Jyotish Shastra- ଦୁନିଆର ସବୁଠାରୁ ଧନୀ ଓ ଭାଗ୍ୟଶାଳୀ ଅଟନ୍ତି ଏହି 4 ଟି ରାଶି, କଣ ଏଥିରେ ଆପଣଙ୍କ ରାଶି ଅଛି ?

ବ୍ୟକ୍ତି ର ଜନ୍ମ ସମୟରେ ଚନ୍ଦ୍ର ଗ୍ରହ ଯେଉଁ ରାଶିରେ ରହିଥାନ୍ତି ତାହା ସେହି ବ୍ୟକ୍ତିର ନାମ ରାଶି ହୋଇଥାଏ । ଯାହାକୁ ଚନ୍ଦ୍ରରାଶି ମଧ୍ୟ କୁହାଯାଇଥାଏ । ଏବଂ ଚନ୍ଦ୍ରରାଶି ଅନୁସାରେ ସମସ୍ତ ୧୨ ଟି ରାଶି ପାଇଁ ଅଲଗା ଅଲଗା ନାମର ଅକ୍ଷର କୁହାଯାଏ ଅଛି । ନାମର ପ୍ରଥମ ଅକ୍ଷରରୁ ବ୍ୟକ୍ତିଙ୍କର ରାଶି ଜଣାପଡ଼ିଥାଏ । ତଥା ତାଙ୍କର ଭବିଷ୍ୟ ଏବଂ ସ୍ଵଭାବ ମଧ୍ୟ ଜଣାପଡିଥାଏ । ସମସ୍ତ ଲୋକଙ୍କ ସ୍ଵଭାବ ଏବଂ ଭବିଷ୍ୟ ଅଲଗା ଅଲଗା ହୋଇଥାଏ ।

କିନ୍ତୁ କିଛି ରାଶି ଏପରି ହୋଇଥାନ୍ତି ଯାହା ଅନ୍ୟ ରାଶି ମାନଙ୍କ ତୁଳନାରେ ଭାଗ୍ୟଶାଳୀ ବୋଲି ବିଚାର କରାଯାଇଥାନ୍ତି । ତେବେ ଆଜି ଆମେ ସେହି ୪ଟି ଭାଗ୍ୟଶାଳୀ ରାଶି ବିଷୟରେ କହିବାକୁ ଯାଉଛୁ । ତେବେ ଚାଲନ୍ତୁ ଜାଣିବା ।

ମେଷ ରାଶି:- ଏହା ରାଶି ଚକ୍ରର ପ୍ରଥମ ରାଶି ଅଟେ । ଓ ଏହି ରାଶିର ସ୍ୱାମିଗ୍ରହ ମଙ୍ଗଳ ହୋଇଥାନ୍ତି । ମଙ୍ଗଳ ଗ୍ରହ ମାନଙ୍କର ସେନାପତି ହୋଇଥାନ୍ତି । ଏହି କାରଣରୁ ମେଷ ରାଶିର ଲୋକମାନଙ୍କ ପାଖରେ ନେତୃତ୍ୱ କରିବାର ଅଦ୍ଭୁତ କ୍ଷମତା ରହିଥାଏ । ଏହି କ୍ଷମତା କାରଣରୁ ଏମାନେ ଅନ୍ୟ ରାଶିର ଲୋକମାନଙ୍କ ଠାରୁ ଅଧିକ ଶକ୍ତିଶାଳୀ ହୋଇଥାନ୍ତି । ଏହି ରାଶିର ବ୍ୟକ୍ତି ମାନେ ନିଜ ଜୀବନରେ ସବୁବେଳେ ସଫଳତା ହାସଲ କରିଥାନ୍ତି ଏବଂ ଭାଗ୍ୟଶାଳୀ ବୋଲାଇ ଥାନ୍ତି ।

ବିଛା ରାଶି:- ଏହି ରାଶିର ସ୍ଵାମୀ ମଙ୍ଗଳ ଅଟନ୍ତି । ଏହି ରାଶିର ବ୍ୟକ୍ତି ବହୁତ ସାହସୀ ହୋଇଥାନ୍ତି । ଏମାନେ କେବେ ମଧ୍ୟ ହାର ମାନନ୍ତି ନାହିଁ । ଏମାନେ ଅସମ୍ଭବ କାର୍ଯ୍ୟକୁ ମଧ୍ୟ ସମ୍ଭବ କରି ଦେଖାନ୍ତି । ନିଜର ପରିଶ୍ରମ ଦ୍ଵାରା ଏମାନେ ବହୁତ ଆଗକୁ ବଢିଥାନ୍ତି ଏବଂ ଜୀବନରେ ସବୁ କିଛି ହାସଲ କରିଥାନ୍ତି ।

ମକର ରାଶି:- ଗ୍ରହ ମାନଙ୍କ ମଧ୍ୟରେ ଶନିଦେବ ଙ୍କର ସବୁଠାରୁ ଅଲଗା ସ୍ଥାନ ରହିଥାଏ । ଶନି ଗ୍ରହ ମାନଙ୍କ ନ୍ୟାୟଧିଷ ଅଟନ୍ତି । ମକର ରାଶିର ସ୍ୱାମିଗ୍ରହ ଶନିଦେବ ଅଟନ୍ତି ଏହି କାରଣରୁ ମକର ରାଶିର ବ୍ୟକ୍ତି ଙ୍କ ଉପରେ ଶନିଦେବ ଙ୍କ କୃପା ସଦା ସର୍ବଦା ରହିଥାଏ । ଏହି ବ୍ୟକ୍ତି ମାନେ ନିଜ ଇଚ୍ଛାବଳରେ ସବୁ କାର୍ଯ୍ୟକୁ କରିଥାନ୍ତି ଏବଂ ସଫଳତା ମଧ୍ୟ ପାଇଥାନ୍ତି । ଏହି ରାଶି ବହୁତ ଭାଗ୍ୟଶାଳୀ ଅଟେ ।

କୁମ୍ଭ ରାଶି:- ଏହା ରାଶି ଚକ୍ରରେ ଏଗାର ତମ ରାଶି ଅଟେ । ଏହାର ସ୍ଵାମୀଗ୍ରହ ମଧ୍ୟ ଶନିଦେବ ଅଟନ୍ତି । ଏହି ରାଶିର ବ୍ୟକ୍ତି ବହୁତ ବୁଦ୍ଧିମାନ ଅଟନ୍ତି । ଏମାନେ ନିଜ ଜୀବନରେ ବହୁତ ବଡ଼ କାମ କରିଥାନ୍ତି । ଏମାନେ ସବୁ କାର୍ଯ୍ୟରେ ସଫଳତା ଲାଭ କରିଥାନ୍ତି । ଏମାନେ ନିଜର କର୍ମ ଦ୍ଵାରା ସମସ୍ତଙ୍କ ମନ କିଣିଥାନ୍ତି ଏବଂ ଜୀବନରେ ବହୁତ ଆଗକୁ ବଢ଼ିଥାନ୍ତି ।

ବନ୍ଧୁଗଣ ଜଦି ଆମ ଦ୍ଵାରା ଦିଆଯାଇଥିବା ସମସ୍ତ ତଥ୍ୟ ଠିକ୍ ଥାଏ ତେବେ ଆପଣ ଆପଣଙ୍କ ମତ କମେଣ୍ଟରେ ଦବାକୁ ଭୁଲିବେ ନାହିଁ । ଏହି ପେଜ୍କୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ କମେଣ୍ଟ ବକ୍ସରେ ଆପଣଙ୍କ ମତାମତ ଲେଖି ଜଣାନ୍ତୁ