୨୫ ଲକ୍ଷ ଟଙ୍କା ଖର୍ଚ୍ଚ କରି ପତ୍ନୀକୁ ପଢିବା ପାଇଁ ପଠାଇଥିଲେ ବିଦେଶ, କିନ୍ତୁ ପତ୍ନୀ ଜଣକ ନ କହି କରିନେଲେ ଦ୍ଵିତୀୟ ବିବାହ, ଆଉ ତା ପରେ …

ପଞ୍ଜାବର ଜଣେ ସ୍ଵାମୀ ନିଜ ପତ୍ନୀକୁ ପଢିବା ପାଇଁ କାନ୍ନାଡା ପଠାଇଥିଲେ ଓ ନିଜ ପତ୍ନୀର ଶିକ୍ଷାର ପୁରା ଖର୍ଚ୍ଚ ବି ଉଠାଇଲେ । କିନ୍ତୁ ପଢା ପୁରା ହେବା ପରେ ସେହି ପତ୍ନୀ ଜଣକ ଦ୍ଵିତୀୟ ବିବାହ କରିନେଲେ ଓ ନିଜର ଦ୍ଵିତୀୟ ସ୍ଵାମୀ ସହ କାନାଡାରେ ସେଟେଲ ହୋଇଗଲେ । ପତ୍ନୀ ଠାରୁ ମିଳିଥିବା ଏହି ଧୋକା ପରେ ସେହି ଯୁବକ ଜଣକ ପଞ୍ଜାବ ପୋଲିସରେ ନିଜର ପତ୍ନୀ ଓ ତାଙ୍କର ଘର ଲୋକମାନଙ୍କ ବିରୁଦ୍ଧରେ କେସ କରିଛନ୍ତି ଓ ପୋଲିସ ବର୍ତ୍ତମାନ ଏହି ମାମଲାର ଯାଞ୍ଚ କରୁଛି ।

କଣ ଅଟେ ପୁରା ମାମଲା

ପଞ୍ଜାବର ମୋଗାରେ ରହୁଥିବା ଜସପ୍ରୀତ ସିଂହଙ୍କର ବିବାହ ୧ ମାର୍ଚ୍ଚ ୨୦୧୧ରେ ହୋଇଥିଲା । ବାହାଘରର କିଛି ମାସ ପରେ ହିଁ ଜସପ୍ରୀତ ସିଂହ ନିଜର ପତ୍ନୀଙ୍କୁ ପଢିବା ପାଇଁ କାନ୍ନାଡା ପଠାଇ ଦେଲେ ଓ ପଢାର ପୁରା ଖର୍ଚ୍ଚ ବି ଉଠାଇଲେ । ଜସପ୍ରୀତ ସିଂହଙ୍କର ପତ୍ନୀ ୪ ବର୍ଷ ପର୍ଯ୍ୟନ୍ତ କାନ୍ନାଡାରେ ରହିଲେ ଓ ୨୦୧୫ରେ ସେ ପଞ୍ଜାବ ଆସିଲେ । ପଞ୍ଜାବ ଆସିବା ପରେ ଜସପ୍ରୀତ ସିଂହଙ୍କର ପତ୍ନୀ ନିଜ ସ୍ଵାମୀଙ୍କ ଘରକୁ ଗଲେ ନାହିଁ ସେ ନିଜ ପିତାମାତାଙ୍କ ଘରକୁ ଚାଲିଗଲେ ।

ଏହା ପରେ ଜସପ୍ରୀତଙ୍କର ପତ୍ନୀ କାହାକୁ କିଛି ନ କହି ଦ୍ଵିତୀୟ ବିବାହ କରିନେଲେ । ଜସପ୍ରୀତଙ୍କ ଅନୁସାରେ ତାଙ୍କର ପତ୍ନୀ ଲୁଧିଆନାରେ ୨୯ ନଭେମ୍ବର ୨୦୧୫ରେ ରାମପୁରରେ ରହୁଥିବା ଏକ ଯୁବକ ସହ ବିବାହ କରିନେଇଛନ୍ତି । ବାହାଘର ପରେ ସେ ନିଜର ଦ୍ଵିତୀୟ ସ୍ଵାମୀଙ୍କୁ ନେଇ କାନ୍ନାଡା ଚାଲିଗଲେ ଓ ସେଠାରେ ସେଟେଲ ହୋଇଗଲେ ।

ପତ୍ନୀଙ୍କର ପଢା ପାଇଁ ୨୫ ଲକ୍ଷ୍ ଟଙ୍କା ଖର୍ଚ୍ଚ କରିଥିଲେ

ଜସପ୍ରୀତଙ୍କର କହିବା କଥା କି ତାଙ୍କର ପରିବାର ଲୋକମାନେ ତାଙ୍କର ପତ୍ନୀଙ୍କ ପଛରେ ୨୫ ଲକ୍ଷ ୭୦ ହଜାର ଟଙ୍କା ଖର୍ଚ୍ଚ କରିଛନ୍ତି । ବାହାଘର ସମୟରେ ଠିକ ହୋଇଥିଲା କି ସେ ନିଜ ପତ୍ନୀଙ୍କୁ ପଢିବା ପାଇଁ କାନ୍ନାଡା ପଠାଇବେ ଓ ସେଠାରେ ଜବ୍ କରି ସେଟେଲ ହୋଇଗଲେ ସେ ଜସପ୍ରୀତଙ୍କୁ ସେଠାକୁ ଡାକି ନେବେ । କିନ୍ତୁ ଏହିଭଳି କିଛି ହେଲା ନାହିଁ । ଜସପ୍ରୀତ ଆଗକୁ କହିଲେ କି ସେ ବହୁତ ଦିନ ପର୍ଯ୍ୟନ୍ତ ଏହି କଥା ବିଷୟରେ ଜାଣି ନଥିଲେ ।

ଟଙ୍କା ଦେବା ପାଇଁ ପରିବାର ଲୋକମାନେ କରିଲେ ମନା

ଜସପ୍ରୀତଙ୍କୁ ଏହା ଜଣା ପଡିଲା ପରେ ସେ ନିଜ ପତ୍ନୀଙ୍କର ପରିବାରଙ୍କ ଠାରୁ ନିଜ ପତ୍ନୀଙ୍କ ପାଇଁ ଖର୍ଚ୍ଚ କରିଥିବା ଟଙ୍କା ତାଙ୍କୁ ଫେରାଇ ଦେବା ପାଇଁ କହିଲେ । କିନ୍ତୁ ସେମାନେ ଟଙ୍କା ଦେବା ପାଇଁ ମନା କରିଦେଲେ । ଏହା ପରେ ଜସପ୍ରୀତ ପୋଲିସରେ କେସ କଲେ ଓ ପୋଲିସ ଏହି ମାମଲାରେ ଯୁବତୀ,ତାହାର ପିତା ଓ ଅନ୍ୟ ଏକ ବ୍ୟକ୍ତି ବିରୁଦ୍ଧରେ ଧୋକା, ଛଳନା ଓ ଭିଜା ଆକ୍ଟ ଅନୁସାରେ କେସ ଦାୟର କରିଛନ୍ତି ।

କେସ ଦାୟର ହେବା ପରେ ପୁଲିସ ସେହି ଯୁବତୀର ପିତାକୁ ଗିରଫ କରି ନେଇଛନ୍ତି । ବର୍ତ୍ତମାନ ଆରୋପି ଯୁବତୀ ନିଜ ଦ୍ଵିତୀୟ ସ୍ଵାମୀ ସହ କାନ୍ନାଡାରେ ରହୁଛନ୍ତି ।