ଏହି ୬ଟି କାମକୁ କଲେ ଘରକୁ ଆସିଥାଏ Bad luck , ଏବେ ହିଁ ବଦଳାନ୍ତୁ ଏହି ଅଭ୍ୟାସ

ପ୍ରତ୍ୟେକ ମଣିଷ ଧନୀ ହେବା ପାଇଁ ବା ବହୁତ ପଇସା ରୋଜଗାର କରିବା ପାଇଁ ଚାହାଁନ୍ତି । ସେ ଚାହେଁ କି ତା ପାଖରେ ଏତେ ପଇସା ହେଉ ଯେଉଁଥିରେ ସେ ନିଜର ଓ ନିଜ ପରିବାରର ଆବଶ୍ୟକତାକୁ ପୂରଣ କରି ପାରିବ । କିନ୍ତୁ କୌଣସି ଜିନିଷ ପାଇବା ପାଇଁ ପରିଶ୍ରମର ଆବଶ୍ୟକତା ପଡିଥାଏ । ଏମିତି ବହୁତ କମ ଲୋକ ଥାନ୍ତି ଯିଏ କୌଣସି ପରିଶ୍ରମ ନ କରି ପଇସା ରାଜଗାର କରିଥାନ୍ତି । ଏମିତି ଲୋକଙ୍କ ଭାଗ୍ୟ ତାଙ୍କ ସାଥିରେ ଥାଏ । କିନ୍ତୁ ସମସ୍ତଙ୍କ ସାଥିରେ ଏମିତି ହୋଇନଥାଏ ।

ସମାଜରେ ଗୋଟିଏ ଧନୀ ଓ ସଫଳ ବ୍ୟକ୍ତି ହେବା ପାଇଁ ବହୁତ ପରିଶ୍ରମର ଆବଶ୍ୟକତା ପଡିଥାଏ । କଣ ଆପଣ କୌଣସି ପରିଶ୍ରମ ନ କରି କାହାକୁ ଧନୀ ହେବାର ଦେଖିଛନ୍ତି? ବୋଧେ ନୁହେଁ, କାରଣ ଏମିତି ହୋଇ ନଥାଏ । ବଡ ଲୋକମାନେ କହିଥାନ୍ତି କି ପରିଶ୍ରମ ବିନା ଫଳ ମିଳି ନଥାଏ । ତାଙ୍କର କହିବା କଥା କି ଯଦି ବ୍ୟକ୍ତିର କର୍ମ ଭଲ ହୋଇଥିବ ତାକୁ ସଫଳତା ସହଜରେ ମିଳିଯାଏ ।

ଆଜି ଆମେ ଆପଣଙ୍କୁ ଜ୍ୟୋତିଷ ଶାସ୍ତ୍ରରେ ଥିବା କିଛି କଥା ବିଷୟରେ ଜଣାଇବୁ ଯାହା ବ୍ୟକ୍ତିର ଜୀବନରେ ଦୁଃଖକୁ ବଢାଇଥାଏ । ପ୍ରକୃତରେ କିଛି କାମ ଏମିତି ଥାଏ ଯିଏ ଗ୍ରହ ଦୋଷକୁ ବଢାଇଥାଏ ଯାହା କାରଣରୁ ଦୁର୍ଭାଗ୍ୟ ଆସିଥାଏ । ସେହି କାମ ଗୁଡିକ କଣ ଆସନ୍ତୁ ଜାଣିବା ।

ଏହି କାରଣରୁ ବଢିଥାଏ ଦୁଃଖ

ଜ୍ୟୋତିଷଙ୍କ ଅନୁସାରେ ଯେଉଁବ୍ୟକ୍ତିଙ୍କ ଜାତକରେ ଗ୍ରହଦୋଷ ଥାଏ, ତାଙ୍କୁ କୌଣସି କାର୍ଯ୍ୟରେ ସହଜରେ ସଫଳତା ମିଳି ନଥାଏ । ଅସଫଳତା କାରଣରୁ ତାର ସମସ୍ୟା ବଢିଯାଇଥାଏ ଓ ସେ ଦୁଃଖୀ ରହିଥାଏ । ଜାତକରେ ଅଶୁଭ ଗ୍ରହଙ୍କ ସମ୍ବନ୍ଧୀୟ ଉପାୟ କରି ଦୁଃଖ ଓ ସମସ୍ୟାରୁ ମୁକ୍ତି ମିଳିଥାଏ ।

ପ୍ରଥମ କାମ

କିଛି ଥର ବ୍ୟକ୍ତି ଅଇଁଠା ହାତରେ ପଇସାକୁ ଛୁଇଁଥାଏ । ଏମିତି ବିଲକୁଲ କରିବା କଥା ନୁହେଁ । ପଇସା କୁ ମା ଲକ୍ଷ୍ମୀଙ୍କର ରୂପ ବୋଲି କୁହାଯାଏ ଓ ଏମିତି କଲେ ମା ଲକ୍ଷ୍ମୀ ରାଗିଥାନ୍ତି ।

ଦ୍ଵିତୀୟ କାମ

କିଛି ଲୋକଙ୍କୁ ଶେଯରେ ବସି ଖାଇବାର ଅଭ୍ୟାସ ଥାଏ । ଯଦି ଆପଣ ସେମାନଙ୍କ ଭିତରୁ ଜଣେ ତେବେ ନିଜର ଏହି ଅଭ୍ୟାସକୁ ବଦଳାନ୍ତୁ । ଏମିତି କଲେ ଜାତକରେ ରାହୁ ଦୋଷ ବଢିଥାଏ ।

ତୃତୀୟ କାମ

ଘରକୁ ସବୁବେଳେ ସଫା ରଖିବା ଦରକାର । ଯେଉଁ ଘର ସଫା ରହିଥାଏ ସେହି ଘରେ ମା ଲକ୍ଷ୍ମୀ ବାସ କରିଥାନ୍ତି । ବିଶେଷ କରି ସକାଳୁ ଘର ଅପରିଷ୍କାର ନ କରନ୍ତୁ । ପ୍ରତିଦିନ ସକାଳେ ଘରକୁ ସଫା କରନ୍ତୁ ।

ଚତୁର୍ଥ କାମ

ସବୁ ପର୍ବରେ ବା ଶୁଭ ତିଥି ମାନଙ୍କରେ ଘରକୁ ପବିତ୍ର କରନ୍ତୁ । ଘରକୁ ଆପଣ ଗୋମୁତ୍ର ଛିଞ୍ଚି ପବିତ୍ର କରି ପାରନ୍ତି ।

ପଞ୍ଚମ କାମ

ଘରେ କେବେ ବି ଚପଲ ଓ ଜୋତାକୁ ଓଲଟା ରଖନ୍ତୁ ନାହିଁ । ଏହା ଶନି ଦୋଷ ବଢାଇଥାଏ ।

ଷଷ୍ଠ କାମ

ନିଜ ପର୍ସରେ ଖର୍ଚ୍ଚ ସମ୍ବନ୍ଧୀୟ କାଗଜ ରଖନ୍ତୁ ନାହିଁ । ଏହା ସମ୍ଭାଳି ରଖିବା ଆପଣଙ୍କର ଖର୍ଚ୍ଚ ବଢାଇଥାଏ ।