ଫେସବୁକ ହେଉ କି ଇନଷ୍ଟାଗ୍ରାମ ? ଏବେ ସବୁଠି ଖୁବ ଚର୍ଚ୍ଚାରେ ଅଛନ୍ତି ଏହି ଭାଇରାଲ ବୟ, ଯାହାଙ୍କ ଗୀତରେ ଝୁମିଲେ Badshah ଆଉ Bollywood ଷ୍ଟାର, ଦେଖନ୍ତୁ Video

ଏହି କୁନି ପୁଅ ଗାଇଥିବା ଏହି ‘ବଚପନ୍ କା ପ୍ୟାର’ ଗୀତ ଏବେ ସୋସିଆଲ ମିଡିଆରେ ଚହଳ ସୃଷ୍ଟି କରିଛି । କୁନି ପିଲାର ଏହି ଭାଇରାଲ ଗୀତକୁ ସୋସିଆଲ ମିଡିଆରେ ସମସ୍ତେ ଲାଇକ ସେ ସେୟାର କରୁଛନ୍ତି ।

ତେବେ ସ୍ଵୟଂ ଛତିଶଗଡ ମୁଖ୍ୟମନ୍ତ୍ରୀ ଓ ରାପର ବାଦଶାହ ମଧ୍ୟ ଏହି କୁନି ପୁଅକୁ ପ୍ରସଂଶା କରିଛନ୍ତି । ଇନଷ୍ଟାଗ୍ରାମର ଅଧିକାଂଶ ପୋଷ୍ଟରେ ଏବେ ଏହି ଗୀତାର ଝଲକ ଦେଖିବାକୁ ମିଳୁଥିବା ବେଳେ, ଏହି ଭାଇରାଲ ବୟ କୁ ନେଇ ଏବେ ସବୁଠୁ ହେଉଛି ଚର୍ଚ୍ଚା । ଫେସବୁକ ହେଉ ବା ଟ୍ଵିଟର, ଇନଷ୍ଟାଗ୍ରାମ ହେଉ କି ଯେକୌଣସି ସୋସିଆଲ ମିଡିଆ ସବୁ ଠି ଏହି ବଚପନ୍ କା ପ୍ୟାର ଗୀତ ଏବେ ଧମାଲ ମଚେଇବାରେ ଲାଗିଛି ।

କିନ୍ତୁ ଆପଣ କଣ ଜାଣିଛନ୍ତି କି ଭିଡିଓ ପଛରେ ରହିଥିବା ଏହି କୁନି ପୁଅ ଜଣକ କିଏ ? ବଚପନ୍ କା ପ୍ୟାର ଗୀତ ଗାଇ ଭାଇରାଲ ହୋଇଥିବା ଏହି କୁନି ପୁଅଟି ହେଉଛନ୍ତି, ଛତିଶଗଡର ସୁକୁମାର ଜିଲ୍ଲାର ସହଦେବ ଡିର୍ଡୋ । ସହଦେବ ଜଣେ ସ୍କୁଲ ଛାତ୍ର ଅଟନ୍ତି । ଦୁଇ ବର୍ଷ ତଳେ ସହଦେବଙ୍କ ସ୍କୁଲର ଶିକ୍ଷକ ତାଙ୍କୁ ଏହି ଗୀତ ଗାଇବାକୁ କହିଥିଲେ ।

ସହଦେବ ଏହି ଗୀତ ଗଉଥିବା ସେ ତାଙ୍କ ଶିକ୍ଷକ ଏହି ଗୀତାକୁ ରେକର୍ଡ କରି ସୋସିଆଲ ମିଡିଆରେ ସେୟାର କରିଥିଲେ । ଏହି ଗୀତ ଅଫଲୋଡ ହେବାର ଏତେ ଦିନ ପରେ ମଧ୍ୟ ଏହି ଗୀତ ଚର୍ଚ୍ଚାରେ ଆସିବାର କାରଣ ହେଉଛନ୍ତି ରାପର ବାଦଶାହ । ବାଦଶାହ ଏହି ଗୀତର ଏକ ରିମିକ୍ସ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଥିଲେ ।

ଆଉ ତା ପରେ ବାଦଶାହଏନକେ ଏହି ଗୀତ ଶୁଣିବା ପରେ ହଠାତ ସୋସିଆଲ ମିଡିଆରେ ସେନ୍ସେସାନ ପାଲଟି ଯାଇଥିଲେ ଏହି କୁନି ପୁଅ ସହଦେବ ଓ ତାଙ୍କର ଏହି ପୁରୁଣା ଭିଡିଓ ସବୁ ଠି ଭାଇରାଲ ହେବା ସହ ଟ୍ରେଣ୍ଡ କରିବାକୁ ଲାଗିଛି ।

ତେବେ ବାର୍ତ୍ତମାନ ରାପର ବାଦଶାହ ସହଦେବକୁ ଦେଖା କରିବା ପାଇଁ ଚଣ୍ଡିଗଡ ଡକାଇ ଥିବା ବେଳେ, ଛତିଶଗଡର ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ମଧ୍ୟ ସହଦେବକୁ ଦେଖା କରିଛନ୍ତି । ଏହା ସହ ସହଦେବ ଗାଇଥିବା ‘ବଚପନ୍ କା ପ୍ୟାର ଗୀତକୁ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ମଧ୍ୟ ସେୟାର କରିଛନ୍ତି ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ।

କେବଳ ଏତିକି ନୁହେଁ ବଲିଉଡର ଅନେକ ଅଭିନେତା ଓ ଅଭିନେତ୍ରୀ ସହଦେବଙ୍କ ଏହି ଗୀତର ମଜା ଉଠାଇବା ସହ ଏହି ଗୀତରେ ଭିଡିଓ ବନେଇ ନିଜ ନିଜ ଆକାଉଣ୍ଟରେ ମଧ୍ୟ ସେୟାର କରୁଛନ୍ତି । ଆମ ପୋଷ୍ଟଟି ଆପଣଙ୍କୁ କେମିତି ଲାଗିଲା କମେଣ୍ଟ କରି ଜଣାଇବେ ଓ ଏହାକୁ ଲାଇକ ଏବଂ ସେୟାର ମଧ୍ୟ କରିବେ ।