ଯେଉଁ ଲୋକମାନଙ୍କ ଜନ୍ମ ସୋମବାର ଦିନ ହେଇଛି, ଜାଣନ୍ତୁ ତାଙ୍କ ବିଷୟରେ ଏହି ଖାସ ରାଜ

ଭାରତ ଏକ ସାଂସ୍କୃତିକ ଓ ପରମ୍ପରାଗତ ଦେଶ ଅଟେ । ଏଠାରେ ବିଭିନ୍ନ ପ୍ରକାରର ପରମ୍ପରା ଓ ସଂସ୍କୃତି ଦେଖିବାକୁ ମିଳିଥାଏ । ଭାରତରେ ସବୁଠୁ ଅଧିକ ଲୋକ ହିନ୍ଦୁ ଧର୍ମକୁ ଅଟନ୍ତି । ସାଧାରଣତଃ ଲୋକମାନଙ୍କର ଭବିଷ୍ୟତ ବିଷୟରେ ଜ୍ୟୋତିଷ ଶାସ୍ତ୍ରରୁ ଜଣା ପଡିଥାଏ । ତେଣୁ ଆଜି ଆମେ ଆପଣଙ୍କୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସୋମବାର ଦିନ ଜନ୍ମ ହୋଇଥିବା ଲୋକମାନଙ୍କର କିଛି ଖାସ ଗୁଣ ବିଷୟରେ କହିବୁ । ତେବେ ଆସନ୍ତୁ ଜାଣିବା ଏହା ବିଷୟରେ ।

ଯେପରି ବ୍ୟକ୍ତିର ଜନ୍ମ ସମୟରେ ହୋଇଥିବା ନାମ ଓ ତାର ନକ୍ଷତ୍ର ଅନୁଯାୟୀ ବ୍ୟକ୍ତିର ବ୍ୟବହାର, ଭବିଷ୍ୟତ ଓ ତାର ଜୀବନ ବିଷୟରେ ଜଣା ପଡିଥାଏ ଠିକ ସେହିପରି ବ୍ୟକ୍ତିର ଜନ୍ମ କେଉଁ ବାରରେ ହୋଇଥାଏ ତା’ର ପ୍ରଭାବ ମଧ୍ୟ ତା’ର ଜୀବନ ଉପରେ ପଡିଥାଏ । ଆଜି ଆମେ ଆପଣଙ୍କୁ ସୋମବାର ଦିନ ଜନ୍ମ ହୋଇଥିବା ବ୍ୟକ୍ତି ବିଷୟରେ କହିବୁ । ତେବେ ଆସନ୍ତୁ ଜାଣିବା ।

୧. ସୋମବାରକୁ ଚନ୍ଦ୍ର ଦେବଙ୍କ ବାର ବୋଲି କୁହାଯାଇଥାଏ । ସେଥିପାଇଁ ଏହି ଦିନରେ ଜନ୍ମ ହୋଇଥିବା ବ୍ୟକ୍ତିମାନେ ବହୁତ ଭାବୁକ ହୋଇଥାନ୍ତି । ଏହି ଲୋକମାନେ ନିଜ ପରିବାର ସହ ରହିବା ପାଇଁ ପସନ୍ଦ କରନ୍ତି ।

୨. ସୋମବାର ଦିନ ଜନ୍ମ ହୋଇଥିବା ଲୋକମାନଙ୍କର ରଙ୍ଗ ସଫା ହୋଇଥାଏ ଓ ସେମାନଙ୍କର ଆଖି ବହୁତ ସୁନ୍ଦର ଦେଖାଯାଏ ।

୩. ଏମାନଙ୍କର ହୃଦୟ ବହୁତ ନିର୍ମଳ ହୋଇଥାଏ । ଏମାନେ ସବୁବେଳେ ଖୁସିରେ ରୁହନ୍ତି । ସେଥିପାଇଁ ଏମାନଙ୍କର ବହୁତ ସାଙ୍ଗ ଥାଆନ୍ତି ।

୪. କୌଣସି ନିସ୍ପତି ନେବା ପୂର୍ବରୁ ଏମାନେ ବହୁତ ଚିନ୍ତା କରିଥାନ୍ତି ।

୫. ସୋମବାର ଦିନ ଜନ୍ମ ହୋଇଥିବା ପୁରୁଷଙ୍କ ବ୍ୟବହାର ମହିଳାଙ୍କ ପାଇଁ ବହୁତ ଭଲ ହୋଇଥାଏ । ହେଲେ ସୋମବାର ଦିନ ଜନ୍ମ ହୋଇଥିବା ମହିଳାମାନଙ୍କୁ ପ୍ରେମ ମାମଲାରେ ସାବଧାନ ରହିବା ଦରକାର । କାରଣ ସେମାନଙ୍କୁ ଧୋକା ମିଳିବାର ସମ୍ଭାବନା ଥାଏ ।

୬. ସୋମବାର ଦିନ ଜନ୍ମ ହୋଇଥିବା ଲୋକମାନେ ବହୁତ ଭଲ ଲେଖକ ହୁଅନ୍ତି ।

୭. ଏହି ଦିନରେ ଜନ୍ମ ହୋଇଥିବା ଲୋକମାନେ ଯେ କୌଣସି କାର୍ଯ୍ୟକୁ ବହୁତ ଭଲ ଭାବରେ ଆରମ୍ଭ କରିଥାନ୍ତି, ହେଲେ ଯଦି କାମରେ କୌଣସି ବାଧା ଆସିଥାଏ, ତେବେ ଏମାନେ ସେହି କାମକୁ ଅଧାରୁ ଛାଡି ଦେଇଥାନ୍ତି ।

୮. ଯେଉଁ ମହିଳାଙ୍କ ଜନ୍ମ ସୋମବାର ଦିନ ହୋଇଛି ସେମାନେ ତାଙ୍କ ଜୀବନରେ ଏକ ଭଲ ଜୀବନ ସାଥି ଓ ମା’ ହୋଇଥାନ୍ତି ।

୯. ସୋମବାର ଦିନ ଜନ୍ମ ହୋଇଥିବା ଲୋକମାନଙ୍କୁ ସ୍ଥଳ ପଥରେ ଅଧିକ ଯାତ୍ରା କରିବା ଉଚିତ ନୁହେଁ । ଏହା ତାଙ୍କ ପାଇଁ ମାରାତ୍ମକ ହୋଇପାରେ । ତେଣୁ ଏମାନଙ୍କ ପାଇଁ ଜଳ ପଥରେ ଯାତ୍ରା କରିବା ଅଧିକ ସୁରକ୍ଷିତ ରହେ ।