“ହିରୋ ତୁ ମେରା ହିରୋ ହେ” ଗୀତରେ ଖାକି ବର୍ଦ୍ଦିରେ ଥାଇ ପୁରୁଷ ସହକର୍ମୀଙ୍କ ସହ ରିଲ୍ସ ତିଆରି କରୁଥିଲେ ମହିଳା କନେଷ୍ଟବଳ । କିନ୍ତୁ ଏବେ ହିରୋଙ୍କ ସହ ନିଜେ ଜିରୋ ବନିଗଲେ । ସହକର୍ମୀଙ୍କ ସହ ଭିଡିଓ ରିଲ୍ସ ବନେଇ ହଟହଟା ହୋଇଛନ୍ତି ଏହି ମହିଳା କନେଷ୍ଟବଳ । କାରଣ ଏଥିପାଇଁ ତାଙ୍କୁ ଚାକିରିରୁ ସସପେଣ୍ଡ ହେବାକୁ ପଡିଛି । ଏଭଳି ଏକ ରିଲ୍ସ ଭିଡିଓ ସାମ୍ନାକୁ ଆସିବା ପରେ ଏହାକୁ ନେଇ ସୋସିଆଲ ମିଡିଆ ପଡୁଛି ଉଠୁଛି ।

ତେବେ ଏଭଳି ଘଟଣା କିଛି ନୂଆ ନୁହେଁ । ପୂର୍ବରୁ ମଧ୍ୟ ଏଭଳି ଅନେକ ଘଟଣା ଘଟିଛି ଓ ଏହିପରି ଅନେକ ରିଲ୍ସ ଭିଡିଓ ଭାଇରାଲ ହୋଇଛି । ତଥାପି ଏହି ମହିଳା କନେଷ୍ଟବଳ ଏଭଳି କାର୍ଯ୍ୟ କରି ଭାଇରାଲ ହେବା ପରେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଉତ୍ତରପ୍ରଦେଶର ହତୋଇ ଜିଲ୍ଲାର ସାହାବାତ କେତବଲି ଅଞ୍ଚଳର ବୋଲି ଜଣାପଡିଛି । ତେବେ ଭିଡିଓରେ ଦେଖା ଯାଉଥିବା ଏହି ମହିଳା କନେଷ୍ଟବଳ ଜଣକ ହେଉଛନ୍ତି ହେଲ୍ପ ଡେସ୍କରେ ବସୁଥିବା ବସୁଧା ମିଶ୍ର ।
ସେ ଜଣେ ମହିଳା କନେଷ୍ଟବଳ ଭାବେ ସ୍ଥାନୀୟ ଥାନାରେ କାର୍ଯ୍ୟରତ ଅଟନ୍ତି । ବସୁଧା ଡ୍ଯୁଟି ବେଳେ ନିଜ ମୋବାଇଲ ନେଇ ସହକର୍ମୀଅଙ୍କ ସହ ରିଲ୍ସ ବନାଉଥିଲେ । ତେବେ ଏହି ଭିଡିଓଟି ତାଙ୍କର ପ୍ରଥମ ଭିଡିଓ ନୁହେଁ । ମହିଳା କନେଷ୍ଟବଳ ବସୁଧା ମିଶ୍ର ପୂର୍ବରୁ ମଧ୍ୟ ଏହିଭଳି ଅନେକ ଭିଡିଓ ନିଜ ମୋବାଇଲରେ ବନାଇଛନ୍ତି ।
ଯାହାକି ପୂର୍ବରୁ ମଧ୍ୟ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଥିବାର ଦେଖିବାକୁ ମିଳିଥିଲା । ବର୍ତ୍ତମାନ ତାଙ୍କ ନାଁରେ ଅଭିଯୋଗ ଆସିବା ପରେ ବସୁଧା ପୁରୁଣା ଭିଡିଓ ସବୁ ଡ଼ିଲିଟ କରି ଦେଇଛନ୍ତି । କିନ୍ତୁ ବିଭାଗ ଏହି ସବୁ ଭିଡିଓକୁ ନେଇ ତଦନ୍ତ ଜାରି ରଖିଛି । କାରଣ ଡ୍ଯୁଟିରେ ଥିବାବେଳେ ବର୍ଦ୍ଦି ପିନ୍ଧି ଏଭଳି ଭିଡିଓ ପ୍ରସ୍ତୁତ କରିବା ସମାଜ ପାଇଁ ଏକ ଭୁଲ ସନ୍ଦେଶ ଯାଉଛି ।

ପୋଲିସ ଡିପାର୍ଟମେଣ୍ଟ ଉପରେ ମଧ୍ୟ ଏହା ଏକ ଭୁଲ ଧାରଣା ସୃଷ୍ଟି କରୁଛି । ବାରମ୍ବାର ଏଭଳି ଘଟଣା ସାମ୍ନାକୁ ଆସୁଥିଲେ ମଧ୍ୟ ଅନେକ ପୋଲିସ କର୍ମୀ ଏଭଳି କାର୍ଯ୍ୟ କରୁଥିବାର ଦେଖିବାକୁ ମିଳୁଛି । ତେଣୁ ବସୁଧା ମିଶ୍ରଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ସହ ବିଭାଗ ଘଟଣାର ତଦନ୍ତ କରୁଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।