ନିଜ ରାଶି ବିଷୟରେ ସମସ୍ତେ ଜାଣିଛନ୍ତି । ସମସ୍ତଙ୍କ ରାଶିରେ କିଛି ଭଲ ଏବଂ କିଛି ଖରାପ ଲେଖା ହୋଇଥାଏ । କେତେକ ଲୋକ ରାଶିରେ ଲେଖା ହୋଇଥିବା କଥା ଉପରେ ଏତେ ବିଶ୍ଵାସ କରିଥାନ୍ତି କି ଯେ କୌଣସି ବି କାମ ଏହା ଅନୁସାରେ ହିଁ କରିବା ପସନ୍ଦ କରନ୍ତି । ଯେମିତି କି ଆମେ ସମସ୍ତେ ଜାଣିଛୁ କି ରାଶିଚକ୍ରରେ ୧୨ଟି ରାଶି ହୋଇଥାଏ । ସବୁ ରାଶିରେ ନିଜର ନିଜର ଗୁଣ ଏବଂ ଦୋଷ ହୋଇଥାଏ ।
ଆଜି ଆମେ କଥା କହିବୁ ଏହି ୧୨ଟି ରାଶିର ଦୋଷ ବିଷୟରେ । ଭଲରୁ ଅଧିକ ଲୋକମାନେ ନିଜର ଖରାପ ଗୁଣ ବିଷୟରେ ଅବଗତ ରହିବା ଦରକାର । ଖରାପ ଗୁଣ ବିଷୟରେ ଜାଣିଲେ ହିଁ ଆପଣ ସେଥିରେ ସୁଧାର ଆଣି ପାରିବେ । ତେବେ ଆସନ୍ତୁ ଜାଣିବା କେଉଁ ରାଶିରେ କଣ ଦୋଷ ।
ମେଷ

ଏହି ରାଶିର ଲୋକମାନେ ବହୁତ କ୍ରୋଧିତ ହୋଇଥାନ୍ତି । କୌଣସି ବି ଛୋଟ କଥାରେ ଏମାନଙ୍କୁ ଅଧିକ ଜଲ୍ଦି କ୍ରୋଧ ଆସିଥାଏ । ଅଧିକ କ୍ରୋଧିତ ହେବା କାରଣରୁ ଏମାନେ ନିଜ ଉପରେ ନିୟନ୍ତ୍ରଣ ହରାଇ ବସନ୍ତି ।
ବୃଷ

ବୃଷ ରାଶିର ଲୋକମାନେ ବହୁତ ପୋଜେସିବ ହୋଇଥାନ୍ତି । ଏମାନଙ୍କ ମଧ୍ୟରେ ଈର୍ଷାର ଭାବାନ କୁଟ – କୁଟ କରି ଭରି ହୋଇଥାଏ ।
ମିଥୁନ

ମିଥୁନ ରାଶିର ଲୋକମାନେ କୌଣସି କାମ କରିବା ପାଇଁ ଏମାନେ ନିଜ ମୁଡ ହିସାବରେ କରିଥାନ୍ତି । ଏହି ରାଶିର ଲୋକମାନଙ୍କ ମଧ୍ୟରେ ପ୍ରାୟତଃ ନିଜ ମଧ୍ୟରେ ମତଭେଦ ରହିଥାଏ ।
କର୍କଟ

କର୍କଟ ରାଶିର ଲୋକମାନେ ବହୁତ ସେଂସିଟିବ ହୋଇଥାନ୍ତି । ଏମାନଙ୍କୁ ଛୋଟ ଛୋଟ କଥା ବି ଖରାପ ଲାଗିଥାଏ । ଏହି ରାଶିର ଲୋକମାନେ ଡିପ୍ରେଶନର ଶିକାର ଅଧିକ ହୋଇଥାନ୍ତି ।
ସିଂହ

ସିଂହ ରାଶିର ଲୋକମାନେ ଡୋମିନେଟିଂଗ ସ୍ୱାଭାବର ହୋଇଥାନ୍ତି । ଏହି ଲୋକମାନେ ଅନ୍ୟ ମାନଙ୍କ ଉପରେ ହୁକୁମ ଚଳାଇବା ଭଲ ପାଆନ୍ତି ।
କନ୍ୟା

କନ୍ୟା ରାଶିର ଲୋକମାନେ କାହାର ବି ଭୁଲକୁ ଜଲ୍ଦି କ୍ଷମା କରନ୍ତି ନାହିଁ । ଏମାନଙ୍କର ସବୁ ଜିନିଷରେ ନିଜର ପସନ୍ଦ ଏବଂ ନାପସନ୍ଦ ଥାଏ ।
ତୁଳା

ତୁଳା ରାଶିର ଲୋକମାନେ ନିଜର ନିଷ୍ପତି ପାଇଁ ଅନ୍ୟ କାହା ଉପରେ ନିର୍ଭର ରହିଥାନ୍ତି । ଏମାନଙ୍କର ବିଚାର ସ୍ଥିର ହୋଇ ନଥାଏ ।
ବିଛା

ବୃଷ ରାଶିର ଲୋକମାନେ ପ୍ରତିଶୋଧ ନେବାର ଭବାନା ଅଧିକ ରଖିଥାନ୍ତି । ଏହି ରାଶିର ଲୋକମାନେ ନିଜ ପାର୍ଟନର ପ୍ରତି ବହୁତ ପୋଜେସିବ ହୋଇଥାନ୍ତି ।
ଧନୁ

ଧନୁ ରାଶିଙ୍କର ପାଟି ବହୁତ ଅଧିକ ଚାଲିଥାଏ । ଏମାନେ ସବୁ ବେଳେ ନିଜର ଭାବନାକୁ ବଦଲାଇ ଥାନ୍ତି ।
ମକର

ମକର ରାଶିର ଲୋକମାନେ ଅନ୍ୟ ଲୋକମାନଙ୍କର ଇଜ୍ଜତ କରିବା ଜାଣି ନାହାନ୍ତି । ଏହି ଲୋକମାନଙ୍କର ନିଜର ହିଁ ଅଲଗା ଲାଭ ଏବଂ କାନୁନ ହୋଇଥାଏ ।
କୁମ୍ଭ

କୁମ୍ଭ ରାଶିର ଲୋକମାନେ ଅନ୍ୟ ଲୋକମାନଙ୍କ ଠାରୁ ଦୂରତା ରଖିବାକୁ ପସନ୍ଦ ରଖନ୍ତି । ଏମାନେ ନିଜ ଜୀବନକୁ ନିଜ ହିସାବରେ ହିଁ ବିତାଇ ଥାନ୍ତି ।
ମୀନ

ମୀନ ରାଶିର ଲୋକମାନେ ନିଜ ଦୁନିଆରେ ହିଁ ରହିଥାନ୍ତି । ଏମାନେ ବୁଝି ପାରନ୍ତି ନାହିଁ କି ଏମାନଙ୍କୁ ଜୀବନରେ କଣ ଦରକାର । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।