ଏମିତି ପ୍ରବଳ ଖରାରେ ବି ସ୍କୁଟରରେ ବୁଲି ଲୋକମାନଙ୍କର ଶୋଷ ମେଣ୍ଟାଉଛନ୍ତି ଏହି ବୟସ୍କ ବୃଦ୍ଧ ବ୍ୟକ୍ତି, ଏହା ପଛର କାରଣ ଜାଣିଲେ ଆପଣ ବି ତାଙ୍କ ପରି କରିବାକୁ ଚାହିଁବେ

ବର୍ତ୍ତମାନ ଦିନରେ ଗରମର ପାରଦ ଆକାଶକୁ ସ୍ପର୍ଶ କରୁଛି । ଏହି ଗରମ ଦିନରେ ବାହାରକୁ ବାହାରିବା ପାଇଁ ବି ଭଲ ଲାଗେ ନାହିଁ । ଏହା ଛଡା ଯେତେବେଳେ ଆପଣ ଗରମ ଦିନରେ ବାହାରକୁ ଯାଉଛନ୍ତି ତେବେ ଆପଣଙ୍କୁ ଡିହାଈଡ୍ରେସନର ବି ଡର ରହିଥାଏ । ସେଥିପାଇଁ ଆପଣଙ୍କୁ ସମୟ ସମୟରେ ପାଣି ପିଇବା ଇଚିତ । ଯାହା ଦ୍ଵାରା ଶରୀରରେ ପାଣିର ମାତ୍ରା କମ ନ ହେବ ।

ଏମିତିରେ ଆପଣମାନେ ଦୋକାନରୁ ପାଣି କିଣି କରି ପିଇଥାନ୍ତି । ପୂର୍ବ ଜମାନାରେ ପାଣି ପିଆଇବାକୁ ଧର୍ମର କାମ ବୋଲି କୁହାଯାଉଥିଲା । କିନ୍ତୁ ବର୍ତ୍ତମାନ ସମୟରେ ଟଙ୍କା ବିନା କିଛି ମିଳେ ନାହିଁ ।

କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ଏମିତି ବୟସ୍କ ସର୍ଦ୍ଦାରଙ୍କ ସହ ଦେଖା କରାଇବାକୁ ଯାଉଛୁ ଯିଏକି ଗରମ ମୌସମରେ ବି ଦିଲ୍ଲୀର ରାସ୍ତା ଉପରେ ଫ୍ରୀ ରେ ପାଣି ଦେଉଛନ୍ତି । ଏହି ସର୍ଦ୍ଦାରଙ୍କ ପାଖରେ ନିଜର ଏକ ସ୍କୁଟର ଅଛି । ଏହି ସ୍କୁଟର ଉପରେ ସେ ପାଣିର ଛୋଟ ଛୋଟ କ୍ୟାନ ରଖି ରାସ୍ତାରେ ଆସୁଥିବା ଯାଉଥିବା ଲୋକମାନଙ୍କୁ ପାଣି ପିଇବାକୁ ଦେଉଛନ୍ତି ।

ସର୍ଦ୍ଦାରଙ୍କର ଏହି କାମ ବର୍ତ୍ତମାନ ଇଣ୍ଟରନେଟରେ ବହୁତ ଭାଇରାଲ ହେଉଛି । କେହି ଜଣେ ତାଙ୍କର ଏହି ପାଣି ସେବାର ଏକ ଭିଡିଓ କରି ଇଣ୍ଟରନେଟରେ ଅପ୍ଲୋଡ କରିଦେଇଛି । ବର୍ତ୍ତମାନ ଏହ ଭିଡିଓକୁ ବହୁତ ଲାଇକ୍ସ ଓ କମେନ୍ଟ ମିଳୁଛି ।

ଭିଡିଓରେ ଆପଣ ଦେଖି ପାରିବେ କି ଜଣେ ସର୍ଦ୍ଦାର ରାସ୍ତାରେ ନିଜର ସ୍କୁଟରରେ ପାଣି ନେଇ ଛିଡା ହୋଇଛି । ଏହି ସମୟରେ ସେଠାରେ ଏକ ବସ ଆସୁଛି ଯେଉଁଥିରେ ବସିଥିବା ଯାତ୍ରୀମାନଙ୍କୁ ସେ ପାଣି ପିଇବାକୁ ଦେଉଛନ୍ତି । ଏହା ଛଡା ଆଖପାଖରେ ଯାଉଥିବା ଲୋକମାନେ ବି ତାଙ୍କ ଠାରୁ ବୋତଲରେ ପାଣି ଭର୍ତ୍ତି କରି ନେଇ ଯାଉଛନ୍ତି ।

ସର୍ଦ୍ଦାରଙ୍କର ଏହି କାମକୁ ସୋସିଆଲ ମିଡିଆରେ ବହୁତ ପ୍ରଶଂସା କରାଯାଉଛି । ଯେଉଁ ଗରମ ଯୋଗୁ ଲୋକମାନେ ଘରୁ ବାହାରିବାକୁ ପସନ୍ଦ କରନ୍ତି ନାହିଁ, ସେହି ଗରମରେ ସର୍ଦ୍ଦାର ବିନା କୌଣସି ସ୍ଵାର୍ଥରେ ଲୋକମାନଙ୍କର ସେବା କରୁଛନ୍ତି ।

ଏହି ସର୍ଦ୍ଦାର ଆମ ସମସ୍ତଙ୍କ ପାଇଁ ଏକ ପ୍ରେରଣା ଅଟନ୍ତି । ଆମକୁ ବି ବେଳେ ବେଳେ ବିନା ନିଜ ବିଷୟରେ ଚିନ୍ତା କରି ଅନ୍ୟ ବ୍ୟକ୍ତିମାନଙ୍କୁ ସାହାର୍ଯ୍ୟ କରିବା ଉଚିତ । ପୁଣି ପାଣି ପିଆଇବା ତ ଏକ ପୂଣ୍ୟ କାମ ଅଟେ । ସେଥିପାଇଁ ଯଦି ଆପଣଙ୍କୁ କେବେ ବି ଚାନ୍ସ ମିଳୁଛି ତେବେ ରାସ୍ତାରେ ଯାଉଥିବା ଲୋକଙ୍କୁ ପାଣି ଦିଅନ୍ତୁ ।

https://www.facebook.com/100007237748996/videos/2306271582957411/

ଆଶାକରୁଛୁ ସର୍ଦ୍ଦାରଜିଙ୍କର ଏହି କାମ ଆପଣଙ୍କୁ ନିଶ୍ଚିତ ପ୍ରେରିତ କରିବ । ତାଙ୍କ ପାଇଁ ଗୋଟେ ସେଆର କରନ୍ତୁ । ଆଗକୁ ଏମିତି ଅନେକ ପ୍ରେରଣାଦାୟକ ଲେଖାଗୁଡିକ ପାଇଁ ଓଡିଆ ଫାଷ୍ଟ ପେଜକୁ ଏବେହିଁ ଲାଇକ କରନ୍ତୁ । ଧନ୍ୟବାଦ ।