ଇଏ ହେଉଛି ଦୁନିଆର ସବୁଠୁ ମହଙ୍ଗା ସ୍କୁଲ, ଯାହା ଉପରେ ଭାରତୀୟ ଦମ୍ପତି କରିଲେ କେସ, ଜାଣନ୍ତୁ କାହିଁକି

ଇଂଷ୍ଟିଟ୍ୟୁଟ ଲୀ ରୋଜୀ ସାଧାରଣତଃ ଏହାକୁ ଲୀ ରୋଜୀ କୁହାଯାଏ । ସ୍ଵିଜରଲ୍ୟାଣ୍ଡର ଏହା ଏକ ବୋର୍ଡିଂଗ ସ୍କୁଲ ଅଟେ । ଯାହାର ବାର୍ଷିକ ଫିସ ୧ ଲକ୍ଷ ଡଲାର ଅଟେ । ବର୍ଷ ୧୮୮୦ରେ ନିର୍ମିତ ହୋଇଥିବା ଏହି ସ୍କୁଲରେ ଦୁନିଆର ବହୁତ ବଡ ବଡ ବ୍ୟକ୍ତିମାନେ ପଢିଛନ୍ତି । କିନ୍ତୁ ବର୍ତ୍ତମାନ କୋଟିଏ ପାଖପାଖି ଫିସ ନେଉଥିବା ଲୀ ରୋଜୀ ସ୍କୁଲ ଉପରେ ଭାରତୀୟ ଖରବପତି ଦମ୍ପତି କେସ କରି ଦେଇଛନ୍ତି ।

ତାଙ୍କର କହିବା ଅଟେ କି ଅନ୍ୟ ଛାତ୍ରମାନେ ତାଙ୍କ ଝିଅକୁ ଭାରତୀୟ ହେବାର ଥଟ୍ଟା କରୁଥିଲେ, ଯେଉଁ କାରଣରୁ ତାଙ୍କର ଝିଅ ଡିପ୍ରେଶନ ଅର୍ଥାତ ଅବସାଦରେ ଚାଲି ଯାଇଛି । ପଙ୍କଜ ଓସୱାଲ ନାମକ ଏହି ବ୍ୟକ୍ତିର ଆରୋପ ଏହା ଅଟେ କି ସ୍କୁଲରେ ତାହାର ଝିଅକୁ ଉଚ୍ଚ କ୍ଳାସର ପିଲାମାନେ ହଇରାଣ କରିଥାନ୍ତି । ପର୍ଥରେ Burrup Holdings Limited ନାମକ କମ୍ପାନୀ ଚଳାଇ ସାରିଥିବା ଓ ବହୁତ ବିବାଦରେ ରହିଥିବା ପଙ୍କଜଙ୍କ ସମ୍ପତିର ମୂଲ୍ୟ ୧.୫ ବିଲିୟନ ପାଉଣ୍ଡ ଅଟେ ।

ଭାରତର ଗୋଟିଏ ପ୍ରାଇଭେଟ ସଂସ୍ଥାରେ ପଢିଥିବା ପଙ୍କଜଙ୍କ କହିବା ଅଟେ କି ତାଙ୍କର ଝିଅକୁ ସବୁଦିନ ସ୍କୁଲର ଅନ୍ୟ ଧନୀ ଛାତ୍ରମାନେ ତାହାର ବ୍ୟାକଗ୍ରାଉଣ୍ଡ ଓ ଖାସକରି ସେ ଭାରତୀୟ ବୋଲି କହି ଥଟ୍ଟା କରୁଥିଲେ । ଯେଉଁ କାରଣରୁ ତାଙ୍କର ଝିଅ ଡରି ଯାଉଛି ଓ ତାକୁ ନିଦ ନ ଆସିବାର ସମସ୍ୟା ହେବାକୁ ଲାଗିଛି । ସେ ଏହା ବିଷୟରେ ସ୍କୁଲର ମ୍ୟାନେଜମେଣ୍ଟକୁ ବି କହିଥିଲେ କିନ୍ତୁ କେହି ବି କିଛି ପଦେକ୍ଷପ ନେଲେ ନାହିଁ ।

୬ ବର୍ଷ ଏହି ସ୍କୁଲରେ ପଢୁଥିବା ଝିଅର ଏହିଭଳି ଅବସ୍ଥା ଦେଖି ପିତା ମାତା ତାକୁ ସେହି ସ୍କୁଲରୁ ନେଇ ଆସିଲେ ଓ ବର୍ତ୍ତମାନ ତାକୁ ପ୍ରାଇଭେଟ ଟ୍ୟୁସନ ଦେଉଛନ୍ତି । ବର୍ତ୍ତମାନ ପିତା ମାତା ସ୍ଵିଜରଲ୍ୟାଣ୍ଡର ଏହି ସ୍କୁଲକୁ ଏହା କହିଛନ୍ତି କି ବର୍ତ୍ତମାନ ଝିଅର ସ୍କୁଲରେ ନ ଯିବା କାରଣରୁ ପୂର୍ବରୁ ହିଁ ନିଆଯାଇଥିବା ସମସ୍ତ ପ୍ରକାରର ଟର୍ମ ଫିସ ଓ ପ୍ରାଇଭେଟ ଟ୍ୟୁସନର ଦାମ ସ୍କୁଲ ଦେଉ । ଅନ୍ୟ ପଟେ ଡେଲୀମେଲର ଏକ ରିପୋର୍ଟ ଅନୁସାରେ ସ୍କୁଲ ନିଜର ଏଠି ଭେଦଭାବ ଭଳି କୌଣସି ବି ଘଟଣା ହୋଇ ନାହିଁ ବୋଲି କହିଛି ।

କିନ୍ତୁ ଯଦି ଆମେ ସ୍କୁଲ ବିଷୟରେ କଥାବାର୍ତ୍ତା କରିବା ତେବେ ଏହା ଦୁନିଆର ସବୁଠୁ ମହଙ୍ଗା ସ୍କୁଲ ମଧ୍ୟରୁ ଗୋଟିଏ ଅଟେ । ସ୍ଵିଜରଲ୍ୟାଣ୍ଡର ରାଜଧାନୀ ଜିନେଭାରୁ ପାଖପାଖି ୨୬ କିଲୋମିଟର ଦୂରରେ ଥିବା ଏହି ସ୍କୁଲ ପାଖରେ ନିଜର ବହୁତ ସମ୍ପତି ଅଛି । ଏହା ପାଖରେ ନିଜର ଜାହାଜ ଓ ରେଜର୍ଟ ବି ଅଛି । ଯେଉଁଠି ସବୁ ବର୍ଷ ଜାନୁୟାରୀରେ ସ୍କୁଲର ପିଲାମାନେ ଯାଆନ୍ତି ଓ ଆସନ୍ତା ୩ ମାସ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାରର ଆକ୍ଟିଭିଟୀଜ କରନ୍ତି ।

୭୦ ଏକରରେ ବ୍ୟାପିଥିବା କ୍ୟାମ୍ପସ ଅଛି । ଏହି ସ୍କୁଲ ଦୁନିଆର ଏକମାତ୍ର ଏମିତି ସ୍କୁଲ ଅଟେ ଯିଏ ସବୁ ମୌସମରେ ନିଜର କ୍ୟାମ୍ପସ ବଦଳାଇଥାଏ ଯାହା ଦ୍ଵାରା ପିଲାମାନଙ୍କୁ ସୂର୍ଯ୍ୟର ପର୍ଯ୍ୟାପ୍ତ ଆଲୋକ ମିଳିପାରିବ । ସ୍କୁଲର ଏକ କଂସର୍ଟ ହଲ ବି ଅଛି, ଯେଉଁଥିରେ ୧୦୦୦ରୁ ଅଧିକ ପିଲାମାନେ ବସି ପାରିବେ । ଯେଉଁ ଛାତ୍ରମାନେ ଘୋଡାଦୌଡର ଇଚ୍ଛା ରଖିଥାନ୍ତି ସେମାନଙ୍କ ପାଇଁ ଏଠି ଘୋଡା ବି ଅଛି ଓ ଶୁଟିଙ୍ଗ ଶିଖାଇବା ପାଇଁ ଏଠି ଦେଶ ବିଦେଶରୁ ନିସାନବାଜ ବି ଆସିଥାନ୍ତି ।

ଏଠି ପଢୁଥିଲା ପିଲାମାନଙ୍କୁ ରୋଜିୟନ (Roseans) କୁହାଯାଏ । ସବୁ କ୍ଳାସରେ ୫ ରୋଜିୟନଙ୍କ ପାଇଁ ଗୋଟିଏ ଟିଚର ହୋଇଥାନ୍ତି ଓ କେବେ ବି ଛାତ୍ର ଓ ଶିକ୍ଷାମାନଙ୍କ ଏହି ରେସିୟୋ ନା ହିଁ ଏହା ଠାରୁ କମ ହୋଇଥାଏ ଓ ନା ହିଁ ଅଧିକ ହୋଇଥାଏ । ସ୍କୁଲ ଫିଲୋସଫୀ ଆମେରିକନ ସାଇକୋଲଜିସ୍ଟ ଓ ଶିକ୍ଷାବିଦ Howard Gardner ସିଦ୍ଧାନ୍ତ ଉପରେ କାମ କରିଥାଏ । ଏହା ଅନୁସାରେ ସ୍କୁଲରେ କେବଳ ପଢାଯାଏ ନାହିଁ ।

ଏହା ଛଡା ଖେଳ, କଲ୍ଚରଲ ଆକ୍ଟିଭିଟି ବି ସମାନ ଭାବରେ ହୋଇଥାଏ । ଏଠିକାର ନିୟମ ଅଛି କି ଗୋଟିଏ ଦେଶରୁ ୧୦ ପ୍ରତିଶତରୁ ଅଧିକ ଛାତ୍ର ନିଆଯିବ ନାହିଁ । ବର୍ତ୍ତମାନ ଏଠି ୫୬ଟି ଦେଶରୁ ପାଖପାଖି ୪୦୦ ପିଲାମାନେ ପଢୁଛନ୍ତି । ଫ୍ରେଞ୍ଚ ଓ ଇଙ୍ଗ୍ଲିଶ ଦୁଇଟି ଭାଷାରେ ପଢା ଯାଉଥିବା ଏହି ସ୍କୁଲରେ ଏକ ଭଲ କଥା ଏହା ଅଟେ କି ଏଠି ସବୁଦିନ ସକାଳର ଭୋଜନ ପରେ ଶୁଦ୍ଧ ସ୍ଵିସ ଅନ୍ଦାଜରେ ଚକଲେଟ ବ୍ରେକ ମିଳିଥାଏ ।

ଯେଉଁଥିରେ ପିଲାମାନେ ଦୁନିଆର ସମସ୍ତ ଚକଲେଟର ସ୍ଵାଦ ନେଇ ପାରିବେ । ଲୀ ରୋଜି ସ୍କୁଲରେ ଦୁନିଆର ଖରବପତି ପିଲାମାନେ ହିଁ ପଢି ପାରିବେ । ଯେମିତି ଆମେରିକାର ଉଦ୍ୟୋଗପତି Rockefeller ପରିବାରର ପିଲାମାନେ, ଅଭିନେତ୍ରୀ Elizabeth Taylorଙ୍କ ପିଲାମାନେ ଓ ବ୍ରିଟିଶ ସିଙ୍ଗର John Lennonଙ୍କ ପୁଅ । ଏହା ପୂର୍ବରୁ ବହୁତ ଦେଶର ରାଜକୁମାର ବି ଏଠି ପଢିଛନ୍ତି । ଯେମିତି କି ମୋନୈକୋର ପ୍ରିଂସ Prince Rainier III, ବେଲ୍ଜିୟମର ପ୍ରିଂସ, ଇରାନର ଶାହ ଓ ଆଗା ଖାନ ଚତୁର୍ଥ । ଆଲିଶାନ ଓ ପରି ଲୋକ ଭଳି ସୁନ୍ଦର ଏହି ସ୍କୁଲ ବିଷୟରେ ଆପଣଙ୍କୁ କେତେକ ଉପନ୍ୟାସରେ ବି ଦେଖିବାକୁ ମିଳିବ ।