ଏହି ଗାଁରେ ଜଳୁଛି ରହସ୍ୟମୟ ଦୀପ, ଯେତେ ଝଡ ତୋଫାନ ହେଲେ ବି ଆଜି ଯାଏଁ କେବେବି ଲିଭିନି ଏହି ଦୀପ !

ଯେତେ ଝଡବର୍ଷା ଓ ତୋଫାନ ହେଲେ ବି ଏଠି ଜଳୁଥିବା ଦୀପ କେବେବି ଲିଭେନି । ଦେବଗଡ ଜିଲ୍ଲା ରିୟାମାଳ ବ୍ଲକ କୁଣ୍ଢେଇକୁଳା ଥାନାରେ ଏମିତି ଏକ ଗୁମ୍ଫା ରହିଛି । ଏହି ଗୁମ୍ଫାର ନାମ ହେଉଛି କାଞ୍ଜିଆମ ଗୁମ୍ଫା । ହଜାର ହଜାର ବର୍ଷ ତଳର କିମ୍ବଦନ୍ତୀ ଆଜି ବି ଏଠି ରହସ୍ୟମୟ ହୋଇ ରହିଛି । ଲୋକଙ୍କ ଦ୍ଵାରା ପ୍ରଚଳିତ କଥାନୁସାରେ ଧର୍ମରାଜ ଯୁଧିଷ୍ଠିର ଦୟାଦ ପରୀକ୍ଷିତଙ୍କୁ ରାଜ୍ଯଭାର ଅର୍ପଣ କରି ଚାରି ଭାଇ ଓ ଦ୍ରୌପଦୀଙ୍କ ସହ ଭାରତର ପୂର୍ବ ଦିଗକୁ ବାହାରିଥିଲେ ।

ସେମାନେ ଯାଇ ଭାରତର ପ୍ରାଚୀନ କାଳର ପାଦଦେଶରେ ପହଞ୍ଚିଥିଲେ । ଏହାପରେ ଉତ୍ତର ଦିଗକୁ ଯିବା ପାଇଁ ଆଉଳି ନଦୀ ପାର ହେଉଥିବା ବେଳେ ପ୍ରବଳ ଘଡଘଡି ସହ ବର୍ଷା ପବନ ହୋଇଥିଲା । ଏଥିରୁ ରକ୍ଷା ପାଇବା ପାଇଁ ସେମାନେ ନିକଟସ୍ଥ ଘନ ଜଙ୍ଗଲ ଭିତରକୁ ଯାଇ ଭଗବାନ ଶ୍ରୀକୃଷ୍ଣଙ୍କୁ ଦୀପ ଜାଲି ପ୍ରାର୍ଥନା କରିଥିଲେ । ଆଉ କିମ୍ବଦନ୍ତୀ ଅନୁସାରେ କାଞ୍ଜିଆମ ଗୁମ୍ଫାରେ ଥିବା ଦୀପଟି ସେହି ଦୀପ ବୋଲି ମାନାଯାଏ ।

ଏହି ଦୀପଟି ଆଜି ପର୍ଯ୍ୟନ୍ତ ଲିଭିନି । ଗୁମ୍ଫାରେ ଆଜି ବି କିଛି ପ୍ରାମାଣିକ ହିସାବରେ ଭୀମଙ୍କ ପାଦଚିହ୍ନ ଓ ହସ୍ତ ଚିହ୍ନ ରହିଛି । ଗୁମ୍ଫା ଭିତରକୁ ପ୍ରବେଶ କରିବା ପାଇଁ ବିଭିନ୍ନ ନକ୍ସା ଓ ଲେଖନୀ ରହିଛି । ଗୁମ୍ଫା ଭିତରେ ଆଜି ବି ପୋଖରୀ ଫଳ ଗଛ ଓ ଆଶ୍ରୟସ୍ଥଳୀ ରହିଥିବା ଶୁଣିବାକୁ ମିଳୁଛି ।

ଭୀଷଣ ବର୍ଷା, ଘଡଘଡି ଓ ପବନରୁ ରକ୍ଷା ପାଇବା ପାଇଁ ବିଭିନ୍ନ ପ୍ରକାର ହିଂସ୍ର ଜନ୍ତୁଙ୍କ ନାମରେ ଗାଁ ସବୁ ରହିଛି । କାହିଁକି ନା ଧର୍ମରାଜ ଯୁଧିଷ୍ଠିରଙ୍କ ଆଦେଶରେ ଭୀମ ଗାଁ ସବୁ ତିଆରି କରିଛନ୍ତି । ଯେଉଁ ଗ୍ରାମରେ ଯେଉଁ ଜନ୍ତୁ ଆଶ୍ରୟ ନେଇଥିଲେ ସେହି ଗାଁ ର ନାମ ସେହି ଜୀବଜନ୍ତୁଙ୍କ ନାଁରେ ରହିଛି । ଯେମିତିକି ଭାଲୁଗ୍ରାମ, ବାଦୁଡି ଗ୍ରାମ, ଝିଙ୍କି ଗ୍ରାମ, ହାତୀଗ୍ରାମ, ବାଘଗ୍ରାମ, କାଞ୍ଜିଆମ ଗ୍ରାମ ଆଦି 18 ଖଣ୍ଡ ଗାଁର ନାଁ ରହିଛି ।

ଏହି ସ୍ଥାନକୁ ପର୍ଯ୍ୟଟନ ସ୍ଥଳରେ ପରିଣତ କରିବା ସହ ମୌଳିକ ସୁବିଧା ଏବଂ ଲେଖନୀ ନକ୍ସା ହିସାବରେ ଖୋଜି ବାହାର କରିଲେ ଏଠାରେ ଥିବା ରହସ୍ୟ ଉନ୍ମୋଚନ ହୋଇ ପାରନ୍ତା ବୋଲି ସ୍ଥାନୀୟ ଲୋକେ କୁହନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।