ଏହି ଗାଁରେ ଜନ୍ମ ହେଉଥିବା ସବୁ ଝିଅ କିଛି ସମୟ ପରେ ହୋଇ ଯାଆନ୍ତି ପୁଅ, ବୈଜ୍ଞାନିକମାନେ ବି ମାନିଲେ ଏହାକୁ ‘ଚମତ୍କାର’

ଆଜି ଆମେ ଆପଣଙ୍କୁ କିଛି ନୂଆ କହିବାକୁ ଯାଉଛୁ । ଯାହା ଉପରେ ବୋଧେ ଆପଣଙ୍କୁ ବିଶ୍ଵାସ ହେବ ନାହିଁ । କହିବାକୁ ଗଲେ କୈରେବିୟାଈ ଦେଶରେ ଏକ ଗ୍ରାମ ଏମିତି ଅଛି, ଯେଉଁଠି ଲୋକମାନେ ଏକ ଅଜବ ଗଜବ ରୋଗରେ ପୀଡିତ ଅଛନ୍ତି । ଏହା ଏକ ଏମିତି ରୋଗ ଅଟେ ଯେଉଁଠି ୧୨ ବର୍ଷର ଝିଅ ମନକୁ ମନ ପୁଅ ହୋଇଯାଆନ୍ତି ।

ଦୁନିଆର କୈରେବିୟାଈ ଦେଶର ଏକ ଗ୍ରାମରେ ହେଉଥିବା ଏହିଭଳି ରହସ୍ୟମୟୀ ଘଟଣା, ଯେଉଁଠି ଝିଅ ଜନ୍ମ ହେବା ସମୟରେ ପୁରାପୁରି ଝିଅର ଶରୀର ଥାଏ, କିନ୍ତୁ ଯେମିତି ହିଁ ସେ ୧୨ ବର୍ଷର ହୋଇଯାଏ ସେ ପୂରା ବଦଳିଯାଏ ।

ଏହି କୈରେବିୟାଈ ଦେଶରେ ଡୋମିନିକନ ରିପବ୍ଲିକ ନାମକ ଏକ ଛୋଟ ଗ୍ରାମ ଅଛି ଯେଉଁଠି ଏହିଭଳି ଘଟଣା ହୋଇଥାଏ । ଏହା ଏକ ଅଜବ ଗଜବ ରୋଗ ଅଟେ । ଆଶ୍ଚର୍ଯ୍ୟ ହୁଅନ୍ତୁ ନାହିଁ ଏହା ବିଲକୁଲ ସତ ଅଟେ । ଲାସେଲିନାସ ନାମକ ଗ୍ରାମର ଲୋକମାନେ ଏହି ରୋଗରେ ପୀଡିତ ଅଛନ୍ତି । କହିବାକୁ ଗଲେ ଏହି ରୋଗରେ ପୀଡିତ ଥିବା ପିଲାମାନଙ୍କୁ ସମାଜ ବହୁତ ନିଚ୍ଚ ନଜରରେ ଦେଖେ । ତାଙ୍କୁ ସମାଜରେ ଘୃଣା କରାଯାଏ । ଏହି ପିଲାମାନଙ୍କୁ ‘ଗ୍ୱେଦୋଚେ’ ନାମରେ ବି ଡକାଯାଏ । ଯାହାର ସାମାନ୍ୟ ଅର୍ଥ କିନ୍ନର ପାଇଁ ବ୍ୟବହାର ହୋଇଥାଏ ।

ଯଦି ଚିକିଶ୍ଚକ ମାନଙ୍କର ମାନିବେ ତେବେ ଏହି ରୋଗ ଏକ ଅନୁବଂଶିକ ବିକାର ଅଟେ ଓ ସ୍ଥାନୀୟ ଭାଷାରେ ଏହା ଦ୍ଵାରା ଗ୍ରସିତ ପିଲାମାନଙ୍କୁ ‘ସୂଡୋହର୍ମାଫ୍ରଡାଇଟ’ କୁହାଯାଏ । ଏହି ରୋଗରେ ଜନ୍ମ ହୋଇଥିବା କିଛି ପିଲାମାନଙ୍କର ଶରୀର ଧୀରେ ଧୀରେ ପୁରୁଷଙ୍କ ଭଳି ହୋଇ ଯାଏ ଓ ସେମାନଙ୍କର ଆବାଜ ବି ଭାରି ହୋଇଯାଏ ।

ଏହା ଏକ ଦୁର୍ଲଭ ରୋଗ ଅଟେ । ଯାହାକି ଗ୍ରାମର ୯୦ ଜଣ ଲୋକଙ୍କ ମଧ୍ୟରୁ ଜଣଙ୍କୁ ନିଜର ଶିକାର କରିଥାଏ । ଏମିତି କୁହାଯାଏ କି ଏହି ପିଲାମାନଙ୍କ ମଧ୍ୟରେ ହର୍ମୋନାଲ ଏଂଜାଇମ କମ ହୋଇଥାଏ ଯାହା ଦ୍ଵାରା ସେମାନେ କୌଣସି ବି ସ୍ତ୍ରୀ ଓ ପୁରୁଷ ଅଙ୍ଗ ବିନା ଜନ୍ମ ହୋଇଥାନ୍ତି । ଏହି ରୋଗରେ ଜନ୍ମ ହୋଇଥିବା ଶିଶୁମାନେ ସବୁବେଳେ ସମାଜରୁ ଦୂରେଇ ରୁହନ୍ତି ।

ଏହି ରୋଗ ବର୍ତ୍ତମାନ ଏଠିକାର ଲୋକମାନଙ୍କ ପାଇଁ ପୀଡ଼ାଦାୟି ହୋଇଯାଇଛି । ଏହି ରୋଗରେ ଯେଉଁ ଶିଶୁ ଶିକାର ହୋଇଥାଏ ତାଙ୍କର ୧୨ ବର୍ଷ ବୟସରେ ଲିଙ୍ଗ ଓ ଅଣ୍ଡାକୋଶ ବିକଶିତ ହୋଇଯାଏ ଯାହାକି ତାଙ୍କର ପୁଅ ହେବାର ମୁଖ୍ୟ କାରଣ କୁହାଯାଏ । ବିଶେଷଜ୍ଞମାନଙ୍କର ଏହି ମାମଲାରେ କହିବା ଅଟେ କି ଏହା ଏକ ପ୍ରକାରର କାର୍ବୟୋଲାଜିକଲ ଡିସ ଅର୍ଡର ଅଟେ । ଯାହାକୁ ସୂଡୋହର୍ମାଫ୍ରଡାଇଟ କୁହାଯାଏ ।