ଏହା ହେଉଛି ବିଶ୍ଵର ସବୁଠୁ ଭୟଙ୍କର ନଦୀ ! ଏଠାକୁ ଗଲେ ମୃ-ତ୍ୟୁ ନିଶ୍ଚିତ,  ବୈଜ୍ଞାନିକ ମାନେ ବି ଖୋଜି ପାଉନାହାନ୍ତି ରହସ୍ୟ !

ପ୍ରକୃତିର ସୁନ୍ଦର ଅବଦାନ ଗୁଡିକ ମଧ୍ୟରୁ ନଦୀ ଅନ୍ଯତମ । ନଦୀକୁ ଦେଖି କବି କବିତା ଲେଖେ ତ ପଥିକଟିଏ ତୃଷ୍ଣା ମେଣ୍ଟାଇଥାଏ । ପର୍ଯ୍ୟଟକମାନେ ନଦୀର ସୁନ୍ଦରତାକୁ ଦେଖିବା ପାଇଁ କିଛି କ୍ଷଣ ଅଟକି ଯାଆନ୍ତି । କିନ୍ତୁ ଦୁନିଆରେ ଏଭଳି କିଛି ନଦୀ ରହିଛି ଯାହାର ରଙ୍ଗ ଓ ସେଥିରେ ଥିବା ଜୀବଜନ୍ତୁ ଲୋକଙ୍କ ମନରେ ଭୟ ସୃଷ୍ଟି କରେ । ଏହି ନଦୀରେ ଭୁଲରେ କେହି ଯାତ୍ରା କଲେ ଜୀବନ ନେଇ ଫେରିବା ଆଶା ଖୁବ କଥାଏ । ଆଜି ଆମେ ଏଭଳି କିଛି ନଦୀ ବିଷୟରେ ଜାଣିବା ।

ଆମାଜନ ନଦୀ ଦୁନିଆର ସବୁଠୁ ବଡ ନଦୀ ମଧ୍ୟରୁ ଗୋଟିଏ । ଯାହା ପ୍ରାୟ 6200 ରୁ 7000 କିମି ପର୍ଯ୍ୟନ୍ତ ପ୍ରବାହିତ ହେଉଥିବା କୁହାଯାଏ । ଦକ୍ଷିଣ ଆମେରିକାର ଆଠଟି ଦେଶ ଦେଇ ପ୍ରବାହିତ ହେଉଛି ଆମାଜନ ନଦୀ । ବ୍ରାଜିଲ, ବୋଲିଭିଆ, ପେରୁ, ଇକ୍ବିଡର, ଭେନେଜୁଆଲା, ଗୁଆନା, ସୁରିନାମା ଏବଂ ପେଞ୍ଚଗୁଆନା ମଧ୍ୟ ଦେଇ ଏହି ନଦୀ ପ୍ରବାହିତ ହୋଇଛି । ଜଙ୍ଗଲ ମଧ୍ୟ ଦେଇ ପ୍ରବାହିତ ହେଉଥିବା ଏହି ନଦୀ ସବୁଠୁ ଅଧିକ ଭୟଙ୍କର । ଏଠାରେ ଅନେକ ବିଷଧର ଜୀବଜନ୍ତୁ ବସ କରନ୍ତି ।

ଏହିପରି ସ୍ପେନରେ ପ୍ରବାହିତ ହେଉଛି ରିଓଟିଣ୍ଟୋ ନଦୀ । ଏହି ଭୟାନକ ନଦୀର ରଙ୍ଗ ଅନ୍ୟ ନଦୀଙ୍କ ଠାରୁ ଏକଦମ ଭିନ୍ନ । ଦେଖିବାକୁ ପୁରା ରକ୍ତ ଭଳି ଲାଲ ହୋଇଥାଏ ଏହି ନଦୀର ପାଣି । ଏହି ନଦୀର ପାଣି ପିଇ ହୁଏ ନାହିଁ କି ଏହା ଭିତରକୁ କେହି ଯାଆନ୍ତି ନାହିଁ । ଏହି ନଦୀରେ କିଛି ଜଳଚର ସୂକ୍ଷ୍ମ ଜୀବ ଅଛନ୍ତି ଯେଉଁମାନେ ଏହି ପାଣିର ତେଜକୁ ସହି ପାରିଥାନ୍ତି । ରଙ୍ଗ ପାଇଁ ସାରା ଦୁନିଆରେ ଏହି ନଦୀ ବେଶ ଚର୍ଚ୍ଚାରେ ରହିଥାଏ ।

ଚୀନରେ ପ୍ରବାହିତ ହେଉଥିବା ୟେଲୋ ନଦୀ ଦୁନିଆର ଭୟାନକ ନଦୀଙ୍କ ଭିତରୁ ଅନ୍ଯତମ । ଏହା ପ୍ରବାହିତ ହେବା ବେଳେ 24 ଥର ରାସ୍ତା ବଦଳାଇଥାଏ । ଏହି କାରଣରୁ ପ୍ରତି ବର୍ଷ ଚୀନରେ ଅନେକ ବନ୍ୟା ଆସିଥାଏ । ୟେଲୋ ନଦୀ ଥରେ ଭୟଙ୍କର ରୂପ ଧାରଣ କଲେ ଲୋକଙ୍କ ଜୀବନ ଦୁର୍ବିସହ କରିଦିଏ । ଏହି ନଦୀ ପ୍ରତି ବର୍ଷ ହଜାର ହଜାର ଲୋକଙ୍କ ଜୀବନ ନେଇଥାଏ । ଏହିନଦୀକୁ ଚୀନର ଦୁଃଖ ବୋଲି କୁହାଯାଏ ।

ସେହିପରି ଆମେରିକାର ଦକ୍ଷିଣ ଭାଗରେ ରହିଛି “ରେଡ୍ ରିଭର” ନଦୀ ଯାହାର ସ୍ରୋତ ଅତ୍ୟନ୍ତ ପ୍ରଖର । ଏହି ନଦୀ ଦେଖିବାକୁ ଯେତିକି ଆକର୍ଷଣୀୟ ସେତିକି ବିପଦଜନକ ମଧ୍ୟ । ରାତାରାତି ଏହି ନଦୀର ସ୍ରୋତରେ ପରିବର୍ତ୍ତନ ହୋଇଥାଏ ଯାହା ସ୍ଥାନୀୟ ଲୋକଙ୍କ ପାଇଁ ସମସ୍ଯା ସୃଷ୍ଟି କରେ । ଏହି ନଦୀର ଭଉଁରୀରେ କେହି ଫସିଲେ ବାହାରିବା ଖୁବ କଷ୍ଟକର । ଅଚାନକ ନଦୀର ବେଗ ବଢିବା କାରଣରୁ ମଧ୍ୟ ଅନେକ ଦୁର୍ଘଟଣା ଘଟିଥାଏ ।

ଚୀନରେ ପ୍ରବାହିତ ହେଉଛି ୟାଙ୍ଗେନେଜି ନଦୀ । ଏହା ଏସିଆ ମହାଦେଶର ସବୁଠୁ ଲମ୍ବା ନଦୀ ମଧ୍ୟରୁ ଅନ୍ଯତମ । ବର୍ଷାଦିନେ ଏହି ନଦୀର ଭୟଙ୍କର ରୂପ ଦେଖିବାକୁ ମିଳିଥାଏ । 6300 କିମି ପର୍ଯ୍ୟନ୍ତ ବୋହୁଥିବା ଏହି ନଦୀ ଚୀନର ସବୁଠୁ ବଡ ସହର ହୁଆନ ମଧ୍ୟ ଦେଇ ଯାଇଛି । ଏହାକୁ ଚୀନର ଜିଆନ ନଦୀ ମଧ୍ୟ କୁହାଯାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।