ଏହି ସୁନ୍ଦର ଝିଅଟିର କାରନାମା ଦେଖିଲେ ଉଡିଯିବ ଆପଣଙ୍କ ହୋସ, ଦେଖନ୍ତୁ

ସମସ୍ତ ମଣିଷର ନିଜ ନିଜର ସଉକ ଥାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ଏମିତି ଯୁବତୀଙ୍କ ବିଷୟରେ କହିବାକୁ ଯାଉଛୁ, ଯିଏ ଏକ ଅଲଗା ପ୍ରକାର ସଉକ ରଖିଛନ୍ତି । ରୁସରେ ରହୁଥିବା ଏଂଜେଲା ନିକୋଲୋଙ୍କର ସଉକ ଆଜି ଦୁନିଆରେ ଚର୍ଚ୍ଚାର ବିଷୟ ହୋଇଯାଇଛି । ଏହି ଯୁବତୀ ଜଣକ ନିଜର ସଉକୁ ପୁରା କରିବା ପାଇଁ ନିଜ ଜୀବନର ବି ଜୁଆ ଖେଳନ୍ତି ।୨୬ ବର୍ଷର ଏଂଜେଲା ନିକୋଲୋଙ୍କୁ ଫଟୋ ଉଠାଇବାର ବହୁତ ସଉକ ଅଛି ।

କିନ୍ତୁ ଏହା କୌଣସି ସାଧାରଣ ଫଟୋ ହୋଇ ନଥାଏ ସେ ବଡ ବଡ ବିଲଡିଙ୍ଗର ଶୀର୍ଷକୁ ଯାଇ ନିଜର ଜୀବନକୁ ସଙ୍କଟରେ ପକାଇ ନିଜର ଫଟୋ ଉଠାଇଥାନ୍ତି । ଏଂଜେଲା ନିକୋଲୋଙ୍କୁ ଦୁନିଆର ସବୁଠୁ ଉଚ୍ଚ ବିଲଡିଙ୍ଗରେ ଓ ଟାୱର୍ସର ଶୀର୍ଷ ସ୍ଥାନରେ ନିଜର ଫଟୋ ଉଠାଇବାର ସଉକ ଅଛି । ତାଙ୍କର ଏହି ସଉକ ଏତେ ଭୟାନକ ଅଟେ କି ଲୋକମାନେ ଏହାକୁ ଦେଖି ଡରି ଯାଆନ୍ତି ।

ଏଂଜେଲା ଦୁନିଆର ନୂଆ ନୂଆ ଜାଗାକୁ ଯାଇ ଉଚ୍ଚ ଉଚ୍ଚ ଜାଗାକୁ ଖୋଜି ସେଠି ଚଢି ନିଜର ସେଲ୍ଫୀ ନିଅନ୍ତି । ଏହା ପରେ ସେହି ଫଟୋ ଗୁଡିକୁ ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ଶେୟାର କରି ଦିଅନ୍ତି । ଏଂଜେଲା ବଡ ବଡ ବିଲଡିଙ୍ଗ ଉପରେ ଚଢି କେବଳ ଫଟୋ ଉଠାନ୍ତି ନାହିଁ, ଏହା ଛଡା ସେ ସେଠାରେ ଯୋଗ ଓ ଭିନ୍ନ ଭିନ୍ନ ପ୍ରକାରର ଷ୍ଟଣ୍ଟ ବି କରନ୍ତି ।

ଏହି କରାନାମା ଦେଖି ଯେଉଁଠି ଲୋକମାନଙ୍କର ଅବସ୍ଥା ଖରାପ ହୋଇଯାଏ କିନ୍ତୁ ଏହିଭଳି ଜୋଖିମ ଭରା କାମ ଦ୍ଵାରା ଏଂଜେଲାଙ୍କୁ କୌଣସି ଫରକ ପଡେ ନାହିଁ । କାରଣ ଉଚ୍ଚ ସ୍ଥାନରେ ଫଟୋ ଉଠାଇବାର ସଉକ ଦିନକୁ ଦିନ ବଢିବାରେ ଲାଗିଛି । ଏଂଜେଲାଙ୍କର ଏହି କାରନାମାକୁ ରୂଫଟପିଂଗ କୁହାଯାଏ । ଏହିଭଳି କାମ କରୁଥିବା ଲୋକମାନେ ପ୍ରାୟତଃ ନିଜର ଜୀବନ ହରାଇ ବସନ୍ତି । କିନ୍ତୁ ଏଂଜେଲାଙ୍କୁ ଏହିଭଳି କରିବାକୁ ବିଲକୁଲ ବି ଡର ଲାଗେ ନାହିଁ ।

ଏଂଜେଲାଙ୍କର ଇଂଷ୍ଟାଗ୍ରାମରେ ୫.୬ ଲକ୍ଷ ଲୋକ ଫଲୋୱର୍ସ  ଅଛନ୍ତି । କହିଦେଉଛୁ କି ଏଂଜେଲା ନିକୋଲୋଙ୍କର ପିତା ମସ୍କୋ ଏକ ସର୍କସରେ ଥିଲେ । ପିଲାବେଳୁ ହିଁ ତାଙ୍କର ପିତା ତାଙ୍କୁ ଏଥିପାଇଁ ଟ୍ରେନିଙ୍ଗ ଦେଇଛନ୍ତି ।