Raj Kundra ଙ୍କ ଖୁଫିଆ ଆଲମାରୀ ରୁ ଖୋଲିଲା ରାଜ, ଏବେ ପୁରା ପୁରି ଫସିଗଲେ Silpa Shetty

ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ଵାମୀ ରାଜ କୁନ୍ଦ୍ରା ଆଡଲ୍ଟ ଫିଲ୍ମ ବନାଇବା ମାମଲାରେ ଗିରଫ ହୋଇଛନ୍ତି । ରାଜ କୁନ୍ଦ୍ରାଙ୍କୁ ୧୯ ଜୁଲାଇରୁ ଗିରଫ କରାଯାଇ ୨୭ ଜୁଲାଇ ପର୍ଯ୍ୟନ୍ତ ହିରାଶତରେ ନେଇଥିଲା ପୋଲିସ । ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କୁ ମଧ୍ୟ ପଚରା ଉଚରା କରିଥିଲା ପୋଲିସ ।

ଏହା ବ୍ଯତୀତ ପୋଲିସ ରାଜଙ୍କ ଅଫିସ ଓ ଘରେ ମଧ୍ୟ ଛାନଭିନ କରିଥିଲା । ଏହା ମଧ୍ୟରେ ଏହି କେସକୁ ନେଇ ପ୍ରତିଦିନ ନୂଆ ଖୁଲାସା ହେଉଛି । ତେବେ କ୍ରାଇମବ୍ରାଞ୍ଚ ରାଜଙ୍କ ଅଫିସରେ ରେଡ କରିବା ସମୟରେ ସେଠାରେ ତାଙ୍କୁ ଏକ ଗୁପ୍ତ ଆଲମାରି ମିଳିଥିଲା । ସେହି ଆଲମାରିରେ ପୋଲିସକୁ ଅନେକ ଏପରି କାଗଜପତ୍ର ମିଳିଛି ଯାହା ପାଇଁ ରାଜଙ୍କ ସମସ୍ଯା ଆହୁରି ବାଧ୍ୟ ଯାଇ ପାରେ । ସେହି କାଗଜ ସବୁ କ୍ରାଇମବ୍ରାଞ୍ଚ ନିଜ ସହ ନେଇ ଯାଇଛି । ତେବେ ସେହି ଆଲମାରିରୁ ପୋଲିସକୁ ଅଶ୍ଳୀଳ ଫିଲ୍ମର ସ୍କ୍ରିପ୍ଟ ଓ ଅନ୍ୟ କାଗଜପତ୍ର ମିଳିଛି ।

ସେହି ସବୁରୁ ସନ୍ଦେହ କରା ଯାଉଛି କି, ରାଜ କୁନ୍ଦ୍ରା ହିରାଶତରେ ରହିବା ପରେ ମଧ୍ୟ ତାଙ୍କ କମ୍ପାନୀ ଦ୍ଵାରା ଶୁଟିଙ୍ଗ କାର୍ଯ୍ୟ ଜାରି ରହିବାର ଥିଲା । ତେବେ ଏହି ଗୁପ୍ତ ଆଲମାରି ସମାନାକୁ ଆସିବା ପରେ ଶିଳ୍ପାଙ୍କ ସମସ୍ଯା ମଧ୍ୟ ବଢିପାରେ ବୋଲି ଆଶଙ୍କା କରା ଯାଉଛି । କ୍ରାଇମବ୍ରାଞ୍ଚ ସହ ଜଡିତ ସୂତ୍ର ଅନୁସାରେ ଜଣା ପଡିଛି ଯେ, ନିଜ ମାଲିକ ଗିରଫ ହେବା ପରେ ମଧ୍ୟ ତାଙ୍କ କମ୍ପାନୀ ଆଡଲ୍ଟ କଣ୍ଟେଣ୍ଟ ପ୍ରଡ଼କ୍ସନ ଜାରି ରଖିବାର ଯୋଜନା କରୁଥିଲା । ସେହି ଆଲମାରିରୁ କିଛି ଏପରି ଅଶ୍ଳୀଳ ଫିଲ୍ମର ସ୍କ୍ରିପ୍ଟ ମିଳିଛି ଯାହା ଏକଦମ ତାଜା ଅଟେ ।

ଏହି ସ୍କ୍ରିପ୍ଟ ଗୁଡିକୁ ରୋମାନ ଓ ଦେବନାଗରୀ ଭାଷାରେ ଲେଖା ଯାଇଛି । ଆଶଙ୍କା କରା ଯାଉଛି ରାଜଙ୍କ କମ୍ପାନୀ ଏବେ ମଧ୍ୟ ଗୁପ୍ତ ଭାବେ ଆଡଲ୍ଟ କଣ୍ଟେଣ୍ଟର ପ୍ରଡ଼କ୍ସନ ଜାରି ରଖିଛି । ଶିଳ୍ପା ସେଟ୍ଟୀ ଓ ଗେହନା ବଶିଷ୍ଠ ହଟସଟ ଆପ୍ ରେ ପର୍ଣ୍ଣ ନୁହେଁ, ବରଂ ଏରୋଟିକ କଣ୍ଟେଣ୍ଟ ଦିଆଯାଏ ବୋଲି ଦାବି କରିଥିଲେ । ତେବେ ଏହାର ମଧ୍ୟ ଯାଞ୍ଚ କରା ଯାଉଛି । ଏବେ ଏହି ମାମଲାରେ କଥାବାର୍ତ୍ତା ଚାଲିଛି କି ଆଇନ ଅନୁସାରେ ଏହି କଣ୍ଟେଣ୍ଟ କେଉଁ ଶ୍ରେଣୀରେ ଆସୁଛି ।

ଏହା ସହ ଗୁପ୍ତ ଆଲମାରିରୁ ମିଳିଥିବା ଅଧିକତର କାଗଜପତ୍ରରେ ଶିଳ୍ପା ସେଟ୍ଟୀଙ୍କର ସାଇନ ଥିବା କଥା ମଧ୍ୟ ସାମନାକୁ ଆସିଛି । ସେଥିପାଇଁ ଏହି ମାମଲାକୁ ନେଇ ତାଙ୍କୁ ଆଉ ଠାରେ ପଚରା ଉଚରା ହୋଇପାରେ ବୋଲି ଆଶଙ୍କା କରାଯାଉଛି । ଯାଞ୍ଚରୁ ଆହୁରି ମଧ୍ୟ ଜଣା ପଡିଛି ଯେ, ଶିଳ୍ପାଏନକେ ମା ସୁନନ୍ଦା ସୁରେନ୍ଦ୍ର ସେଟ୍ଟୀ ମଧ୍ୟ କଥିତ ରୂପେ ସେପ୍ଟେମ୍ବର ୨୦୨୦ ଯାଏ ଏହି କମ୍ପାନୀର ଡାଇରେକ୍ଟର ଥିଲେ । ନିକଟରେ ସ୍ବାମୀଙ୍କ ଗିରଫ ପରେ ଶିଳ୍ପା ମଧ୍ୟ କମ୍ପାନୀର ଡାଇରେକ୍ଟର ପଦରୁ ଇସ୍ତଫା ଦେଇଛନ୍ତି ।

କିଛି ଦିନ ପୂର୍ବରୁ ଶିଳ୍ପା ରାଜଙ୍କର ଯେଉଁ ଜିଏଲ କମ୍ପାନୀକୁ ପ୍ରମୋଟ କରିଥିଲେ, ସେହି କମ୍ପାନୀ ଉପରେ ହିଁ ଅଶ୍ଳୀଳ କଣ୍ଟେଣ୍ଟ ବନାଇବାର ଆରୋପ ଲାଗିଛି । କ୍ରାଇମବ୍ରାଞ୍ଚ ସୂତ୍ର ଅନୁସାରେ ରାଜଙ୍କ ଅଫିସରୁ ମିଳିଥିବା ବାକ୍ସରୁ ତାଙ୍କର ଟଙ୍କା ପଇସା ଦେଣନେଣର ସୂଚନା ମଧ୍ୟ ମିଳିଛି । ସେ କ୍ରିପ୍ଟୋ କରେନ୍ସିରେ ମଧ୍ୟ ନିବେଶ କରିଛନ୍ତି ।

ପୋଲିସ ପଚରା ଉଚରା କରିବା ସମୟରେ ରାଜ ଏହି ଆଲମାରି କଥା କହି ନ ଥିବାରୁ, ତାଙ୍କ ଉପରେ ଅଧିକ ସନ୍ଦେହ କରୁଛି ପୋଲିସ । ତେବେ ଏହି ମାମଲାରେ ଆପଣଙ୍କ ରାୟ କଣ ଆମକୁ ନିଶ୍ଚୟ କମେଣ୍ଟ କରି ଜଣାନ୍ତୁ ଓ ପୋଷ୍ଟକୁ ଲାଇକ ଏବଂ ସେୟାର ମଧ୍ୟ କରନ୍ତୁ ।