ମହାଭାରତ ଅନୁସାରେ ଏହି ୪ ଟି ଭୁଲ ଦ୍ଵାରା ହୋଇଥାଏ ମୁନୁଷ୍ୟର ଆୟୁ କମ, ବିଜ୍ଞାନ ବି ମାନି ସାରିଛି ଏହି କଥାକୁ

ଏହି ଦୁନିଆରେ ସମସ୍ତ ଜୀବଜନ୍ତୁ ନିଜର ଏକ ବୟସ ହିସାବରେ ହିଁ ଜନ୍ମ ନେଇ ଥାନ୍ତି । କିନ୍ତୁ ମଣିଷ ଜୀବନର ମୋହରେ ମୁର୍ତ୍ୟୁକୁ ଭୁଲି ଯାଆନ୍ତି । ଶାସ୍ତ୍ର ଅନୁସାରେ ବ୍ୟକ୍ତିଙ୍କର ଜନ୍ମ ପୂର୍ବରୁ ତାହାର ମୁର୍ତ୍ୟୁର ସମୟ ନିଶ୍ଚିତ କରା ଦିଆ ଯାଇଥାଏ ଏବଂ ଆମ କର୍ମ ଉପରେ ନିର୍ଭର କରିଥାଏ ଆମର ମୁର୍ତ୍ୟୁର ସମୟ । ଯଦି ମହାଭାରତର କଥା କହିଲେ ତେବେ ମହାତ୍ମା ବିଦୁର ହସ୍ତିନାପୁର ସମ୍ରାଟ ଧୂତରାଷ୍ଟ୍ରଙ୍କର ବୟସ କମ କରିବାର କାରଣ କହିଛନ୍ତି ।

ବେଦ ଏବଂ ପୁରାଣର ଲିଖିତ ତଥ୍ୟ ଅନୁସାରେ ମନୁଷ୍ୟର ବୟସ ୧୦୦ ବର୍ଷ କୁହାଯାଇଛି । କିନ୍ତୁ କିଛି କାରଣ ଏବଂ ଭୁଲ ଯୋଗୁ ମନୁଷ୍ୟକୁ ଅସମୟରେ ମୃତ୍ୟୁର ସାମନା କରିବାକୁ ପଡେ ।

କହିବାକୁ ଗଲେ ପୃଥିବୀରେ ଏମିତି କେହି ବ୍ୟକ୍ତି ନାହାନ୍ତି ଯିଏ ସଦେବ ପାଇଁ ବଞ୍ଚିଛନ୍ତି । ବଡ ବଡ ଦେବତାମାନେ ବି ନିଜ ଶରୀରରକୁ ତ୍ୟାଗ କରିଛନ୍ତି । କିନ୍ତୁ କଳିଯୁଗରେ ପାପ ଏତେ ବଢି ଯାଇଛି କି ଲୋକମାନେ ଅଜଣାତରେ କିଛି ଏମିତି ଭୁଲ କରି ଦେଉଛନ୍ତି ଯାହା ତାଙ୍କ ବୟସ କମ ହେବାର କାରଣ ହେଉଛି । ଆଜିର ଏହି ଲେଖାରେ ଆମେ ଆପଣଙ୍କୁ ଏମିତି ୪ ଟି କାରଣ ବିଷୟରେ କହିବାକୁ ଯାଉଛୁ, ଯାହା ମଣିଷର ବୟସ କମ କରି ଦେଇଥାଏ ।

ଗର୍ବ କରିବା

ମଣିଷର ସବୁଠୁ ବଡ ଖରାପ ଗୁଣ ଏହା କି ସେ ନିଜ ଉପରେ ଗର୍ବ କରିଥାଏ । ଯେଉଁ ବ୍ୟକ୍ତି ସମସ୍ତଙ୍କୁ ସମାନ ଭାବି ଥାଏ, ସେମାନେ ଛୋଟ ଭାବନରୁ ଦୂରରେ ରହିଥାନ୍ତି । କିନ୍ତୁ ଯେଉଁ ବ୍ୟକ୍ତିଙ୍କ ନିଜ ମନରେ ଗର୍ବର ଘର କରି ନେଇଥାଏ, ସେମାନେ କେବଳ ନିଜକୁ ଉଚ୍ଚ ଭାବିଥାନ୍ତି । ଏବଂ ବାକି ଲୋକମାନଙ୍କୁ ତୁଚ୍ଛ ଭାବି ତାଙ୍କୁ ତିରସ୍କାର କରନ୍ତି । ଏହା ଦ୍ଵାରା ସେହି ବ୍ୟକ୍ତିର ବୟସ ଉପରେ ଗଭୀର ପ୍ରଭାବ ପଡିଥାଏ ।

ବେଶି କହିବା

ମଣିଷର ନିଜର ବେଶି କହିବା ବି ମୃତ୍ୟୁର ନିକଟ ଯିବାର ଆଉ ଏକ କାରଣ ଅଟେ । କହିବାକୁ ଗଲେ ଯେଉଁ ମଣିଷ କିଛି ନ ଭାବିଚିନ୍ତି ବେଶି କଥାବାର୍ତ୍ତା କରନ୍ତି ଏବଂ ସାମାନରେ ଥିବା ଲୋକଙ୍କୁ ଦେଖନ୍ତି କରନ୍ତି । ସେମାନେ କେବେ କାହାର ଭଲ କରନ୍ତି ନାହିଁ । ସେଥିପାଇଁ ମହାଭାରତ ଅନୁସାରେ ଏହି ବ୍ୟକ୍ତିଙ୍କର ବୟସ ଧୀରେ ଧୀରେ କାମ ହୋଇଯାଏ ।

ମଣିଷର କ୍ରୋଧ

କ୍ରୋଧ ଏକ ଏମିତି ଜିନିଷ ଅଟେ, ଯାହା କାହାର ବି ଭଲ ହେବାକୁ ଦିଏ ନାହିଁ । ଏମିତିରେ ଯେଉଁ ମନୁଷ୍ୟ ସବୁବେଳେ କ୍ରୋଧିତ ହୋଇଥାଏ, ସେମାନେ ନିଜର ହୃଦୟ ଏବଂ ମୁଣ୍ଡର କଥା ଶୁଣନ୍ତି ନାହିଁ ଏବଂ ଭଲ ଖରାପକୁ ଚିହ୍ନି ପାରନ୍ତି ନାହିଁ । ଶାସ୍ତ୍ର ଅନୁସାରେ ମଣିଷର କ୍ରୋଧ ତାହାର ସବୁଠୁ ବଡ ଶତ୍ରୁ ଅଟେ ଯାହା ମନୁଷ୍ୟର ବୟସ କମ କରିଦେଇଥାଏ ।

ବିଶ୍ଵାସଘାତକତା କରିବା

ବିଶ୍ଵାସଘାତ କୌଣସି ପାପ ଠାରୁ କମ ନୁହେଁ, ଆମେ ଯେବେ ବି କୌଣସି ବ୍ୟକ୍ତି ସହିତ ଦୋଖା ଦେଇଥାଉ, ତେବେ ତାହାର ବିଶ୍ଵାସ ଆମ ଉପରୁ ଉଠି ଯାଇଥାଏ । ସେଥିପାଇଁ ଶାସ୍ତ୍ର ଅନୁସାରେ ଦୋଖା ଦେବା ସବୁଠୁ ହୀନ କାମ ବୋଲି କୁହାଯାଇଛି । ଏହାର ପ୍ରଭାବ ମଣିଷର ଜୀବନ ଉପରେ ପଡିଥାଏ ।

କହିଦେଉଛୁ ଯେ ବଡ ବଡ ବିଜ୍ଞାନୀ ମଧ୍ୟ ମହାଭାରତର ଏହି ତଥ୍ୟକୁ ମିଛ ପ୍ରମାଣିତ କରି ପାରି ନାହାନ୍ତି, ଡକ୍ଟରଙ୍କ ଅନୁସାରେ ଯେଉଁ ବ୍ୟକ୍ତି ଅତ୍ୟଧିକ କ୍ରୋଧିତ ହୋଇଥାଏ ସେ ଜଲ୍ଦି ବୁଢା ହୋଇଯାଏ । ସେଥିପାଇଁ ଗର୍ବ, ସ୍ଵାର୍ଥ, ମିଛ ଇତ୍ୟାଦି ଅଭ୍ୟାସ ମଣିଷ ପାଇଁ କ୍ଷତିକାରକ ହୋଇଥାଏ ।

ଏହି ପୋଷ୍ଟ ସମ୍ବନ୍ଧରେ ଆପଣଙ୍କ ମୂଲ୍ୟବାନ ମତାମତ ନିଶ୍ଚୟ କମେଣ୍ଟ କରନ୍ତୁ ଓ ପୋଷ୍ଟଟିକୁ ଶେୟାର କରନ୍ତୁ । ଏମିତି ଅନେକ ଧର୍ମ ଶାସ୍ତ୍ରର ର ଆଲୋଚନା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି ।