ଏହି ଶିବ ମନ୍ଦିରର ରହସ୍ୟ ଦେଖି ବୈଜ୍ଞାନିକମାନେ ବି ହେଲେ ଚକିତ, କିଏ ଓ କେମିତି ତିଆରି କଲା ଏହି ରହସ୍ୟମୟ ମନ୍ଦିର ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ

ଆମ ଭାରତରେ ଭଗବାନ ଶିବଙ୍କର ଏମିତି ଏକ ମନ୍ଦିର ଅଛି, ଯାହା ଆଜିବି ସାରା ବିଜ୍ଞାନ ଜଗତକୁ ଦୋହଲାଇ ରଖିଛି । କାରଣ ଏହି ଶିବ ମନ୍ଦିର ଯେତିକି ସୁନ୍ଦର, ଏହାର ଗଠନ ମଧ୍ୟ ସେତିକି ରହସ୍ୟମୟ । ଏହାର ଗଠନ ଓ କଳାକୃତିକୁ ଦେଖି ଏହାକୁ କୌଣସି ସାଧାରଣ ମଣିଷ ନୁହେଁ ବରଂ ଅନ୍ୟ ଦୁନିଆର କୌଣସି ଶକ୍ତି ଏହାକୁ ନିର୍ମାଣ କରିଥିବ ବୋଲି ବୈଜ୍ଞାନିକମାନେ କହି ସାରିଛନ୍ତି । ଆଜି ଆମେ ଭଗବାନ ଶିବଙ୍କ କୈଳାସ ମନ୍ଦିରର ରହସ୍ୟ ବିଷୟରେ ଜାଣିବା ।

ମହାରାଷ୍ଟ୍ରର ଔରଙ୍ଗାବାଦ ଜିଲ୍ଲାରେ ଏଲୋରା ଗୁମ୍ଫାରେ ଅବସ୍ଥିତ ଦୁନିଆର ସବୁଠୁ ରହସ୍ୟମୟ କୈଳାସ ମନ୍ଦିର । ଏହି ମନ୍ଦିର ଆଜିବି ଆଧୁନିକ ଆର୍କିଟେକର ଓ ଇତିହାସକାରଙ୍କ ନିଦ ଉଡେଇ ଦିଏ । ସାଧାରଣ ଭାବେ କୌଣସି ଘର ବା ମନ୍ଦିର ତିଆରି ବେଳେ ଏହାକୁ ତଳୁ ଉପର ଯାଏଁ ଧୀରେ ଧୀରେ ଧୀରେ ଗଢାଯାଏ । କିନ୍ତୁ ଏହି ମନ୍ଦିରକୁ ଉପର ପଟୁ ପାହାଡକୁ କାଟି କାଟି ବନାଯାଇଛି ଓ ଏଥିରେ ଅନ୍ୟ କୌଣସି ସିମେଣ୍ଟ ଅବା ଭିନ୍ନ ପେଷ୍ଟର ବ୍ୟବହାର କରା ଯାଇନାହିଁ ।

ଇତିହାସକାରଙ୍କ ମତାନୁସାରେ ଏହି ମନ୍ଦିରକୁ ନିର୍ମାଣ କରିବା ପାଇଁ ସେହି ପାହାଡରୁ ପ୍ରାୟ ୪ଲକ୍ଷ ଟନ୍ ପଥର ଖଣ୍ଡ ଖୋଦେଇ କରି ବାହାର କରା ଯାଇଥିବ ଓ ମନ୍ଦିର ସଂପୂର୍ଣ୍ଣ ତିଆରି ହେବା ପାଇଁ ୧୮ ବର୍ଷ ସମୟ ଲାଗିଥିବ । ଧରି ନିଅନ୍ତୁ ଯେ କାରିଗରମାନେ ଦିନକୁ ୧୨ଘଣ୍ଟା କାମ କରି ଦିନକୁ ୫ଟନ୍ ପଥର ଖୋଦେଇ କରି ବାହାର କରିଥିଲେ । କେବଳ ସେତିକି ନୁହେଁ ବରଂ ପଥର ଗୁଡିକୁ ଆକାର ମଧ୍ୟ ଦେଇଥିଲେ ।

ଆଜିର ଆଧୁନିକ ଯୁଗରେ ମଧ୍ୟ ଏମିତି କାର୍ଯ୍ୟ କରି ଏତେ ଶୀଘ୍ର ମନ୍ଦିର ନିର୍ମାଣ କରିବା ଅସମ୍ଭବ ଅଟେ । ତେବେ ଭାବନ୍ତୁ କି ହଜାର ହଜାର ବର୍ଷ ତଳେ ନିନା କୌଣସି ଆଧୁନିକ ଜନ୍ତ୍ରର ବ୍ୟବହାର କରି କେମିତି ଏହି ବିଶାଳ ମନ୍ଦିରକୁ ବନା ଯାଇଥିବ । କାରଣ ଏଭଳି ମନ୍ଦିରକୁ ନିର୍ମାଣ କରିବା ପାଇଁ ଅତିକମରେ ଦେଢଶ ବର୍ଷ ସମୟ ଲାଗିଯିବ । ଆଉ ଏକ ପ୍ରଶ୍ନ ହେଉଛି ଯଦି ସେହି ମନ୍ଦିରରୁ ୪ଲକ୍ଷ ଟନ୍ ପଥର ବାହାରିଥିବ ତେବେ ଏହା ସେହି ମନ୍ଦିର ବା ଏଲୋରା ଗୁମ୍ଫାର ଆଖପାଖରେ କେଉଁଠି ଥିବ ।

କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ପୁରା ମହାରାଷ୍ଟ୍ରରେ କେଉଁଠି ମଧ୍ୟ ସେହି ପଥର ଗୁଡିକ ଅନୁସନ୍ଧାନକାରୀଙ୍କୁ ମିଳି ପାରିନାହିଁ । ଏତେ ଓଜନର ଏତେ ଗୁଡିଏ ପଥର ଗଲା କୁଆଡେ ? ନିଶ୍ଚୟ ଏହା ଚକିତ କରିଦେବା ଭଳି ବିଷୟ ଅଟେ । ପୌରାଣିକ କଥା ଅନୁସାରେ ଦେବତାମାନଙ୍କ ପାଖେ ବ୍ରହ୍ମାସ୍ତ୍ର ନାମକ ଏକ ଶକ୍ତିଶାଳୀ ଅସ୍ତ୍ର ଥିଲା । ଯାହାଦ୍ଵାରା ସେମାନେ କୌଣସି ବି ଚଟାଣକୁ କାଟି ଆକାର ଦେଇ ପାରୁଥିଲେ ଓ କଟା ପଥର ଗୁଡିକ ପାଉଁଶ ହୋଇ ଶୂନ୍ୟରେ ଉଡି ଯାଉଥିଲା ।

ଆଜି ପର୍ଯ୍ୟନ୍ତ ଏହି ମନ୍ଦିର କେତେ ବର୍ଷ ପୁରୁଣା କେହି ସଠିକ ଭାବେ କହିପାରନ୍ତି ନାହିଁ । କାରଣ ଏହା ପାହାଡ ଉପରେ ନିର୍ମିତ ଓ ପାହାଡର ବୟସ ମନ୍ଦିରର ବୟସ ଠାରୁ ଆହୁରି ପୁରାତନ ହୋଇଥିବ । ପୌରାଣିକ କଥା ଅନୁସାରେ ଏହି ମନ୍ଦିରକୁ ଅଷ୍ଟ ଶତାବ୍ଦୀରେ ରାଷ୍ଟ୍ରକୂଟ ସାମ୍ରାଜ୍ୟର ରାଜା କୃଷ୍ଣପ୍ରଥମଙ୍କ ଦ୍ଵାରା ନିର୍ମାଣ କରାଯାଇଛି । ମୋଗଲ ଶାସକ ଔରଙ୍ଗଜେବ ହିନ୍ଦୁ ମାନଙ୍କର ଏତେ ବଡ ଭବ୍ୟ ମନ୍ଦିର ଦେଖି ସୈନ୍ୟ ଲଗାଇ ଏହି ମନ୍ଦିରକୁ ଭାଙ୍ଗିବାକୁ ଆଦେଶ ଦେଇଥିଲେ ।

କିନ୍ତୁ ଅନେକ ଦିନଧରି ଭାଙ୍ଗିବା ପରେ ବି ସେମାନେ କିଛି ବିଗାଡି ପାରି ନଥିଲେ ଓ ଫେରି ଯାଇଥିଲେ । ଏହି ମନ୍ଦିର ତଳେ ଅନେକ ସୁଡଙ୍ଗ ରହିଛି ଯାହା କେଉଁଠାକୁ ଯାଇଛି କେହି ମଧ୍ୟ ଜାଣିନାହାନ୍ତି । କୁହାଯାଏ କି ମନ୍ଦିର ତଳେ ଏକ ଗୁପ୍ତ କୋଠରି ଅଛି ଯେଉଁଠି ସେହି ଶକ୍ତିଶାଳୀ ଅସ୍ତ୍ର ରଖାଯାଇଛି, ଯାହା ମାଧ୍ୟମରେ ଏହି ମନ୍ଦିରକୁ ନିର୍ମାଣ କରାଯାଇଛି ।

ତେବେ ଏସବୁ କେବଳ ଆନୁମାନିକ ତଥ୍ୟ ଅଟେ । ଏ ମନ୍ଦିରର ରହସ୍ୟ ଆଜି ପର୍ଯ୍ୟନ୍ତ କେହିବି ଠିକ ଭାବେ ବୁଝି ପାରିନାହାନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲୟକ କରନ୍ତୁ ।