ଗରୁଡ ପୁରାଣ ଅନୁସାରେ ଏହି ୪ ଟି ଅଭ୍ୟାସ ହୋଇଥାଏ ଜୀବନରେ ସବୁ ଦୁଃଖର କାରଣ, ଏଥିରୁ ବଞ୍ଚିବା ନିହାତି ଜରୁରୀ

ଗରୁଡ ପୁରାଣର ଆଚାରକାଣ୍ଡରେ ଏମିତି ଚାରୋଟି କଥା କୁହାଯାଇଛି ଯାହାକି କୌଣସି ବ୍ୟକ୍ତିର ଜୀବନକୁ ନଷ୍ଟ କରି ପାରିବ । ଗରୁଡ ପୁରାଣ ଅନୁସାରେ ଯେଉଁ ଲୋକମାନଙ୍କ ଭିତରେ ଏହି ଚାରୋଟି ଅଭ୍ୟାସ ରହିଥାଏ ସେମାନେ ଜୀବନରେ କେବେ ବି ସଫଳତା ପାଆନ୍ତି ନାହିଁ । ସେଥିପାଇଁ ଗରୁଡ ପୁରାଣ ଅନୁସାରେ ଏହି ଚାରୋଟି ଅଭ୍ୟାସକୁ ତୁରନ୍ତ ତ୍ୟାଗ କରି ଦିଅନ୍ତୁ । ଆଜି ଆମେ ଆପଣଙ୍କୁ ଗରୁଡ ପୁରାଣରେ କୁହାଯାଇଥିବା ସେହି ଚାରୋଟି ଅଭ୍ୟାସ ବିଷୟରେ କହିବାକୁ ଯାଉଛୁ ।

ତୁରନ୍ତ ତ୍ୟାଗ କରି ଦିଅନ୍ତୁ ଏହି ଅଭ୍ୟାସ ଗୁଡିକ, ନ ହେଲେ ଜୀବନ ହୋଇଯିବ ବର୍ବାଦ

ନିଜ ଉପରେ ଗର୍ବ କରିବା

କେତେକ ଲୋକମାନଙ୍କୁ ନିଜ ଉପରେ ବହୁତ ଗର୍ବ ହୋଇଥାଏ ଓ ଏହି ଗର୍ବ କାରଣରୁ ସେ ଅନ୍ୟ ଲୋକମାନଙ୍କୁ ନିଜ ଠାରୁ ନିଚ୍ଚ ବୋଲି ଭାବନ୍ତି । ଏହିଭଳି ଲୋକମାନେ ଚାରିଆଡେ ନିଜର ପ୍ରଶଂସା କରିବାରେ ଲାଗିଥାନ୍ତି । ଗରୁଡ ପୁରାଣ ଅନୁସାରେ ଯେଉଁ ଲୋକମାନଙ୍କ ଭିତରେ ଗର୍ବ ଥାଏ ସେମାନଙ୍କ ଉପରେ ପାପ ଚଢିଥାଏ ଓ ସେ ଦିନେ ନା ଦିନେ ତାହାର ଦଣ୍ଡ ନିଶ୍ଚିତ ଭୋଗ କରିଥାନ୍ତି ।

ଅନ୍ୟର ସଫଳତା ଉପରେ ଈର୍ଷା କରିବା

ଯେଉଁ ଲୋକମାନେ ନିଜ ଆଖପାଖରେ ଥିବା ଲୋକମାନଙ୍କର ସଫଳତା ଉପରେ ଈର୍ଷା କରିଥାନ୍ତି ସେହି ଲୋକମାନଙ୍କର ଏହି ଅଭ୍ୟାସ ତାଙ୍କୁ ବର୍ବାଦ କରି ଦେଇଥାଏ । ଗରୁଡ ପୁରାଣ ଅନୁସାରେ ଆମେ ଯେତେବେଳେ କୌଣସି ବ୍ୟକ୍ତିର ସଫଳତା ଉପରେ ଈର୍ଷା କରିଥାଉ ତେବେ ଆମର ମାନସିକ ଚିନ୍ତା ବଢିଯାଏ । ଏହି କାରଣରୁ ଜୀବନରେ ଶାନ୍ତି ରୁହେ ନାହିଁ । ସେଥିପାଇଁ ବ୍ୟକ୍ତିକୁ ଅନ୍ୟର ସଫଳତା ଉପରେ ଈର୍ଷା କରିବା ଓ ନିଜର ତୁଳନା ଅନ୍ୟ କାହା ସହିତ କରିବା ଉଚିତ ନୁହେଁ ।

ଅନ୍ୟର ଧନ ଉପରେ ନଜର ରଖିବା

ଜୀବନରେ କେବେ ବି ଅନ୍ୟ ବ୍ୟକ୍ତିର ଧନ ଉପରେ ନଜର ପକାଇବା ଉଚିତ ନୁହେଁ । ଅନ୍ୟ ବ୍ୟକ୍ତିର ଧନ ଉପରେ ନଜର ଦେବା ଓ ଅନ୍ୟ ବ୍ୟକ୍ତିର ଧନକୁ ନିଜର କରିବା ବହୁତ ବଡ ବିଶ୍ଵାସଘାତକତା ହୋଇଥାଏ । ଗରୁଡ ପୁରାଣ ଅନୁସାରେ ଏହିଭଳି ଲୋକମାନଙ୍କ ଉପରେ ପାପ ଚଢିଥାଏ ଓ ସେମାନଙ୍କର ଜୀବନ ଦୁଃଖରେ ଭକଟିଥାଏ ।

ଅନ୍ୟ ବ୍ୟକ୍ତି ମାନଙ୍କର ଖରାପ ଚିନ୍ତା କରିବା

କାହାର ବି ଖରାପ ଚିନ୍ତା କରନ୍ତୁ ନାହିଁ କି ଅନ୍ୟ ଲୋକମାନଙ୍କ ବିଷୟରେ ଖରାପ କଥା କୁହନ୍ତୁ ନାହିଁ । ଗରୁଡ ପୁରାଣ ଅନୁସାରେ ଯେଉଁ ଲୋକମାନେ ଅନ୍ୟର ଖରାପ ଚିନ୍ତା କରନ୍ତି ସେମାନେ ବି ପାପର ଭାଗୀଦାରୀ ହୋଇ ଯାଆନ୍ତି । ଯଦି ଆପଣଙ୍କର ବି ଏହିଭଳି ଅଭସ୍ୟା ଅଛି ତେବେ ଏହି ଅଭ୍ୟାସରୁ ଦୂରେଇ ଯାଆନ୍ତୁ ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।