ରାମାୟାଣ ଅନୁସାରେ ଏହି ଚାରି ଜଣ ଲୋକମାନଙ୍କ ପାଖରେ କେବେ ବି ରହି ପାରନ୍ତି ନାହିଁ ଲକ୍ଷ୍ମୀ…. କଣ ଆପଣ ବି କରୁଛନ୍ତି କି ଏହି ଭୁଲ

ଜୀବନରେ ସମସ୍ତେ ସଫଳ ହେବାକୁ ଚାହାନ୍ତି । କିନ୍ତୁ ଯଦି ଆପଣ ଭୌତିକ ସୁଖର କଥା କହୁଛନ୍ତି ତେବେ ଏହା ଟଙ୍କା ବିନା ସମ୍ଭବ ନୁହେଁ, ଆଜିର ଦୁନିଆରେ ଖୁସିରେ ସେହି ବ୍ୟକ୍ତି ଥାଏ ଯାହା ପାଖରେ ଟଙ୍କା ଅଛି । ହିନ୍ଦୁ ଧର୍ମରେ ରାମାୟଣ କିମ୍ବା ରାମ ଚରିତ ମାନସକୁ ଜୀବନ ଯାପନ କରିବାର ଆଧାର ହୋଇଥାଏ । ରାମାୟାଣ ଆମକୁ ଜୀବନ ଯାପନ କରିବାର ସଠିକ ଦିଗ ଦେଖାଇ ଥାଏ ।

ରାମାୟଣ ସବୁବେଳେ ଆମର ଜୀବନକୁ ଆଦର୍ଶ ଓ ଧର୍ମ ଅନୁସାରେ ବଞ୍ଚିବାକୁ ପ୍ରେରିତ କରିଥାଏ । ରାମ ଚରିତ ମାନସରେ ଏହି କଥାର ଉଲ୍ଲେଖ କରାଯାଇଛି । କିଛି ଲୋକଙ୍କ ପାଖରେ ଧନ କାହିଁକି ରହି ପାରେ ନାହିଁ ଆଜି ଆମେ ଆପଣଙ୍କୁ ସେହି କଥା ଉଲ୍ଲେଖ କରିବାକୁ ଯାଉଛୁ ।

Image courtesy: Google

ରାମାୟଣ ଅନୁସାରେ ଯଦି ଆପଣଙ୍କ ଜୀବନସାଥି ନାହିଁ ତେବେ ଆପଣଙ୍କ ପାଖରେ ଲକ୍ଷ୍ମୀ କେବେ ବି ରହି ପାରିବେ ନାହିଁ । କୁହାଯାଏ କି ଗୋଟିଏ ସଭ୍ୟ ନାରୀ ପୁରା ଘରକୁ ସଠିକ କରିଦେଇଥାଏ ଓ ଘରକୁ ସ୍ଵର୍ଗ କରିଦିଏ । ଏହା ଛଡା ଯେଉଁ ଲୋକମାନେ ନିଜ ଜୀବନସାଥୀକୁ ଧୋକା ଦେଇଥାନ୍ତି ତାଙ୍କ ପାଖରେ କେବେ ବି ଲକ୍ଷ୍ମୀ ନିବାସ କରନ୍ତି ନାହିଁ । ଯଦି ଆପଣ ଏମିତି କରୁଛନ୍ତି ତେବେ ଆପଣଙ୍କର ଘରର ସର୍ବନାଶ ହୋଇଯିବ ।

Image courtesy: Google

ରାମାୟଣ ଅନୁସାରେ ଯଦି ଆପଣ ଲୋଭୀ ଅଟନ୍ତି ତେବେ କେବେ ବି ଆପଣଙ୍କ ପାଖରେ ଧନ ରହିବ ନାହିଁ । ଲୋଭ ଖରାପ ଜିନିଷ ଅଟେ । ସେଥିପାଇଁ ଲୋଭକୁ ଛାଡି ଆପଣଙ୍କୁ ଧର୍ମର ଅନୁସରଣରେ ଯିବା ଉଚିତ ।

Image courtesy: Google

ରାମାୟଣ ଅନୁସାରେ ଯେଉଁ ବ୍ୟକ୍ତିଙ୍କ ପାଖରେ ଗର୍ବ ଅଛି ତାହା ପାଖରେ କେବେ ବି ଧନ ରହି ପାରେ ନାହିଁ । ଯଦି ଏହିଭଳି ବ୍ୟକ୍ତିଙ୍କ ପାଖରେ ଧନ ଅଛି ବି ତେବେ ତାହା ବହୁତ ଜଲ୍ଦି ଶେଷ ହୋଇଯିବ । ଧନକୁ ନିଜ ପାଖରେ ରଖିବା ପାଇଁ ମନୁଷ୍ୟକୁ ଗର୍ବକୁ ତ୍ୟାଗ କରିବାକୁ ପଡିବ ।

Image courtesy: Google

ରାମାୟଣ ଅନୁସାରେ ଯେଉଁ ଘରେ ମାଦକ ଦ୍ରବ୍ୟ ସେବନ କାରାଯାଏ ସେହି ଘରେ ଲକ୍ଷ୍ମୀ କେବେ ବି ନିବାସ କରନ୍ତି ନାହିଁ । ସେଥିପାଇଁ ଯଦି ଆପଣ ବି ଏହିଭଳି ଖରାପ ଅଭ୍ୟାସରେ ବଶୀଭୂତ ଅଛନ୍ତି ତେବେ ତାହାକୁ ବର୍ତ୍ତମାନ ହିଁ ଛାଡି ଦିଅନ୍ତୁ । ଯାହା ଦ୍ଵାରା ମାତା ଲକ୍ଷ୍ମୀଙ୍କର କୃପା ସବୁବେଳେ ଆପଣଙ୍କ ଉପରେ ରହିବ । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।