ଜୀବନରେ କେବେନି ଟଙ୍କାର ଅଭାବ ଦେଖିବାକୁ ପାଇବେନି, ଯଦି ଏହି ନିୟମକୁ ଆପଣାଇ ନିଅନ୍ତି – Vastu tips

ପ୍ରତ୍ଯେକ ବ୍ୟକ୍ତି ନିଜ ଜୀବନରେ ସଫଳ ହେବାକୁ ଆଶା ରଖିଥାଏ । ସେଥିପାଇଁ ବ୍ୟକ୍ତିକୁ କଠିନ ପରିଶ୍ରମ କରି ଟଙ୍କା ରୋଜଗାର କରିବାକୁ ପଡିଥାଏ । ହେଲେ କିଛି କ୍ଷେତ୍ରରେ ବ୍ୟକ୍ତି ସଫଳ ହୋଇଥାଏ ତ ଆଉ କିଛି କ୍ଷେତ୍ରରେ ଅସଫଳ ହୋଇଥାଏ । କୌଣସି କାରଣ ବଶତଃ ଯଦି ବ୍ୟକ୍ତି ଟଙ୍କା ରୋଜଗାର କରିବାରେ ବିଫଳ ହୋଇଥାଏ । ତେବେ ସେ ନିରାଶ ହୋଇପଡେ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି ଟିପ୍ସ ବିଷୟରେ କହିବାକୁ ଯାଉଛୁ ଯାହାକୁ ଆପଣାଇ ଆପଣଙ୍କର ଅର୍ଥ ବୃଦ୍ଧି କରିପାରିବେ ।

୧- ଅନେକ ଲୋକ ଟଙ୍କା ଗଣିବା ବେଳେ ଛେପ ଲଗାଇ ଟଙ୍କା ଗଣିଥାନ୍ତି । ଯାହା କରିବା ଉଚିତ ନୁହେଁ । କାରଣ ଏହା ଦ୍ଵାରା ମା ଲକ୍ଷ୍ମୀଙ୍କର ଅପମାନ ହୋଇଥାଏ । ତେଣୁ ଟଙ୍କା ଗଣିବା ବେଳେ ଛେପ ଲଗାଇବା ଅନୁଚିତ ।

୨- ଟଙ୍କା ଗଣିବା ବେଳେ ବାହାର ପଟୁ ନିଜ ଆଡକୁ ଗଣିବା ଉଚିତ । ଯଦି ବାହାର ପଟକୁ ଟଙ୍କା ଗଣତି ତେବେ ମା ଲକ୍ଷ୍ମୀ ଦୂରେଇ ଯାଇଥାନ୍ତି ।

୩- ଯଦି ଆପଣଙ୍କ ପାଖରେ ଚିରା ବା ଫଟା ନୋଟ ରହିଥାଏ । ତେବେ ତାହାର ଅପବ୍ଯବହାର କରନ୍ତୁ ନାହି କି ପୋଫାଡୁନ୍ତୁ ନାହିଁ । ଏହା ଦ୍ଵାରା ମା’ ଲକ୍ଷ୍ମୀଙ୍କର କୋପ ଦ୍ରୁଷ୍ଟି ପଡିଥାଏ । ତେଣୁ ଯଦି ଚିରା ନୋଟ ପାଇଛନ୍ତି ତେବେ ତାହାକୁ ସାଇତି ରଖନ୍ତୁ ।

୪- ମନିପର୍ସରେ ଟଙ୍କା ରଖିବା ବେଳେ ମୋଡିବା ରଖିବା ଅନୁଚିତ । ଟଙ୍କା ରଖିବା ବେଳେ ନୋଟକୁ ସିଧା ଭାବେ ରଖିବା ସହ ସାଇଜ କରି ରଖନ୍ତୁ । ଯଦି ଗୋଟିଏ ମନିପର୍ସ ଅଧିକ ଦିନ ଯାଏଁ ବ୍ୟବହାର କରାଯାଏ ତେବେ ଅର୍ଥ ରୋଜଗାର କରିବାରେ ବାଧା ସୃଷ୍ଟି ହୋଇଥାଏ । ପୁରୁଣା ପର୍ସକୁ ଅଶ୍ଵସ୍ତ ଗଛ ତଳେ ପୋଫାଡିବା ଉଚିତ ।

୫- ଆପଣ ଯେଉଁ ଜାଗାରେ ଟଙ୍କା ରଖନ୍ତି ଅର୍ଥାତ ଆଲମାରି ବା ସିନ୍ଧୁକରେ ଟଙ୍କା ରଖୁଥିଲେ, ଟଙ୍କା ରଖୁଥିବା ସ୍ଥାନକୁ ବର୍ଷକୁ ଥରେ ଗଙ୍ଗାଜଳରେ ଧୋଇବା ଉଚିତ । ଏହା ଦ୍ଵାରା ଅର୍ଥ ବୃଦ୍ଧି ହୋଇଥାଏ ।

୬- ଆପଣ ଯେଉଁ ଜାଗାରେ ଟଙ୍କା ରଖୁଛନ୍ତି ସେହି ସ୍ଥାନକୁ ସଫା ସୁତୁରା ରଖନ୍ତୁ ଏବଂ କେବେବି ପଇସାକୁ ଏଣେତେଣେ ଫିଙ୍ଗିବା ଉଚିତ ନୁହେଁ । ମଙ୍ଗଳବାର ଦିନ କରଜ କରିବା ଅନୁଚିତ କିନ୍ତୁ ଏହି ଦିନ ଟଙ୍କା ସୁଝିଲେ ବହୁତ ଭଲ ହୋଇଥାଏ ।

୭- ଶ୍ରୀଜନ୍ତ୍ର ଓ ନାଲି କପଡାରେ ବନ୍ଧା ହୋଇଥିବା ନଡିଆ ରଖିଲେ ଅର୍ଥ ବୃଦ୍ଧି ହୋଇଥାଏ । ଯଦି ଗୁରୁବାର ଦିନ କୌଣସି କଏନ ବା ମୁଦ୍ରା ପାଇଥିବେ ତେବେ ତାହାକୁ ଅନ୍ୟକୁ ନ ଦେଇ ନାଲି କପଡାରେ ବାନ୍ଧି ଟଙ୍କା ଥିବା ଜାଗାରେ ରଖିଲେ ଅର୍ଥ ବୃଦ୍ଧି ହୋଇଥାଏ ।

୮- ଅନ୍ୟ ଠାରୁ ଟଙ୍କା କରଜ ଆଣିବା ଉଚିତ ନୁହେଁ । ଯଦି ଆବଶ୍ୟକ ରହିଛି ତେବେ ଟଙ୍କା ଆଣି ଯେତେ ଜଲ୍ଦି ସୁଝିବା ଠିକ ହୋଇଥାଏ । ଅନାବଶ୍ୟକ ଭାବେ ଟଙ୍କା ଖର୍ଚ୍ଚ କରିବା ଅନୁଚିତ ।

ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଲାଇକ୍ ଓ ଶେୟାର କରନ୍ତୁ । ଧନ୍ୟବାଦ