ଶାସ୍ତ୍ର ଅନୁସାରେ ପ୍ରଭୁ ହନୁମାନ ଶୀଘ୍ର ପ୍ରସନ୍ନ ହେଉଥିବା ଦେବୀ ଦେବତାଙ୍କ ମଧ୍ୟରେ ଜଣେ ଅଟନ୍ତି । ରାମଚରିତ ମାନସ ଅନୁସାରେ ମାତା ସୀତାଙ୍କ ଦ୍ଵାରା ପବନ ପୁତ୍ର ହନୁମାନଙ୍କୁ ଅମରତ୍ତ୍ଵର ବରଦାନ ମିଳିଥିଲା । ଏହି ବରଦାନ କାରଣରୁ ଆମେ ହନୁମାନଙ୍କୁ ଅମର ମାନିଥାଉ ଓ କଳିଯୁଗରେ ବି ଭଗବାନ ହନୁମାନ ଜୀବିତ ଅଛନ୍ତି ଓ କଳିଯୁଗରେ ହନୁମାନ ଭକ୍ତଙ୍କର ସବୁ ମନୋକାମନା ଶୀଘ୍ର ପୂରଣ କରିଥାନ୍ତି ।
ବଜରଙ୍ଗବଲିଙ୍କୁ ପ୍ରସନ୍ନ କରିବା ପାଇଁ ବହୁତ ପ୍ରକାରର ଉପାୟ କୁହାଯାଇଛି । ଏହି ଉପାୟ ମଧ୍ୟରୁ ଆମେ ଗୋଟିଏ ଉପାୟ ବିଷୟରେ ଆଜି ଜାଣିବା । ଏହି ଉପାୟକୁ ବିଧି ବିଧାନରେ କରିବା ଦ୍ଵାରା ବହୁତ ପଜିଟିଭ ଫଳ ମିଳିଥାଏ ।
ଏହା ଦ୍ଵାରା ପ୍ରଭୁ ହନୁମାନଙ୍କ କୃପା ପ୍ରାପ୍ତ ହୋଇଥାଏ ଓ ସବୁ ଦୁଃଖ ଦୂର ହୋଇଥାଏ । ଆର୍ଥିକ ସମସ୍ଯା ଦୂର ହୋଇଥାଏ । କୌଣସି ରୋଗ ଥିଲେ ତାହା ମଧ୍ୟ ନଷ୍ଟ ହୋଇଥାଏ । ଏହା ବ୍ୟତୀତ ଯଦି କୌଣସି ବ୍ୟକ୍ତିର ଜାତକରେ ଗ୍ରହ ଦୋଷ ଥାଏ ତାହା ମଧ୍ୟ ଦୂର ହୋଇଥାଏ ।
ଯଦି ଆପଣ ନିୟମିତ ହନୁମାନ ଚାଳିଶାର ପାଠ କରୁଛନ୍ତି ତେବେ ଆପଣଙ୍କ ଜୀବନରୁ ବହୁତ ସମସ୍ୟା ଆପେ ଆପେ ଉଭାଇ ଯାଇଥାଏ । ଏହି ଉପାୟ ଆପଣ ମଙ୍ଗଳ ଓ ଶନିବାରକୁ କରି ପାରିବେ ଓ ଏଥିପାଇଁ ଆପଣଙ୍କୁ କେବଳ ୧୧ ଟି ଓସ୍ଥ ପତ୍ର ଆବଶ୍ୟକ ।
କେମିତି କରିବେ
ଆପଣ ମଙ୍ଗଳବାର ବା ଶନିବାର ଦିନ ସକାଳେ ଜଲ୍ଦି ଉଠି ନିତ୍ୟକର୍ମ ସାରି ଓସ୍ଥ ଗଛ ପାଖକୁ ଯାଆନ୍ତୁ ଓ ତାହାର ୧୧ ଟି ପତ୍ର ଛିଣ୍ଡାଇ ଆଣନ୍ତୁ । ପତ୍ର ତୋଳିବା ସମୟରେ ଧ୍ୟାନ ରଖିବେ କି ପତ୍ରଗୁଡ଼ିକ ଖଣ୍ଡିଆ ନ ହୋଇଥିବା ଦରକାର । ଏହି ପତ୍ରକୁ ସ୍ଵଚ୍ଛ ଜଳରେ ଧୋଇ ନିଅନ୍ତୁ ଓ ଆପଣଙ୍କ ସାମ୍ନାରେ ତାହାକୁ ରଖନ୍ତୁ ।
ତା ପରେ ସିନ୍ଦୁର ହେଉ ବା ଅଷ୍ଟଗନ୍ଧ ହେଉ ବା ଚନ୍ଦନ ନେଇ ପାଣିରେ ମିଶାନ୍ତୁ । ଏହା ଦ୍ଵାରା ଆପଣ ସବୁ ପତ୍ରରେ ଶ୍ରୀ ରାମ ଲେଖନ୍ତୁ । ଏହା ପରେ ପତ୍ରଗୁଡ଼ିକୁ ନେଇ ଏକ ମାଳ ତିଆରି କରନ୍ତୁ । ତା ପରେ ଘର ପାଖରେ ଥିବା ହନୁମାନଙ୍କ ମନ୍ଦିରକୁ ଯାଇ ତାହାକୁ ଅର୍ପଣ କରନ୍ତୁ । ଯଦି ଆପଣ ଏହି ଉପାୟକୁ ଶ୍ରଦ୍ଧାର ସହିତ କରନ୍ତି ତେବେ ଆପଣଙ୍କୁ ଏହାର ପୂର୍ଣ୍ଣ ଫଳ ମିଳିଥାଏ ।
ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।