ଆପଣ ଜାଣିଛନ୍ତି କି ଗ୍ରହ ଓ ନକ୍ଷତ୍ରଙ୍କ ଗତିବିଧିରେ ପରିବର୍ତ୍ତନ ରାଶିଚକ୍ରର ୧୨ଗୋଟି ରାଶିଙ୍କ ଉପରେ ପ୍ରଭାବ ପକାଇଥାଏ ।ଜ୍ଯୋତିଷ ଅନୁସାରେ ଏହି ଦୂର୍ଗା ପୂଜା ସମୟରେ ଗ୍ରହ ଓ ନକ୍ଷତ୍ର ମାନଙ୍କ ମଧ୍ୟରେ ଅନେକ ପରିବର୍ତ୍ତନ ହେବାକୁ ଯାଉଛି । ଯାହାର ପ୍ରଭାବ ଏହି ୮ଗୋଟି ରାଶିଙ୍କ ଉପରେ ପଡିବାକୁ ଯାଉଛି । ଏହି ରାଶିମାନଙ୍କ ଉପରେ ମାତା ଦୂର୍ଗାଙ୍କର ଅଶେଷ କୃପା ପଡିବାକୁ ଯାଉଛି ତଥଗା ଶୁଭଫଳ ପ୍ରାପ୍ତି ହେବାକୁ ଯାଉଛି । ତେବେ ଆସନ୍ତୁ ଜାଣିବା କେଉଁ ଗୁଡିକ ସେହି ଭାଗ୍ୟଶାଳୀ ରାଶି ।

କୁମ୍ଭ ରାଶି: ଆପଣଙ୍କ ଉପରେ ମାତା ଦୂର୍ଗାଙ୍କ ଅଶେଷ କୃପାଦୃଷ୍ଟି ରହୁଛି, ଯାହାଫଳରେ ଏହି ସମୟରେ ହେବାକୁ ଯାଉଥିବା ପରିବର୍ତ୍ତନ ଆପଣଙ୍କ ପାଇଁ ଖୁବ ଖାସ୍ ରହିବ । ଆପଣଙ୍କ ଦ୍ଵାରା କରାଯାଇଥିବା ସମସ୍ତ ଆର୍ଥିକ ଯୋଜନା ଏବେ ସଫଳ ହେବ ଓ ଅଧିକ ମାତ୍ରାରେ ଧନ ଉପାର୍ଜନ କରିବେ । ଯୋଜନା ଅନୁଯାୟୀ ସମସ୍ତ କାର୍ଯ୍ୟ ସମାପ୍ତ କରିବେ ।
ସିଂହ ରାଶି: ମାତା ଦୂର୍ଗାଙ୍କ ଅଶେଷ କୃପାରୁ ଆସୁଥିବା ସମୟ ଆପଣଙ୍କ ପାଇଁ ଖୁବ ଖାସ୍ ରହିବ । ଆପଣଙ୍କ ଭାଗ୍ୟ ସଂପୂର୍ଣ୍ଣ ବଦଳିଯିବ ଓ ଚାକିରି ସନ୍ଧାନରେ ଥିବା ଲୋକଙ୍କୁ ନୂଆ ଅବସର ମିଳିବ । ଏହି ସମୟ ଠାରୁ ଆପଣଙ୍କ ଆର୍ଥିକ ସମସ୍ଯା ଦୂର ହୋଇ ସୁଖ ସମୃଦ୍ଧି ପ୍ରାପ୍ତ ହେବ ।
କନ୍ୟା ରାଶି: ମାତା ଦୂର୍ଗାଙ୍କ କୃପାରୁ ଆପଣଙ୍କ ଜୀବନରେ ଚାଲିଥିବା ସବୁ ଖରାପ ସମୟ ସମାପ୍ତ ହେବାକୁ ଯାଉଛି । ଆଗାମୀ ସମୟ ଆପଣଙ୍କ ପାଇଁ ଏକଦମ ଅନୁକୂଳ ରହିବ ଏବଂ ଚାକିରି ଓ ବେପାରରୁ ଆପଣଙ୍କୁ ପ୍ରଚୁର ଅର୍ଥଲାଭ କରିବେ । ଆପଣଙ୍କୁ ପରିଶ୍ରମର ଭଲ ଫଳ ପ୍ରାପ୍ତି ହେବ ।

ତୁଳା ରାଶି: ମାତା ଦୂର୍ଗାଙ୍କ କୃପାରୁ ଆପଣଙ୍କୁ ଆଗାମୀ ସମୟରେ ବଡ ଖୁସି ଖବର ମିଳିବାକୁ ଯାଉଛି । ଦାମ୍ପତ୍ୟ ଜୀବନରେ ଚାଲିଥିବା କଳହ ଶେଷ ହେବ । ମା’ଙ୍କ କୃପାରୁ ଆପଣ କୌଣସି କ୍ଷେତ୍ରରୁ ଅଚାନକ ଧନ ପ୍ରାପ୍ତି କରିବେ । ଆଗାମୀ ସମୟରେ ଭୂମି କିମ୍ବା ବାହନ କିଣିବାକୁ ସକ୍ଷମ ହେବେ ।
ବୃଷ ରାଶି: ମାତା ଦୂର୍ଗାଙ୍କ କୃପାରୁ ଆସନ୍ତା ସମୟରେ ଆପଣଙ୍କ ଭାଗ୍ୟ ଚମକିବାକୁ ଯାଉଛି । ଆପଣଙ୍କ ଜୀବନରେ ଖୁସିର ଆଗମନ ହେବାକୁ ଯାଉଛି ତଥା ଆପଣ ଆଗକୁ ଏକ ସୁଖୀ ଜୀବନଯାପନ କରିବାକୁ ଯାଉଛନ୍ତି । ମା’ଙ୍କ କୃପାରୁ ପ୍ରଚୁର ଧନ ଲାଭ ମଧ୍ୟ କରିବେ ଏବଂ ସବୁ ସମସ୍ଯା ଦୂର ହୋଇଯିବ ।
ବିଛା ରାଶି: ଆପଣଙ୍କ ଆଗାମୀ ସମୟ ମଧ୍ୟ ହସଖୁସିରେ କାଟିବାକୁ ଯାଉଛି । ମହିଳାମାନେ ଖୁସିରେ ସମୟ ବିତାଇବେ ଓ ଗଚ୍ଛିତ ଅର୍ଥ ବୃଦ୍ଧି ହେବା ପାଇଁ ଚେଷ୍ଟା ମଧ୍ୟ କରିବେ । କର୍ମକ୍ଷେତ୍ରରେ ପଦୋନ୍ନତି ହେବାସହ ସାମାଜିକ କ୍ଷେତ୍ରରେ ମାନ ସମ୍ମାନ ବୃଦ୍ଧି ପାଇବ ଏବଂ ସବୁ ସମସ୍ଯାର ଅନ୍ତ ଘଟିବ ।

ମିଥୁନ ରାଶି: ମାତା ଦୂର୍ଗାଙ୍କ କୃପାଦୃଷ୍ଟି ଯୋଗୁଁ ଆପଣଙ୍କ ଆଗାମୀ ସମୟ ଶୁଭ ସାବ୍ୟସ୍ତ ହେବାକୁ ଯାଉଛି । ବେପାର ବାଣିଜ୍ୟରେ ଲାଭ ହେବା ସହ କାରବାରରେ ଦିନକୁ ଦିନ ବୃଦ୍ଧି ଘଟିବ । ଆୟରେ ବୃଦ୍ଧି ହେବାସହ ଆପଣଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ହେବ ଓ ସବୁ କାର୍ଯ୍ୟରେ ଆପଣ ସଫଳତା ପାଇବେ ।
ମକର ରାଶି: ମା ଦୂର୍ଗାଙ୍କ ଅଶେଷ କୃପାରୁ ସନ୍ତାନଙ୍କ ତରଫରୁ ଆପଣଙ୍କୁ ଖୁସି ଖବର ମିଳିବ ଓ ପାରିବାରିକ ଜୀବନ ମଧୁମୟ ହେବ । ଆପଣଙ୍କ ଜୀବନରେ ଧନର ଆଗମନ ହେବାର ବିଭିନ୍ନ ସ୍ରୋତ ଖୋଲିଯିବ । ଆସନ୍ତା ସମୟରେ ସବୁ ପ୍ରକାର ସୁଖ ସୁବିଧା ଆପଣ ହାସଲ କରିବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।