15 ଦିନ ପର୍ଯ୍ୟନ୍ତ ପ୍ରତିଦିନ କେବଳ 1 ଗ୍ଳାସ ପିଇକି ଦେଖନ୍ତୁ, ଦୁର୍ବଳ ପତଳା ଶରୀରରୁ ସୁସ୍ଥ ସବଳ ବନିଯିବ – Weight Gain Remedy

ବନ୍ଧୁଗଣ ଆଜିକାଲି ମୋଟାପଣକୁ ନେଇ ଲୋକ ଯେତିକି ଚିନ୍ତାରେ ରହୁଛନ୍ତି, ଠିକ ସେମିତି ଯେଉଁ ମାନେ ଅଧିକ ପତଳା ଅଛନ୍ତି । ସେମାନେ ନିଜର ଅଣ୍ଡରୱେଟ ଓ ପତଳାପଣକୁ ନେଇ ଖୁବ ଅଧିକ ଚିନ୍ତାରେ ରହୁଛନ୍ତି । ଅଧିକ ପତଳା ହେବା କାରଣରୁ ଶରୀରରେ ଦୁର୍ବଳ ଅନୁଭବ ହେବା ସହ ସେହି ଲୋକଙ୍କର ଅନେକ ସମୟରେ କନଫିଡେନ୍ସ ଲେଭଲ ମଧ୍ୟ କମିଯାଇଥାଏ । ତେଣୁ ଆଜି ଆମେ ସେହି ପତଳାପଣ କାରଣରୁ ଚିନ୍ତିତ ଥିବା ଲୋକଙ୍କ ପାଇଁ ଏକ ଜବରଦସ୍ତ ରେମିଡି କହିବାକୁ ଯାଉଛୁ । ଯାହା ତାଙ୍କ ପାଇଁ ବହୁତ ଫାଇଦାବାନ ରହିବାକୁ ଯାଉଛି ।

ତେବେ ଏହି ରେମିଡି ପାଇଁ ଆପଣଙ୍କୁ କଦଳୀ, ଖଜୁରୀ, ଗୁଡ, ଚଣାବୁଟ ଓ କ୍ଷୀରର ଆବଶ୍ୟକତା ପଡିବ । କଦଳୀରେ ଯେଉଁ ସବୁ ପୋଷକ ତତ୍ଵ ରହିଥାଏ । ତାହା ପତଳା ଲୋକଙ୍କର ଓଜନ ବଢାଇବାରେ ସାହାଜ୍ଯ କରିଥାଏ । ଗୁଡରେ କାର୍ବୋହାଇଡ୍ରେଟ, ଆଇରନ ଆଦି ପୋଷକ ତତ୍ଵ ଭରି ରହିତହେ। ଯାହା ହାଡକୁ ମଜଭୁତ କରିବା, ରକ୍ତର ଅଭାବ ଦୂର କରିବା ସହ ଦିନ ସାରା ଆପଣଙ୍କୁ ଏନର୍ଜି ପ୍ରଦାନ କରିଥାଏ । ପ୍ରଥମେ ଭଜା ଚଣାକୁ ଗ୍ରାଇଣ୍ଡିଙ୍ଗ କରି ତାହାର ପାଉଡର ପ୍ରସ୍ତୁତ କରିଦିଅନ୍ତୁ ।

ତାପରେ ଆପଣ 5 ରୁ 6 ଟି ଖଜୁରୀକୁ ଭଲ ଭାବେ ଧୋଇ ତାହାକୁ ଛୋଟ ଛୋଟ ଖଣ୍ଡରେ କାଟି ପାଣିରେ ତାହାର ମଞ୍ଜି ବାହାର କରି କିଛି ସମୟ ଭିଜାଇ ରଖିଦିଅନ୍ତୁ । ଯାହାଫଳରେ ତାହା ନରମ ହୋଇଯିବ । ତାପରେ କଦଳୀକୁ ଛୋଟ ଛୋଟ ଖଣ୍ଡ କାଟି ରଖି ଦିଅନ୍ତୁ । ଏହାପରେ ଆପଣ ଏକ ମିକ୍ସର ଜାର ନିଅନ୍ତୁ । ସେଥିରେ ଆପଣ କାଟିକି ରଖିଥିବା କଦଳୀ, ଭିଯାଇ ରଖିଥିବା ଖଜୁରୀ, 3 ଚାମଚ ଚଣା ପାଉଡର, ସ୍ଵାଦ ଅନୁଯାଇ ଗୁଡ ଓ ଶେଷରେ ତାହାର ଜୁଷ ବନାଇବା ପାଇଁ ସେଥିରେ କ୍ଷୀର ମିଶାନ୍ତୁ ।

ଏହିସବୁ ସାମଗ୍ରୀକୁ ମିକ୍ସର ଜାରରେ ରଖି ତାହାର ଏକ ସେକ ଅର୍ଥାତ ଜୁଷ ପ୍ରସ୍ତୁତ କରନ୍ତୁ । ବହୁତ ଲୋକଙ୍କର କ୍ଷୀରରେ ଆଲର୍ଜି ରହିଥାଏ । ତେବେ ସେମାନେ କ୍ଷୀର ବଦଳରେ ପାଣି ମଧ୍ୟ ଆଡ୍ କରିପାରିବେ । ଯେଉଁ ଲୋକ ନିଜର ଓଜନ ବଢାଇବା ଏକ ସୁସ୍ଥ ସବଳ ଚେହେରା ପାଇବାକୁ ଚାହୁଁଛନ୍ତି ।

ସେମାନେ ଏହିପରି ଡ୍ରିଂକର ପ୍ରସ୍ତୁତ କରି ପାଖାପାଖି ଏକ ମାସ ପର୍ଯ୍ୟନ୍ତ ସେବନ କରନ୍ତୁ । ଏହି ଜୁଷର ସ୍ଵାଦ ବହୁତ ଭଲ ରହିବା ସହ ଏହା ସ୍ଵାସ୍ଥ ପାଇଁ ବହୁତ ଭଲ ହୋଇଥାଏ । ଯେଉଁମାନେ ପତଳା ଅଛନ୍ତି ସେମାନେ ଏହାର କିଛି ଦିନ ନିୟମିତ ସେବନ କରିବା ଦ୍ଵାରା ଏକ ସୁସ୍ଥ, ସବଳ ଓ ଆକର୍ଷଣୀୟ ଶରୀର ପାଇପାରିବେ ।

ବନ୍ଧୁଗଣ ପୋଷ୍ଟଟି ଆପଣ ମାନଙ୍କୁ ପସନ୍ଦ ଆସିଥିଲେ । ଆମ ପେଜକୁ ଲାଇକ୍ ଓ ଶେୟାର କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ