ଏହି ପ୍ରାଣୀର ସେବନରେ ବ୍ୟାପୁଛି କୋରାନା ଭାଇରସ, ଯାହାକୁ ନେଇ ସାମନାକୁ ଆସିଲା ଏହି ବଡ ଘଟଣା

କିଛି ଦିନ ହେବ ଏମିତି ଏକ ଭାଇରସ ବ୍ୟାପିଛି, ଯାହା ସାରା ଦୁନିଆରେ ଚର୍ଚାର ବିଷୟ ପାଲଟିଛି । ଏହି ଭାଇରସ ହେଉଛି କୋରୋନା ଭାଇରସ । ପୂର୍ବରୁ ଯେମତି ରେବିସ ଭାଇରସ ପାଇଁ କୁକୁର ମାନଙ୍କୁ ଦାୟୀ କରାଯାଉଥିଲା, ବର୍ତ୍ତମାନ ସେମିତି କୋରାନା ଭାଇରସ ପାଇଁ ଜଙ୍ଗଲି ପ୍ରାଣୀ ମାନଙ୍କୁ ଦାୟୀ କରାଯାଇଛି । ଖବର ଅନୁସାରେ ଜଣା ପଡିଛି କି ଜଙ୍ଗଲି ପ୍ରାଣୀଙ୍କ ସେବନ ଦ୍ଵାରା ଏହି ଭାଇରସ ବ୍ୟାପୁଛି, ଯେଉଁଠି ସବୁଠାରୁ ବଡ କାରଣ ବାଦୁଡିକୁ ମାନୁଛନ୍ତି । ତେବେ ଆସନ୍ତୁ ଜାଣିବା ଏହା ବିଷୟରେ ।

ଚୀନରେ ସବୁ ପ୍ରକାରର ପଶୁ ପକ୍ଷୀ ମାନଙ୍କ ସେବନ କରାଯାଏ । କୋରୋନା ରୋଗର ସବୁଠାରୁ ବଡ କେନ୍ଦ୍ରସ୍ଥଳ ହେଉଛି ଉହାନ । ଖବର ଅନୁସାରେ ଚୀନରେ ଏହିପରି ସବୁ ପ୍ରକାରର ପ୍ରାଣୀ ମାନଙ୍କ କ୍ରୟ ବିକ୍ରୟ କରାଯାଇଥାଏ । ଯାହାଫଳରେ ସେହି ସ୍ଥାନରେ ଏହି ଭାଇରସ ଜନ୍ମ ନେଇଛି ।

ଯାହାକୁ ଏହି ଭାଇରସ ସଂକ୍ରମଣ ହେଉଛି ସେହି ଲୋକର ଆୟୁଷ ଅଧିକରୁ ଅଧିକ ଗୋଟେ ସପ୍ତାହ । ଏହି ଭାଇରସରେ ସଂକ୍ରମଣ ହୋଇଥିବା ଲୋକ ଗୋଟେ ସପ୍ତାହ ମଧ୍ୟରେ ମରିଯାଉଛନ୍ତି । ହେଲେ ଚୀନରେ କେତେକ ବୈଜ୍ଞାନିକମାନେ ଏହି ଭାଇରସ ସମସ୍ୟାର ସମାଧାନ ଖୋଜିବା ପାଇଁ ଲାଗିପଡିଛନ୍ତି ।

ଖବର ଅନୁସାରେ ଜଣା ପଡିଛି କି ଏହି ଭାଇରସ ପାଇଁ ସମଗ୍ର ବିଶ୍ଵରେ ସତର୍କତା ଅବଲମ୍ବନ କରିବା ପାଇଁ କୁହାଯାଇଛି । ଅନ୍ୟ ଦେଶରୁ ଆସି କୌଣସି କାରଣ ପାଇଁ ଚୀନରେ ରହିଥିବା ନାଗରିକ ମାନଙ୍କୁ ସାବଧାନ କରା ଯାଉଛି । ଚୀନରେ ରହୁଥିବା ଭାରତୀୟ ମାନଙ୍କୁ ଫେବୃୟାରିର ପ୍ରଥମ ସପ୍ତାହରୁ ଏୟାରଲିଫ୍ଟ କରିବା ପାଇଁ ଯୋଜନା କରାଯାଇଛି ।

ଖବର ଅନୁସାରେ ଜଣା ପଡିଛି କି ଚୀନର ଉହାନ ସହରର ବଜାରରେ ବାଦୁଡିମାନଙ୍କର କିଣାବିକା କରାଯାଇଥିଲା । ଚୀନ ର ଲୋକମାନେ ବଡ ଆନନ୍ଦର ସହିତ ବାଦୁଡିର ସୁପ କରି ପିଇଥାନ୍ତି ଆଉ କିଛି ଲୋକ ଏହାକୁ ଖାଇଥାନ୍ତି ମଧ୍ୟ ।

ବୈଜ୍ଞାନିକ ବିଶ୍ଳେଷଣରେ ଜଣା ପଡିଛି ଏହି ଭାଇରସ କିଛି ସାପଙ୍କ ମଧ୍ୟରେ ରହିଥାଏ, ତାଙ୍କ ମଧ୍ୟରୁ ବାଦୁଡିଙ୍କ ମଧ୍ୟକୁ ଆସିଲେ ଓ ଏବେ ବାଦୁଡି ସେବନ କରିବା ଦ୍ଵାରା ମଣିଷ ଶରୀରରେ ପହଞ୍ଚିଛି ଓ ଏହା ଏକ ବିକରାଳ ରୂପ ଧାରଣ କରିଛି । ବ୍ରିଟେନରେ ୧୮ ପ୍ରକାର ପ୍ରଜାତିର ବାଦୁଡି ରହିଥାନ୍ତି । ସାଧାରଣତଃ କେତେକ ବାଦୁଡି ଜଙ୍ଗଲରେ ଓ ଅନ୍ୟ କେତେକ ଲୋକମାନଙ୍କ ଆଖ ପାଖରେ ରହିଥାନ୍ତି । ଲୋକମାନେ ଏହି ବାଦୁଡି ଗୁଡିକୁ ଧରି ବଜାରରେ ବିକ୍ରି କରିଦିଅନ୍ତି ।