୧୨୩ ବର୍ଷର ଏହି ବାବା ବୋଧେ ଅଟନ୍ତି ଦୁନିଆର ସବୁଠୁ ବୟସ୍କ ବ୍ୟକ୍ତି, ତାଙ୍କର ସୁସ୍ଥ ଶରୀରକୁ ଖୋଲିଲେ ଏହି ବଡ ରାଜ୍

ବର୍ତ୍ତମାନର ମଡର୍ନ ଲାଇଫସ୍ଟାଇଲ ଓ ପ୍ରଦୂଷଣ କାରଣରୁ ଜଣେ ବ୍ୟକ୍ତିର ଆବରେଜ ଲାଇଫ ୬୫ – ୭୦ ବର୍ଷ ଅଟେ । ଏମିତିରେ ୧୦୦ ବର୍ଷ ପର୍ଯ୍ୟନ୍ତ ବଞ୍ଚିବା ଅସମ୍ଭବ ଅଟେ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ବୋଧେ ଦୁନିଆର ସବୁଠୁ ବୟସ୍କ ବ୍ୟକ୍ତି ଭାରତରେ ହିଁ ଅଛି । ମେଲ ଅନଲାଇନ ର ରିପୋର୍ଟ ଅନୁସାରେ କୋଲକାତା ର ବେହାଲା ନିବାସୀ ସ୍ୱାମୀ ସିବାନନ୍ଦା ଫ୍ଲାଇଟରେ ଲଣ୍ଡନ ଯାଉଥିଲେ ।

ତାଙ୍କର ଏରୋପ୍ଲେନ ଦୁବାଇରେ କିଛି ସମୟ ପାଇଁ ରହିଲା । ଏହି ସମୟରେ ସିକ୍ୟୋରିଟୀ ଗାର୍ଡ ଯେତେବେଳେ ତାଙ୍କୁ ତାଙ୍କର ପାସପୋର୍ଟ ମାଗିଲା ତେବେ ସେଥିରେ ତାଙ୍କର ଜନ୍ମ ତାରିଖକୁ ଦେଖି ସମସ୍ତଙ୍କର ହୋସ ଉଡିଗଲା । ପାସପୋର୍ଟରେ ତାଙ୍କର ଜନ୍ମ ତାରିଖ ୮ ଅଗଷ୍ଟ ୧୮୯୬ ଲେଖା ଯାଇଛି । ଅର୍ଥାତ ସେ ୧୨୩ ବର୍ଷର ଅଟନ୍ତି ।

ଯଦି ପାସପୋର୍ଟରେ ଲେଖା ଯାଇଥିବା ତାରିଖ ସଠିକ ଅଟେ ତେବେ ସ୍ଵାମୀ ସିବାନନ୍ଦା ବୋଧେ ଦୁନିଆର ସବୁଠୁ ଅଧିକ ବୃଦ୍ଧ ବ୍ୟକ୍ତି ଅଟନ୍ତି । କିନ୍ତୁ ମନ୍ଦିରର ରେଜିସ୍ଟରରେ ଲେଖା ଯାଇଥିବା ରେକର୍ଡ ବ୍ୟତୀତ ତାଙ୍କ ପାଖରେ ନିଜ ଜନ୍ମ ତାରିଖର କୌଣସି ସଠିକ ପ୍ରମାଣ ନାହିଁ । ସ୍ଵାମୀ କୁହନ୍ତି କି ଯେତେବେଳେ ସେ ୬ ବର୍ଷର ଥିଲେ ସେତେବେଳେ ସେ ନିଜର ମାତା ପିତାଙ୍କୁ ହରାଇ ଦେଇଥିଲେ ।

ଏହା ପରେ ତାଙ୍କର ସମ୍ପର୍କୀୟମାନେ ତାଙ୍କୁ ଜଣେ ଆଧ୍ୟାତ୍ମିକ ଗୁରୁଙ୍କ ପାଖରେ ଛାଡି ଦେଇଥିଲେ । ସ୍ଵାମୀ ସେହି ଗୁରୁଙ୍କ ସହିତ ଦୁନିଆ ଭ୍ରମଣ କରିଛନ୍ତି ଓ ବର୍ତ୍ତମାନ ସେ ବାରଣାସୀରେ ରହୁଛନ୍ତି ।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ୫ ଫୁଟ ୨ ଇଞ୍ଚର ଏହି ବୟସ୍କ ସ୍ଵାମୀ ଏକୁଟିଆ ରୁହନ୍ତି । ଏତିକି ନୁହେଁ ଟ୍ରେନ, ଫ୍ଲାଇଟ ରେ ବି ସେ ଏକୁଟିଆ ଯାତ୍ରା କରନ୍ତି । ସେ ବହୁତ ସମୟ ହେବ ନିଜର ନାମକୁ ଗିନିସ ବୁକ ଅଫ ୱାଲ୍ଡ ରେକର୍ଡରେ ସାମିଲ କରାଇବାକୁ ଚେଷ୍ଟା କରୁଛନ୍ତି କିନ୍ତୁ ପ୍ରପର ଡକୁମେଣ୍ଟ ନ ଥିବା କାରଣରୁ ଏହା ହୋଇ ପାରୁନାହିଁ । ସ୍ଵାମୀ କୁହନ୍ତି କି ତାଙ୍କର ବୟସ ୧୨୩ ବର୍ଷ ଅଟେ କିନ୍ତୁ ସେ ବହୁତ କମ ବୟସର ଲାଗନ୍ତି । ଏହାର କାରଣ ନିଜର ଶକ୍ତ ଅନୁଶାସିତ ଜୀବନଶୈଳୀ ବୋଲି ସେ କୁହନ୍ତି ।

ଏହା ଅଟେ ଲମ୍ବା ଆୟୁ ଓ ସୁସ୍ଥ ଶରୀରର ରହସ୍ୟ

ସ୍ଵାମୀ କୁହନ୍ତି କି ସେ ସବୁଦିନ ଯୋଗ କରନ୍ତି, ଅନୁଶାସନରେ ରୁହନ୍ତି ଓ ବ୍ରହ୍ମଚର୍ୟ ର ପାଳନ କରନ୍ତି । ସେ ନିଜର ଡାଏଟକୁ ନେଇ ବହୁତ ଶକ୍ତ ଅଟନ୍ତି । ସେ କେବଳ ଗରମ ଖାଦ୍ୟ ହିଁ ଖାଆନ୍ତି । ଭୋଜନରେ ତେଲ ଓ ମସଲା ପ୍ରୟୋଗ କରନ୍ତି ନାହିଁ । ସେ କ୍ଷୀର ଓ ଫଳର ସେବନ କରନ୍ତି ନାହିଁ । ଏହା ସହିତ ସେ ସବୁଦିନ ମାଟିରେ ଚଟେଇ ବିଛାଇ ଶୋଇଥାନ୍ତି ।

ତକିଆ ଜାଗାରେ ସେ କାଠର ବ୍ୟବହାର କରନ୍ତି । ଏହା ସହିତ ତାଙ୍କର କହିବା ଅଟେ କି ମଣିଷକୁ ନିଜର ଶାରୀରିକ ସମ୍ବନ୍ଧ ସହ ଜଡିତ ଭାବନାଗୁଡିକ ଉପରେ ନିୟନ୍ତ୍ରଣ ରଖିବା ବହୁତ ଜରୁରୀ ଅଟେ ।

ସ୍ଵାମିଜି କହିଲେ କି ପୂର୍ବରୁ ଲୋକମାନେ ଛୋଟ ଛୋଟ କଥାକୁ ନେଇ ଖୁସି ହେଇ ଯାଉଥିଲେ । ହେଲେ ଆଜିର ଦିନର ବହୁତ ଲୋକ ଛୋଟ କଥାକୁ ନେଇ ଦୁଃଖୀ ଓ ଅସୁସ୍ଥ ରହୁଛନ୍ତି । ବହୁତ ବେଇମାନି ହେଇଯାଇଛନ୍ତି । ଏସବୁ ଦେଖି ମୋତେ ଦୁଃଖ ଲାଗିଥାଏ । ମୁ କେବଳ ଏହା ଚାହୁଁଛି କି ଲୋକମାନେ ଖୁସିରେ ରୁହନ୍ତୁ ଓ ଶାନ୍ତିରେ ରୁହନ୍ତୁ ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଓଡିଆ ଫାଷ୍ଟ ପେଜ କୁ ଲାଇକ କରନ୍ତୁ ।