତୁ ବର୍ତ୍ତମାନ ସମୟ ପର୍ଯ୍ୟନ୍ତ ଏହା ଜଣା ପଡି ନାହିଁ କି କେଉଁ ତାରିଖରେ ସ୍କୁଲ ଖୋଲିବ । ଏମିତିରେ ଯେତେବେଳ ସ୍କୁଲ ଖୋଲିବାର ତାରିଖ ଘୋଷଣା କରାଯିବ ତେବେ ଆମେ ଆପଣଙ୍କୁ ଏହା ବିଷୟରେ ପ୍ରଥମେ ସୂଚିତ କରିବୁ । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।