ପିତାମାତା ମାନେ ଏହି 4 ଜାଗାରେ ଝିଅକୁ ଆଦ୍ୱା ବିବାହ ଦିଅନ୍ତୁ ନାହିଁ… ଝିଅ ସାରା ଜୀବନ ପସ୍ତେଇଥାନ୍ତି…

ବନ୍ଧୁଗଣ ସବୁ ବାପା, ମାଆ ନିଜ ଝିଅକୁ ଏକ ଉପଯୁକ୍ତ ଘର ଓ ବର ଦେଖି ବିବାହ ଦେବାର ସ୍ଵପ୍ନ ରଖିଥାନ୍ତି । କାରଣ କେଉଁ ବାପା, ମାଆ ବି ଝିଅ ଶାଶୁଘରେ ଯାଇ ଦୁଃଖରେ ରହୁ ଚାହାନ୍ତି ନାହିଁ । ଝିଅ ସବୁବେଳେ ଶାଶୁଘରେ ରହି ଆଖିରୁ ଲୁହ ଝରାଉ ତାହା ଚାହାନ୍ତି ନାହିଁ । ତେବେ ପ୍ରତ୍ଯେକ ବାପା, ମାଆ ଏହି କଥା ଉପରେ ଅଧିକ ଧ୍ୟାନ ଦେବାକୁ ପଡିବ । ଯେ ଏହି 4 ଟି ସ୍ଥାନରେ ଝିଅକୁ କେବେ ବି ବାହା ଦିଅନ୍ତୁ ନାହିଁ । ନଚେତ ଝିଅଟି ବାହାଘର ପରେ ବହୁତ ପସ୍ତେଇବ । ତେଣୁ ବାପା, ମାଆ ମାନେ କନ୍ୟା ଦାନ କରିବା ପୂର୍ବରୁ ଏହି 4 ଗୋଟି କଥା ନିହାତି ଜାଣି ରଖିବା ଉଚିତ ।

1- ଝିଅକୁ ବହୁତ ପାଖରେ କେବେବି ବାହା ଦିଅନ୍ତୁ ନାହିଁ । ବାପାଘରର କିଛି ଗୁଡିଏ ଘର ଛାଡି ଅଥବା ସେହି ଗ୍ରାମରେ ଝିଅର ଶାଶୁଘର ହେବା ଉଚିତ ନୁହେଁ । କାରଣ ବାପଘରର ଆଖପାଖରେ ଝିଅର ଶାଶୁଘର ହେବା ଦ୍ଵାରା ଝିଅ ଘରେ ଭଲ ଓଷାବାର ଓ ପିଠାପଣା ହେଲେ । ବାପଘର ଲୋକେ ଝିଅକୁ ଘରକୁ ଆସିବାକୁ କହିଥାନ୍ତି । ବାପଘର ପାଖରେ ହେବା ଦ୍ଵାରା ଝିଅର ଏହିପରି ଭାବେ ନିଜ ବାପଘରକୁ ବାରମ୍ବାର ଯିବା ଦ୍ଵାରା ବିବାହିତା ଝିଅର ବାପଘରେ ଥିବା ସମ୍ମାନ କମିଯାଇଥାଏ ।

2- ବହୁତ ଦୂରରେ ମଧ୍ୟ ଝିଅକୁ ବାହା ଦିଅନ୍ତୁ ନାହିଁ । କାରଣ ବହୁତ ଦୂରରେ ଝିଅକୁ ବାହା ଦେବା ଦ୍ଵାରା କୌଣସି ବି କାର୍ଯ୍ୟରେ ଯଦି ବାପା, ମାଆ ଝିଅ ଘରକୁ ଯିବାକୁ ଚାହୁଁଥିବେ । କିମ୍ବା ଝିଅ ଯଦି ତା’ ବାପଘରକୁ ଆସିବାକୁ ଚାହୁଁଥିବ । ତେବେ ବହୁ ଦୂର ବାଟ ହେବା କାରଣରୁ ତାଙ୍କର ଯିବା ଆସିବାରେ ବହୁ ଅସୁବିଧାର ସାମ୍ନା ଅନେକ ସମୟରେ କରିବାକୁ ପଡିଥାଏ ।

3- ଅଧିକ ଧନୀ ପରିବାରରେ ଝିଅକୁ ବାହା ଦେବା ଉଚିତ ନୁହେଁ । ଯଦି ଶାଶୁଘର ପରିବାର ଧନୀ ହେବା ସହ ସଂସ୍କାରୀ ହୋଇଥାନ୍ତି । ତେବେ ଝିଅ ବାହା ହୋଇ ସେଠାକୁ ଗଲା ପରେ ଭଲରେ ଚଳିଥାଏ । ଯଦି ଶାଶୁଘର ଲୋକ ଧନୀ ତ ହୋଇଥାନ୍ତି ତା’ ସହ ଗର୍ବୀ ମାଧଟୀ ହୋଇଥାନ୍ତି । ତେବେ ଝିଅ ବାହା ହୋଇ ସେ ଘରକୁ ଗଲା ପରେ ବାରମ୍ବାର ଶାଶୁଘର ଲୋକ ଘରର ଧନୀପଣିଆ ଦେଖାଇ ବୋହୁକୁ ଅନେକ କଥାରେ ଦେଖେଇ ଦେଖେଇ ଖୁଣ୍ଟା ଦେଇଥାନ୍ତି । ତେଣୁ ସମକକ୍ଷ ପରିବାରରେ ହିଁ ଝିଅକୁ ବାହା ଦିଅନ୍ତୁ ।

4- ଝିଅ ଠାରୁ ବହୁତ ଅଧିକ ବୟସର ପୁଅ ସହ ଝିଅର ବାହା ଦିଅନ୍ତୁ ନାହିଁ । କାରଣ ଝିଅ ଠାରୁ ପୁଅର ବୟସ ଯଦି ଢେର ଅଧିକ ହୋଇଥାଏ । ତେବେ ସେଠାରେ ସାଂସାରିକ ଜୀବନରେ ଅନେକ ପ୍ରକାର ବାଧା ଆସିଥାଏ ।

ତେବେ ଏହି 4 ଟି ସ୍ଥାନରେ ଝିଅକୁ ବାହା ଦିଅନ୍ତୁ ନାହିଁ । ଏହିଭଳି ଅପଡେଟ ପାଇଁ ଆମ ସହ ଯୋଡି ହୋଇ ରହିଥାନ୍ତୁ ।