“ଏହି କେସ୍ ରେ Anubhav Mohanty ପୀଡିତ, ସେ ସବୁବେଳେ ଜଷ୍ଟିସ ପାଇଁ…” ଦେଖନ୍ତୁ Varsha-Anubhav ମାମଲାରେ ଚାଞ୍ଚଲ୍ୟକର ରାୟ ଦେଲେ ଆଡଭୋକେଟ Monalisa

ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଓ ସାଂସଦ ଅନୁଭବ ମହାନ୍ତିଙ୍କ ବିବାଦର ନିଆଁ କୁହୁଳି କୁହୁଳି ଦିନକୁ ଦିନ ବଡ ହେବାରେ ଲାଗୁଛି ସିନା ଲୁଭିବାର ନାଁ ନେଉନି । ଗତ ଦୁଇ ବର୍ଷ ଧରି ଉଭୟ ଓଲିଉଡ ଷ୍ଟାର ନିଜ ବୈବାହିକ ବିବାଦକୁ ନେଇ ଚର୍ଚ୍ଚାରେ ରହି ଆସୁଛନ୍ତି । ବିବାହର ୮ ବର୍ଷ ହୋଇଥିଲେ ମଧ୍ୟ ଅନୁଭବ ବର୍ଷାଙ୍କ ସହ କୌଣସି ଶାରୀରିକ ସମ୍ପର୍କ ସ୍ଥାପନ କରି ନଥିବା କହିବା ସହ ବର୍ଷାଙ୍କ ଠାରୁ ସେ ଡିଭୋର୍ସ ପାଇଁ ଆବେଦନ କରିଥିଲେ ।

ବର୍ଷା କିନ୍ତୁ ଅନୁଭବଙ୍କ ଡିଭୋର୍ସ ଦେବାକୁ ମନା କରିବା ସହ ଅନୁଭବଙ୍କ ଦିଲ୍ଲୀ ବାନ୍ଧବୀ ତାଙ୍କ ଡିଭୋର୍ସର କାରଣ ବୋଲି ଦର୍ଶାଇଥିଲେ। ଯେଉଁଥି ପାଇଁ ସେ ସ୍ଵାମୀଙ୍କୁ ବାଟକୁ ଆଣିବାକୁ ଚାହାନ୍ତି ଓ ସ୍ଵାମୀଙ୍କ ସହ ରହିବାକୁ ଚାହାନ୍ତି ବୋଲି କୋର୍ଟଙ୍କୁ ଜଣାଇଥିଲେ । ଏହି ଘଟଣାକୁ ଦୁଇ ବର୍ଷ ହୋଇ ଯାଇଥିଲେ ମଧ୍ୟ ସେମାନଙ୍କ ବିବାଦର ସମାଧାନ ହୋଇନାହିଁ । ବରଂ ସେଥିରେ ଗୋଟିଏ ପରେ ଗୋଟିଏ ପୃଷ୍ଠା ଯୋଡି ହେବାରେ ଲାଗିଛି । ଏନେଇ କିଛିଦିନ ଧରି ଆଡଭୋକେଟ ମୋନାଲିସା ନିଜ ମତ ରଖି ଆସୁଛନ୍ତି ।

ତାଙ୍କ କହିବା ଅନୁଯାୟୀ ଘରୋଇ ହିଂସା ଆକ୍ଟ ମହିଳା ମାନଙ୍କ ସୁରକ୍ଷା ନିମନ୍ତେ କରା ଯାଇଥିଲା । କିନ୍ତୁ ଅନେକ ସମୟରେ ମହିଳାମାନେ ଏହି ଆକ୍ଟର ଅପବ୍ଯବହାର କରୁଥିବା ନିଜେ ସୁପ୍ରିମକୋର୍ଟ ମଧ୍ୟ ଦର୍ଶାଇଛନ୍ତି । ଆମ ଓଡିଶାରେ ଯେତେ ଘରୋଇ ହିଂସା ମାମଲା ଦାୟର ହେଉଛି ସେଥିରୁ ମାତ୍ର ୨୦% କେସ୍ ରେ ସ୍ତ୍ରୀମାନେ ପୀଡ଼ିତା ଥାଆନ୍ତି । ନଚେତ ଅନ୍ୟସବୁ ମାମଲାରେ ପ୍ରକୃତ ପୀଡ଼ିତା ହେଉଛନ୍ତି ସ୍ଵାମୀ ।

ଆଉ ଅନୁଭବ ଏବଂ ବର୍ଷାଙ୍କ ମାମଲାରେ ସେ ଅନୁଭବଙ୍କୁ ପୀଡ଼ିତା ବୋଲି କହିଛନ୍ତି । ଅନୁଭବ ତାଙ୍କ ପିଟିସନରେ ଯାହା ଲେଖିଛନ୍ତି ତାହା କେବଳ ଜଣେ ଆଡଭୋକେଟ ଭଲଭାବେ ବୁଝିପାରିବ । ତେଣୁ ସାଧାରଣ ଲୋକ ମଧ୍ୟ ଏହି ମାମଲାକୁ ଭଲଭାବେ ବୁଝି ତାପରେ ଯାଇ ରାୟ ଦେବା ଉଚିତ । ବିବାହକୁ ଆଠ ବର୍ଷ ହୋଇ ଯାଇଥିଲେ ମଧ୍ୟ ବର୍ଷା ସ୍ଵାମୀ ଅନୁଭବଙ୍କ ସହ କୌଣସି ଶାରୀରିକ ସମ୍ପର୍କ ସ୍ଥାପନ କରିନାହାନ୍ତି ।

ଏଥିରୁ ସେମାନଙ୍କ ମଧ୍ୟରେ କୌଣସି ବୈବାହିକ ସମ୍ପର୍କ ନାହିଁ ବୋଲି ସ୍ପଷ୍ଟ ହେଉଛି । ଏହା ଅନୁଭବଙ୍କ ପ୍ରତି ଏକ ମାନସିକ ନିର୍ଯ୍ୟାତନା ବୋଲି ଦର୍ଶାଇଛନ୍ତି ଆଡଭୋକେଟ ମୋନାଲିସା । ତେବେ ମୋନାଲିସାଅଙ୍କ ମନ୍ତବ୍ୟକୁ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।